Advertisment

ପୁଲୱାମା ସହିଦଙ୍କ ସ୍ମୃତିରେ ଏଇ କାମ କଲେ ରିଚା ଓ ଅଲି, ସମସ୍ତେ କରୁଛନ୍ତି ପ୍ରଶଂସା

ମୁମ୍ୱାଇ: ବଲିଉଡ୍‌ ଅଭିନେତା ଅଲି ଫୈଜଲ୍‌ ଓ ତାଙ୍କ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିଚା ଚଡ୍ଡା ପୁଲୱାମାରେ ସହିଦ ହୋଇଥିବା ଯବାନଙ୍କ ସ୍ମୃତିରେ ଏକ ନିଆରା କାମ କରିଛନ୍ତି। ଏହି ଦୁଇ ଜଣ ସେମାନଙ୍କ ନାଁରେ ୬୫୦ଟି ଗଛ ଲଗାଇଛନ୍ତି। ଆଉ ସୋଶାଲ ମିଡିଆରେ ଏହାର ସୂଚନା ଦେଇ ଅଲି ଏକ ଭିଡିଓ ଶେଆର୍ କରିଛନ୍ତି। ଏହି ଭିଡିଓରେ ଅଛନ୍ତି ଗୁଜରାଟର ଉମରଗାଁଓର ଡ. ଆର୍‌.କେ ନାୟର। ପୁଲୱାମାରେ ସହିଦ ହୋଇଥିବା ଯବାନଙ୍କ ସ୍ମୃତିରେ ଅଲି ଫୈଜଲ […]

author-image
Puspanjali Panda
ଅଦ୍ୟତନ ହୋଇଛି
ପୁଲୱାମା ସହିଦଙ୍କ ସ୍ମୃତିରେ ଏଇ କାମ କଲେ ରିଚା ଓ ଅଲି, ସମସ୍ତେ କରୁଛନ୍ତି ପ୍ରଶଂସା

richa

ମୁମ୍ୱାଇ: ବଲିଉଡ୍‌ ଅଭିନେତା ଅଲି ଫୈଜଲ୍‌ ଓ ତାଙ୍କ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିଚା ଚଡ୍ଡା ପୁଲୱାମାରେ ସହିଦ ହୋଇଥିବା ଯବାନଙ୍କ ସ୍ମୃତିରେ ଏକ ନିଆରା କାମ କରିଛନ୍ତି। ଏହି ଦୁଇ ଜଣ ସେମାନଙ୍କ ନାଁରେ ୬୫୦ଟି ଗଛ ଲଗାଇଛନ୍ତି। ଆଉ ସୋଶାଲ ମିଡିଆରେ ଏହାର ସୂଚନା ଦେଇ ଅଲି ଏକ ଭିଡିଓ ଶେଆର୍ କରିଛନ୍ତି।

Advertisment

ଏହି ଭିଡିଓରେ ଅଛନ୍ତି ଗୁଜରାଟର ଉମରଗାଁଓର ଡ. ଆର୍‌.କେ ନାୟର। ପୁଲୱାମାରେ ସହିଦ ହୋଇଥିବା ଯବାନଙ୍କ ସ୍ମୃତିରେ ଅଲି ଫୈଜଲ ଓ ରିଚା ଚଡ୍ଡା ୬୫୦ଟି ଗଛ ଲଗାଇବା ପାଇଁ ଦାନ କରିଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି।  ଏହି ଗଛ ଗୁଡ଼ିକୁ ଉମରଗାଁଓର ‘ପୁଲୱାମା ସହିଦ ବଣ’ରେ ଲଗାଯାଇଛି। ସେହିଭଳି ଏହି ଭିଡିଓ ପରେ ଏକ ବୋର୍ଡ ଦେଖିବାକୁ ମିଳୁଛି, ଯେଉଁଥିରେ ଅଲି ଓ ରିଚାଙ୍କୁ ଧନ୍ୟବାଦ ଜଣାଇ ଏକ ବୋର୍ଡ ଲଗାଯାଇଛି।

https://www.instagram.com/p/CDMIsRYFYi_/?utm_source=ig_web_copy_link

ଏହି ଭିଡିଓକୁ ପୋଷ୍ଟ କରି ଅଲି ଲେଖିଛନ୍ତି- ମୁଁ ସଫଳତାଗୁଡ଼ିକୁ ପୋଷ୍ଟ କରିବାକୁ ପସନ୍ଦ କରେ ନାହିଁ। କିନ୍ତୁ ରିଚା ଓ ମୋ ଉଦ୍ଦେଶ୍ୟରେ ଡ. ଆର୍‌.କେ ନାୟରଙ୍କ ଧନ୍ୟବାଦ ବାର୍ତ୍ତା ମୋ ହୃଦୟକୁ ତରଳାଇ ଦେଇଥିଲା। ମୁଁ ଜାଣିଛି ଯେ ମୁଁ ବହୁତ ଗଛ ଦେଇ ନାହିଁ। କିନ୍ତୁ ବ୍ୟକ୍ତିଗତ ଭାବେ ଏହା ମୋ ପାଇଁ ଏକ ବଡ଼ ସଫଳତା। ସେହିଭଳି ଲକ୍‌ଡାଉନ୍ ସମୟରେ ସେ ଭଲ, ଧନୀ, ଭୋକ ଓ ଅସହାୟ ଆଦିକୁ ଭଲ ଭାବେ ବୁଝି ପାରିଛନ୍ତି ବୋଲି ଲେଖିବା ସହ ସମସ୍ତ ସମସ୍ୟାର ସମାଧାନ ଆମ ହାତରେ ରହିଛି ବୋଲି ଲେଖିଛନ୍ତି।

Advertisment

ସୂଚନାଯୋଗ୍ୟ, କରୋନା ପାଇଁ ଫିଲ୍ମର ଶୁଟିଂ ବନ୍ଦ ଥିବାରୁ ଅଲି ଓ ରିଚା ଘରେ ସମୟ ଅତିବାହିତ କରୁଛନ୍ତି।