Advertisment

ମିସେସ୍‌ ଖାନ ହେବାକୁ ହଲିଉଡ ହସିନାଙ୍କ ମନ, ଉତ୍ତର ଦେଲେ ଭାଇଜାନ

ସଲମାନଙ୍କୁ ବିବାହ ପ୍ରସ୍ତାବ ଦେଇଥିବା ହଲିଉଡ ସୁନ୍ଦରୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ସେ କିଏ ଜାଣିବାକୁ ବଢ଼ି ଚାଲିଛି ଉତ୍ସୁକତା। ଏହି ହଲିଉଡ ସୁନ୍ଦରୀ ହେଉଛନ୍ତି ଆଲିନା ଖଲେଫ ।

author-image
Niharika Rout
 Alena Khalifeh &  Salman Khan

Alena Khalifeh & Salman Khan

ଭାଇଜାନ ହେଉଛନ୍ତି ବଲିଉଡର ମୋଷ୍ଟ ଇଲିଜବୁଲ ବ୍ୟାଚଲର । ତାଙ୍କ ହ୍ୟାଣ୍ଡସମ୍‌ ଲୁକ୍‌ର ଦିୱାନୀଙ୍କ ତାଲିକା ଢେର ଲମ୍ବା। ବଲିଊଡର ବଡିଗାର୍ଡଙ୍କ ବୟସ ୫୦ ପାର୍‌ କରିସାରିଲାଣି। ତଥାପି ତାଙ୍କ ନିକଟକୁ ଛୁଟୁଥିବା ବିବାହ ପ୍ରପୋଜାଲର ଲମ୍ବା ଲାଇନ୍‌ ଲମ୍ବିଛି ।

Advertisment

ଏଥର IIFA- 2023 ଗ୍ରୀନ୍‌ କାର୍ପେଟରେ ଯୋଗ ଦେଇଥିବା ସଲମାନଙ୍କୁ ମିଳିଛି ମ୍ୟାରେଜ ପ୍ରପୋଜାଲ । ସଲମାନଙ୍କ ଫ୍ୟାନ୍‌ ପାଲଟିଥିବା ଜଣେ ହଲିଉଡ ହସିନା ଏହି ପ୍ରସ୍ତାବ ଦେଇଥିବା ବେଳେ ଭାଇଜାନ କିନ୍ତୁ ତାଙ୍କୁ ଗ୍ରୀନ ସିଗନାଲ ଦେଇ ନାହାନ୍ତି।

ସଲମାନଙ୍କୁ ବିବାହ ପ୍ରସ୍ତାବ ଦେଇଥିବା ହଲିଉଡ ସୁନ୍ଦରୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ସେ କିଏ ଜାଣିବାକୁ ବଢ଼ି ଚାଲିଛି ଉତ୍ସୁକତା। ଏହି ହଲିଉଡ ସୁନ୍ଦରୀ ହେଉଛନ୍ତି ଆଲିନା ଖଲେଫ ।

Advertisment

ଭିଡିଓରେ ସଲମାନଙ୍କୁ ଆଲିନା ପଚାରିଛନ୍ତି, ମୁଁ ଆପଣଙ୍କୁ ଦେଖିବା ଦିନଠୁ ଆପଣଙ୍କ ପ୍ରେମରେ ପଡ଼ି ଯାଇଛି। ଏଡାର ଉତ୍ତରରେ ସଲମାନ କହିଛନ୍ତି ,ଆପଣ ଶାହରୁଖ ଖାନଙ୍କ ବିଷୟରେ କହୁଛନ୍ତି ନା ।

ଏନେଇ ଆଲିନା କହିଛନ୍ତି, ନା ମୁଁ ଆପଣଙ୍କ କଥା କହୁଛି। ଆପଣ ମୋତେ ବିବାହ କରିବେ ବି ? ଏହାର ଉତ୍ତରରେ ସଲମାନ ଖାନ କହିଛନ୍ତି, ମୋର ବିବାହ ଦିନ ଗଡ଼ି ଗଲାଣି। ୨୦ ବର୍ଷ ପୂର୍ବରୁ ମୋ’ ସହ ଭେଟ ହେବାର ଥିଲା । ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଆଲିନା କିଏ ତାକୁ ନେଇ ଜୋର ଧରିଛି ଚର୍ଚ୍ଚା।

ଆଲିନା ଜଣେ ଡିଜିଟାଲ କଣ୍ଟେଣ୍ଟ କ୍ରିଏଟର ଭାବେ କାମ କରୁଥିବା ବେଳେ ସୋଶାଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଛନ୍ତି। ଇନଷ୍ଟାଗ୍ରାମରେ ତାଙ୍କର ୯୦.୩K ଫଲୋଅର୍ସ ଅଛନ୍ତି। ଅଧିକାଂଶ ସମୟରେ ଏଲିନା ସୋଶାଲ ମିଡିଆରେ ନିଜ ଗ୍ଲାମରସ୍‌ ଫଟୋ ଓ ଭିଡିଓ ଶେଆର କରିଥାନ୍ତି। ଏବେ ହଠାତ୍ ସେ ଗୁଗଲ୍‌ରେ ହେଉଥିବା ସର୍ଚ୍ଚ ତାଲିକାରେ ଆଗକୁ ବଢ଼ି ଯାଇଛନ୍ତି।

Salman Khan Hollywood Marriage