ଯମଜ ସନ୍ତାନଙ୍କ ମା' ହେବେ ଆଲିଆ!

ମୁମ୍ବାଇ: ଖୁବଶୀଘ୍ର ମା’ ହେବେ ଆଲିଆ ଭଟ୍ଟ। ବି-ଟାଉନ୍‌ର ଚର୍ଚ୍ଚିତ ଯୋଡି ରଣବୀର ଓ ଆଲିଆଙ୍କ ଘରକୁ ଆସିବେ କୁନି ଅତିଥି। ତେବେ ବିବାହର ମାତ୍ର ତିନି ମାସ ଭିତରେ ଗୁଡ୍‌ ନ୍ୟୁଜ୍‌ ଦେଇଥିବା ଆଲିଆ କୁଆଡେ ଡବଲ ଖୁସି ଦେବେ। ସେ ଯମଜ ସନ୍ତାନର ମା’ ହେବେ। ଏହି ଖବର ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏକ ମିଡିଆ ରିପୋର୍ଟ ମୁତାବକ,  ଯାଆଁଳା ସନ୍ତାନର ବାପା-ମା’ ହେବେ ଆଲିଆ-ରଣବୀର। ସୋଶାଲ ମିଡିଆରେ ଏଭଳି […]

Alia and ranvir

Madhupriya Mistry
  • Published: Saturday, 16 July 2022
  • , Updated: 16 July 2022, 03:07 PM IST

ମୁମ୍ବାଇ: ଖୁବଶୀଘ୍ର ମା' ହେବେ ଆଲିଆ ଭଟ୍ଟ। ବି-ଟାଉନ୍‌ର ଚର୍ଚ୍ଚିତ ଯୋଡି ରଣବୀର ଓ ଆଲିଆଙ୍କ ଘରକୁ ଆସିବେ କୁନି ଅତିଥି। ତେବେ ବିବାହର ମାତ୍ର ତିନି ମାସ ଭିତରେ ଗୁଡ୍‌ ନ୍ୟୁଜ୍‌ ଦେଇଥିବା ଆଲିଆ କୁଆଡେ ଡବଲ ଖୁସି ଦେବେ। ସେ ଯମଜ ସନ୍ତାନର ମା' ହେବେ। ଏହି ଖବର ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏକ ମିଡିଆ ରିପୋର୍ଟ ମୁତାବକ,  ଯାଆଁଳା ସନ୍ତାନର ବାପା-ମା' ହେବେ ଆଲିଆ-ରଣବୀର। ସୋଶାଲ ମିଡିଆରେ ଏଭଳି ଖବର ଭାଇରାଲ ହେଉଛି। ତେବେ ଏନେଇ ଏହି ଷ୍ଟାର୍‌ କପଲଙ୍କ ପକ୍ଷରୁ କୌଣସି ଔପଚାରିକ ରୂପେ ଘୋଷଣା ହୋଇନାହିଁ। କିନ୍ତୁ ନିକଟରେ ରଣବୀର ଏକ ଶୋ'ରେ ଯୋଗ ଦେଇ ଏକ ହିଣ୍ଟ ଦେଇଥିଲେ। ଷ୍ଟାର୍‌ ପ୍ଲସରେ ପ୍ରସାରିତ ଏକ ଶୋ'ରେ ଯୋଗ ଦେଇ ରଣବୀର କହିଥିଲେ, 'ମୁଁ ଝିଅ ଚାହେଁ ଓ ଆଲିଆଙ୍କୁ ପୁଅ ପସନ୍ଦ।'

ରଣବୀର ଓ ଆଲିଆ ଟ୍ୱିନ୍‌ ବେବି ବାପା ମା' ହେବାକୁ ଯାଉଥିବା ଖବର ଜଣାପଡିବା ପରେ ଏବେ ଫ୍ୟାନ୍‌ମାନଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଭରିଯାଇଛି। ଏ ନେଇ ସୋସିଆଲ ମିଡିଆରେ ଜଣେ ୟୁଜର୍ସ ଲେଖିଛନ୍ତି, ‘ଏହି ଦୁଇଜଣ କେତେ ଭାଗ୍ୟବାନ।' ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ‘ଏହା ଆଶ୍ଚର୍ଯ୍ୟଜନକ।' ଅନେକ ୟୁଜର୍ସ ରଣବୀର-ଆଲିଆଙ୍କୁ ଶୁଭକାମନା ଜଣାଇଛନ୍ତି। ଏହା ବ୍ୟତୀତ ଆଉ କେତେ ଜଣେ ଦମ୍ପତିଙ୍କୁ ଏଥିପାଇଁ ଟ୍ରୋଲ ମଧ୍ୟ କରିଛନ୍ତି। ସେମାନେ କହିଛନ୍ତି, 'ଅନ୍ୟଟି କାହାର ରଣଭୀର ସିଂଙ୍କର କି?'

ଆଗକୁ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଏକାଠି ନଜର ଆସିବେ। ଏହା ଦମ୍ପତିଙ୍କର ଏକାଠି ପ୍ରଥମ ଫିଲ୍ମ ହେବ। ଏଥିପାଇଁ ପ୍ରଶଂସକମାନେ ଏହି ଯୋଡିଙ୍କୁ ପରଦାରେ ଦେଖିବାକୁ ବେଶ୍‌ ଏକ୍ସସାଇଟେଡ୍‌ ଅଛନ୍ତି।

 

View this post on Instagram

 

A post shared by Instant Bollywood (@instantbollywood)

Related story