Advertisment

ବଡ଼ ଘୋଷଣା, ନାଗରିକତ୍ୱ ଛାଡ଼ିବେ ଅକ୍ଷୟ

କାନାଡାରେ ଥିବା ତାଙ୍କ ନାଗରିକତ୍ୱ ଛାଡିବା ନେଇ ସେ ଏବେ ନେଇଛନ୍ତି ନିଷ୍ପତ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Akshay kumar

Akshay kumar

ଖିଲାଡି ଷ୍ଟାର୍ ଅକ୍ଷୟ କୁମାର। ଚର୍ଚ୍ଚାକୁ ଆସିଛନ୍ତି ଏହି ଅଭିନେତା। ଗତକାଲି ତାଙ୍କ ଫିଲ୍ମ ‘ସେଲ୍ଫି’ ରିଲିଜ ହେବା ପରେ ସେ ଏକ ବଡ଼ ଘୋଷଣା କରିଛନ୍ତି। କାନାଡାରେ ଥିବା ତାଙ୍କ ନାଗରିକତ୍ୱ ଛାଡିବା ନେଇ ସେ ଏବେ ନେଇଛନ୍ତି ନିଷ୍ପତ୍ତି।  

Advertisment

ଭାରତରେ ଥାଇ ବି କାନାଡାର ନାଗରିକତ୍ୱ ଥିବାକୁ ନେଇ ଅନେକଥର ଅକ୍ଷୟ ଟ୍ରୋଲର ଶିକାର ହେବାକୁ ପଡିଛି। ଏଥିପାଇଁ ତାଙ୍କୁ ଅନେକ ସମାଲୋଚିତ ମଧ୍ୟ ହେବାକୁ ପଡିଛି। ଏବେ ଲୋକଙ୍କ କଥା ତାଙ୍କୁ ଆଘାତ ଦେଉଥିବାରୁ ଏବେ ସେ ବଡ଼ ନିଷ୍ପତ୍ତି ନେଇଛନ୍ତି। ନେ ନିଜ କାନାଡାର ନାଗିରିକତ୍ୱ ଛାଡିବା ନେଇ ଏକ ସାକ୍ଷାତକାରରେ ସ୍ପଷ୍ଟ କରିଛନ୍ତ।

ଭାରତ ତାଙ୍କ ଲାଗି ସବୁକିଛି। ସେ ଯାହା ବି ରୋଜଗାର କରିଛନ୍ତି, ଏଠାରେ ରହି ଅର୍ଜନ କରିଛନ୍ତି। ଫେରାଇବାର ସୁଯୋଗ ମିଳିଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି। ଲୋକେ ଯେତେବେଳେ ନାଗରିକତ୍ୱକୁ ନେଇ ପ୍ରଶ୍ନ କରନ୍ତି ତାଙ୍କୁ ଖରାପ ଲାଗେ। କିଛି ନ ଜାଣି ସମସ୍ତେ ତାଙ୍କୁ କାଠଗଡ଼ାରେ ଛିଡ଼ା କରନ୍ତି ବୋଲି ଅକ୍ଷୟ କହିଛନ୍ତି।

Advertisment

୧୯୯୦-୨୦୦୦ ଦଶକରେ ଅକ୍ଷୟ ଅନେକ ଫିଲ୍ମରେ କାମ କରିଥିଲେ। ହେଲେ ଲଗାତାର ଭାବେ ୧୫ ଫିଲ୍ମ ଫ୍ଲପ ହୋଇଥିଲା। ଅଭିନେତା ଭାବେ ନିରାଶ ହେବା ପରେ ଆଉ କିଛି କାମ କରିବେ ବୋଲି ସେ ଭାବିଥିଲେ। ଏନେଇ ସେ କାନାଡ଼ାରେ ଥିବା ବନ୍ଧୁଙ୍କ ପରାମର୍ଶ ଲୋଡି ସେଠାକୁ ଯିବାକୁ ସ୍ଥିର କରିଥିଲେ। ଏହି ସମୟରେ ସେ କାନାଡ଼ାର ନାଗରିକତ୍ୱ ଲାଗି ଆବେଦନ କରିଥିଲେ। ମାତ୍ର ବିଧିର ବିଧାନ ଥିଲା ବିଚିତ୍ର। ଅକ୍ଷୟଙ୍କ ଅଭିନୀତ ବାକି ୨ ଫିଲ୍ମ ସୁପରହିଟ୍ ହୋଇଥିଲା। 

ଏହାପରେ ତାଙ୍କର ବନ୍ଧୁ ତାଙ୍କୁ ଭାରତ ଫେରି କାମ କରିବାକୁ କହିଥିଲେ। ସେଠାରୁ ଫେରି ସେ ଅଭିନୟରେ ନିଜର ଶତ ପ୍ରତିଶତ ଦେଇଥିଲେ। ହେଲେ ତାଙ୍କ ପାଖରେ ଏହି ପାସପୋର୍ଟ ଥିବା ସେ ଭୁଲି ଯାଇଥିଲା। ଏହାକୁ ବଦଳାଇବା ଉଚିତ ବୋଲି ମନକୁ କେବେ ଆସି ନ ଥିଲା। ହେଲେ ଏବେ ସେ ଆବେଦନ କରିଛନ୍ତି। ଖୁବ୍‌ଶୀଘ୍ର ପାସପୋର୍ଟ ବଦଳି ଯିବ ବୋଲି ଅକ୍ଷୟ ସ୍ପଷ୍ଟ କରିଛନ୍ତି।

ପୂର୍ବରୁ ମଧ୍ୟ କାନାଡାର ପାସ୍‌ପୋର୍ଟ ଫେରାଇବାକୁ ସେ ପ୍ରସ୍ତୁତ ହୋଇଥିଲେ। ଏଥିପାଇଁ ସେ ଆବେଦନ ମଧ୍ୟ କରିଥିଲେ। କିନ୍ତୁ କୋବିଡ-୧୯କୁ ଏହି କାମରେ ବିଳମ୍ବ ହୋଇଥିଲା ଏବଂ ସେ ପାସପୋର୍ଟ ଫେରାଇାରେ ସକ୍ଷମ ହୋଇପାରିନଥିଲେ। ଏବେ କିନ୍ତୁ ଅକ୍ଷୟ କୁମାରଙ୍କୁ ଖୁବ ଶୀଘ୍ର ଭାରତର ନଗରିକତ୍ୱ ମିଳିଯିବ ବୋଲି କୁହାଯାଉଛି। 

Bollywood News Bollywood Akshay Kumar