Advertisment

'ସାବଧାନ, ମହିଳାଙ୍କ ଅପମାନ କରିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହୋଇପାରେ ହାନିକାରକ'

ମୁମ୍ବାଇ: ବୈଧାନିକ ଚେତାବନୀ। ମହିଳାଙ୍କ ଅପମାନ କରିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହୋଇପାରେ ବହୁତ ହାନିକାରକ। ନିକଟରେ ରିଲିଜ ହୋଇଥିବା ଅପକମିଂ ଫିଲ୍ମ ‘ଡାର୍ଲିଂସ୍’ର ଟିଜରରେ କିଛି ଏଭଳି ଚେତାବନୀ ଦିଆଯାଇଛି। ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଏହି ଫିଲ୍ମ ଜରିଆରେ ପ୍ରଥମ କରି ଅଭିନେତ୍ରୀରୁ ପ୍ରଯୋଜକ ସାଜିଛନ୍ତି। ‘ଡିଅର୍‌ ଜିନ୍ଦଗୀ’ ପରେ ଏହି ଫିଲ୍ମରେ ପୁଣି ଥରେ ଏକାଠି କାମ କରୁବାର ସୁଯୋଗ ପାଇଛନ୍ତି ବଲିଉଡର ବାଦଶାହ ଶାହାରୁଖ ଖାନ ଏବଂ ଆଲିଆ। ଉକ୍ତ ଫିଲ୍ମଟି […]

'ସାବଧାନ, ମହିଳାଙ୍କ ଅପମାନ କରିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହୋଇପାରେ ହାନିକାରକ'

Alia bhatt

Advertisment

ମୁମ୍ବାଇ: ବୈଧାନିକ ଚେତାବନୀ। ମହିଳାଙ୍କ ଅପମାନ କରିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହୋଇପାରେ ବହୁତ ହାନିକାରକ। ନିକଟରେ ରିଲିଜ ହୋଇଥିବା ଅପକମିଂ ଫିଲ୍ମ 'ଡାର୍ଲିଂସ୍'ର ଟିଜରରେ କିଛି ଏଭଳି ଚେତାବନୀ ଦିଆଯାଇଛି।

Advertisment

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଏହି ଫିଲ୍ମ ଜରିଆରେ ପ୍ରଥମ କରି ଅଭିନେତ୍ରୀରୁ ପ୍ରଯୋଜକ ସାଜିଛନ୍ତି। 'ଡିଅର୍‌ ଜିନ୍ଦଗୀ' ପରେ ଏହି ଫିଲ୍ମରେ ପୁଣି ଥରେ ଏକାଠି କାମ କରୁବାର ସୁଯୋଗ ପାଇଛନ୍ତି ବଲିଉଡର ବାଦଶାହ ଶାହାରୁଖ ଖାନ ଏବଂ ଆଲିଆ। ଉକ୍ତ ଫିଲ୍ମଟି ଏକ ଡାର୍କ କମେଡି ଉପରେ ଆଧରିତ।

ଏହି ଫିଲ୍ମର ଟିଜରକୁ ଆଲିଆ ଭଟ୍ଟ ନିଜ ଇନଷ୍ଟାଗ୍ରାମରେ ସେଆର କରିଛନ୍ତି। ଏହାକୁ ସେଆର କରି ସେ ଲେଖିଛନ୍ତି, ଏହି ଫିଲ୍ମଟି ବେଶ ଖାସ୍ ରହିଛି। ସେ ତାଙ୍କ ପ୍ରଥମ ପ୍ରଡକ୍ସନରେ ତିଆରି ଫିଲ୍ମ ଡାର୍ଲିଂସକୁ ତାଙ୍କ ଫେଭରାଇଟ ଶାହାରୁଖ ଖାନଙ୍କ ସହ ମିଶି ଘୋଷଣା କରୁଛି ବୋଲି କହିଛନ୍ତି।

Advertisment

ସେପଟେ ଶାହାରୁଖ ମଧ୍ୟ ଏହି ଫିଲ୍ମର ଟିଜରକୁ ସେଆର କରିଛନ୍ତି। ସେ ଲେଖିଛନ୍ତି, ''ଡାର୍ଲିଂସ, ଏ ଜୀବନ ବେଶ କଷ୍ଟସାଧ୍ୟ, କିନ୍ତୁ ତୁମକୁ ଦୃଢ଼ ଭାବେ ଲଢ଼ିବାକୁ ହେବ। ଏଥିସହ ଘରୁ ବହାରିବା ବେଳେ ଡାର୍ଲିଂସ୍‌ମାନଙ୍କୁ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି।''

ଜସମିତ କେ ରିନ୍‌ଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମରେ ଶେଫାଳି ଶାହା, ବିଜୟ ବର୍ମା, ରୋଶନ ମାଥ୍ୟୁଙ୍କ ସହ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ଅଛନ୍ତି। ଫିଲ୍ମର ଶୁଟିଂ ଖୁବଶୀଘ୍ର ଆରମ୍ଭ ହେବା ନେଇ ମଧ୍ୟ ସୂଚନା ମିଳିଛି।

Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe