Advertisment

ଆଇସିୟୁରେ ଅକ୍ଷୟ କୁମାରଙ୍କ ମା’

ମୁମ୍ବାଇ: ବଲିଉଡ୍ ଅଭିନେତା ଅକ୍ଷୟ କୁମାର ମା’ ଅରୁଣା ଭାଟିଆ ଅସୁସ୍ଥ ଅଛନ୍ତି। ଅସୁସ୍ଥତା କାରଣରୁ ତାଙ୍କୁ ମୁମ୍ବାଇର ହୀରାନନ୍ଦାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ଆଇସିୟୁରେ ଅଛନ୍ତି। ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ଅକ୍ଷୟ କୁମାର ଲଣ୍ଡନରୁ ମୁମ୍ବାଇ ଫେରିଆସିଛନ୍ତି। ଅକ୍ଷୟ ନିଜର ଆଗାମୀ ଫିଲ୍ମର ଶୁଟିଂ ପାଇଁ ଲଣ୍ଡନ ଯାଇଥିଲେ। ଅକ୍ଷୟ କୁମାର ଗତ କିଛି ଧରି ନିଜର ଆଗାମୀ ଫିଲ୍ମ ‘ସିଣ୍ଡ୍ରେଲା’ର ଶୁଟିଂରେ ବ୍ୟସ୍ତ ଥିଲେ। ଅକ୍ଷୟ ତାଙ୍କ ମା’ର ବହୁତ […]

ଅଦ୍ୟତନ ହୋଇଛି
ଆଇସିୟୁରେ ଅକ୍ଷୟ କୁମାରଙ୍କ ମା’

akshay-kumar

Advertisment

ମୁମ୍ବାଇ: ବଲିଉଡ୍ ଅଭିନେତା ଅକ୍ଷୟ କୁମାର ମା’ ଅରୁଣା ଭାଟିଆ ଅସୁସ୍ଥ ଅଛନ୍ତି। ଅସୁସ୍ଥତା କାରଣରୁ ତାଙ୍କୁ ମୁମ୍ବାଇର ହୀରାନନ୍ଦାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ଆଇସିୟୁରେ ଅଛନ୍ତି। ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ଅକ୍ଷୟ କୁମାର ଲଣ୍ଡନରୁ ମୁମ୍ବାଇ ଫେରିଆସିଛନ୍ତି। ଅକ୍ଷୟ ନିଜର ଆଗାମୀ ଫିଲ୍ମର ଶୁଟିଂ ପାଇଁ ଲଣ୍ଡନ ଯାଇଥିଲେ।

Advertisment

ଅକ୍ଷୟ କୁମାର ଗତ କିଛି ଧରି ନିଜର ଆଗାମୀ ଫିଲ୍ମ ‘ସିଣ୍ଡ୍ରେଲା’ର ଶୁଟିଂରେ ବ୍ୟସ୍ତ ଥିଲେ। ଅକ୍ଷୟ ତାଙ୍କ ମା’ର ବହୁତ ନିକଟତର। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନହେବା ଯାଏ ସେ ନିଜ ମା’ଙ୍କ ସହ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଅକ୍ଷୟ ଏବେ ମୁମ୍ବାଇରେ ନିଜ ମା’ଙ୍କ ସହ ରହିବେ।

ଅକ୍ଷୟ ଶୁଟିଂ ଅଧାରୁ ଚାଲିଆସିଥିଲେ ହେଁ ଯେଉଁ ଦୃଶ୍ୟରେ ତାଙ୍କ ଉପସ୍ଥିତି ଆବଶ୍ୟକ ନାହିଁ, ତା’ର ଶୁଟିଂ ଜାରି ରଖିବାକୁ ସେ କହିଛନ୍ତି। ସେ ସବୁବେଳେ କାମ ଜାରି ରଖିବାରେ ବିଶ୍ୱାସ କରନ୍ତି, ତେଣିକି ତାହା କେତେ ବ୍ୟକ୍ତିଗତ ହେଉ ନା କାହିଁକି। ସୂଚନା ଅନୁଯାୟୀ, ଅକ୍ଷୟଙ୍କ ମା’ଙ୍କର ସ୍ୱାସ୍ଥ୍ୟାବସ୍ଥା ଗତ କିଛି ଦିନ ଧରି ଭଲ ନାହିଁ।

Advertisment

ନିକଟରେ ସିନେମା ହଲ୍ ଖୋଲିବା ସହ ଅକ୍ଷୟ କୁମାର ତାଙ୍କ ଫିଲ୍ମ ‘ବେଲ୍ ବଟମ’କୁ ଥିଏଟରେ ରିଲିଜ୍ କରିଥିଲେ। ଏହି ଫିଲ୍ମରେ ତାଙ୍କ ସହ ବାଣୀ କପୁର, ଲାରା ଦତ୍ତ, ହୁମା କ୍ୟୁରେସି ଲିଡ୍ ରୋଡରେ ନଜର ଆସିଛନ୍ତି। ଏହି ଫିଲ୍ମ ବକ୍ସ ଅଫିସରେ ଭଲ ବିଜନେସ୍ କରିଥିବା ଜଣାପଡ଼ିଛି। ଫିଲ୍ମରେ ଅକ୍ଷୟଙ୍କ ଅଭିନୟ ଓ ଲୁକକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି।

ଅକ୍ଷୟ କୁମାରଙ୍କ ହାତରେ ଏବେ ପାଖାପାଖି ୭-୮ଟି ଫିଲ୍ମ ରହିଛି। ଏଥିମଧ୍ୟରୁ ବଚ୍ଚନ ପାଣ୍ଡେ, ଅତରଙ୍ଗୀ ରେ, ରକ୍ଷାବନ୍ଦନ, ସୂର୍ଯ୍ୟବଂଶୀ, ରାମ ସେତୁ, ପୃଥ୍ୱୀରାଜ, ଓ ମାଇଁ ଗଡ୍-୨ ସମେତ ଆଉ କିଛି ଫିଲ୍ମ ଅକ୍ଷୟଙ୍କ ହାତରେ ରହିଛି। ସେଥିରୁ ବଚ୍ଚନ ପାଣ୍ଡେ, ସୂର୍ଯ୍ୟବଂଶୀ ଓ ଅତରଙ୍ଗୀ ରେ’ ଫିଲ୍ମର ଶୁଟିଂ ଶେଷ ହୋଇସାରିଛି। ଏବେବି ଅକ୍ଷୟଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ ରିଲିଜ୍ ଅପେକ୍ଷାରେ ରହିଛି। ଏହି ଫିଲ୍ମ ଗତବର୍ଷ ମାର୍ଚ୍ଚରେ ରିଲିଜ୍ ହେବାର ଥିଲା। କିନ୍ତୁ କରୋନା ଯୋଗୁ ଏହି ଫିଲ୍ମକୁ ସ୍ଥଗିତ ରଖାଯାଇଛି। ଏହି ଫିଲ୍ମରେ ତାଙ୍କ ସହ କ୍ୟାଟ୍ରିନ୍ କୈଫ୍ ଲିଡ୍ ରୋଲରେ ଅଛନ୍ତି।

Bollywood News Akshay Kumar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe