Advertisment

ଆଲିଆ ଭଟ୍ଟ ଡିପଫେକର ଶିକାର, ଭାଇରାଲ୍ ହେଉଛି ଅଶ୍ଳୀଳ ଭିଡିଓ

ରଶ୍ମିକା ମନ୍ଦନା, କ୍ୟାଟ୍ରିନା କୈଫ ଏବଂ କାଜଲଙ୍କ ଭଳି ପତିଷ୍ଠିତ ଅଭିନେତ୍ରୀଙ୍କ ପରେ ଏବେ ଆଲିଆ ଭଟ୍ଟ ଡିପଫେକର ଶିକାର ହୋଇଛନ୍ତି।

author-image
Debibandita Barick
Alia Bhatt

Alia Bhatt

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ନିର୍ମିତ ଡିପଫେକ୍ ଫଟୋ ଓ ଭିଡିଓ ପୋଷ୍ଟ ପରଠୁ ବ୍ୟକ୍ତିଗତ ସୁରକ୍ଷା ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏହି ପ୍ଲାଟଫର୍ମ ମାଧ୍ୟମରେ ଅନେକଙ୍କ ମାନହାନି ହେଉଥିବା ଅଭିଯୋଗ ଆସୁଛି। ଏହାରି ମଧ୍ୟରେ ଡିପଫେକର ଶିକାର ହୋଇଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ।

Advertisment

ରଶ୍ମିକା ମନ୍ଦନା, କ୍ୟାଟ୍ରିନା କୈଫ ଏବଂ କାଜଲଙ୍କ ଭଳି ପତିଷ୍ଠିତ ଅଭିନେତ୍ରୀଙ୍କ ପରେ ଏବେ ଆଲିଆ ଭଟ୍ଟ ଡିପଫେକର ଶିକାର ହୋଇଛନ୍ତି। ଇଣ୍ଟରନେଟରେ ଆଲିଆଙ୍କର ଏକ ଅଶ୍ଳୀଳ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଅଭିନେତ୍ରୀ ଜଣକ ଫ୍ଲୋରା ସର୍ଟ କୋ-ଅର୍ଡ ସେଟ୍ ପିନ୍ଧି କ୍ୟାମେରା ପୋଜ୍ ଦେଇଛନ୍ତି। 

ଏହି ଭିଡିଓରେ ଅଶ୍ଳୀଳତା ରହିଛି ଏବଂ ଏହାକୁ ଉଦ୍ଦେଶ୍ୟମୂଳକ ଭାବେ ବିକୃତ କରାଯାଇଛି। ପୂର୍ବରୁ ମଧ୍ୟ ରଶ୍ମିକା ମନ୍ଦନାଙ୍କ ଚେହେରାକୁ ଏକ ଭିଡିଓରେ ଏଡିଟ୍ କରାଯାଇ ବିକୃତ ରୂପ ଦିଆଯାଇଥିଲା। ଏହାପରେ ବହୁ ବରିଷ୍ଠ ଅଭିନେତାଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ଡିପଫେକ୍ ଉପରେ କଟକଣା ଲଗାଇବାକୁ ଦାବି କରିଥିଲେ।

Advertisment

କେନ୍ଦ୍ର ସରକାରଙ୍କ ଏ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ କଡା ଆଇନ ଆଣୁଛନ୍ତି। କେନ୍ଦ୍ର ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ନିକଟରେ କହିଥିଲେ ଯେ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏକ ପ୍ଲାଟଫର୍ମ ପ୍ରସ୍ତୁତ କରିବାକୁ ଯାଉଛି, ଯେଉଁଥିରେ ଲୋକମାନେ ସୋଶାଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଡିପଫେକ୍ ବିରୁଦ୍ଧରେ ଅଭିଯୋଗ କରିପାରିବେ।

ଉଦ୍ଦେଶ୍ୟମୂଳକ ଭାବେ ଭିଡିଓ ପ୍ରସ୍ତୁତ କରୁଥିବା ବ୍ୟକ୍ତିଙ୍କ ଉପରେ କିପରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ, ସେଥିପାଇଁ ସରକାର ଚିନ୍ତା କରୁଛନ୍ତି। କିନ୍ତୁ ଏସବୁ ପୂର୍ବରୁ ଅସାମାଜିକ ବ୍ୟକ୍ତି ସେମାନଙ୍କ ହରକତରୁ ନିବୃତ୍ତ ରହୁନାହାନ୍ତି। ଯଥା ସମ୍ଭବ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ଆବଶ୍ୟକତା ରହିଛି।  

Alia Bhatt Artificial Intelligence Deepfake Deepfake Photo Viral Aila Bhatt Deepfake Photo