Advertisment

ଗଙ୍ଗୁବାଇ ସାଜିଲେ ଆଲିଆ, ଦେଖନ୍ତୁ ଦମଦାର ଭିଡିଓ

ମୁମ୍ବାଇ: “ଗଙ୍ଗୁ ଯେଉଁଠି ରୁହେ ସେଠି କେବେ ଅମବାସ୍ୟା ହୁଏନି। ଗଙ୍ଗୁ ଜହ୍ନ ଥିଲା ଏବଂ ଜହ୍ନ ହିଁ ରହିବ।” ଏଭଳି କିଛି ଦମଦାର ଡାଏଲଗ ଏବଂ ସ୍କ୍ରିନ ପ୍ଲେ ସହ ରିଲଜ ହୋଇଛି ବହୁ ପ୍ରତିକ୍ଷିତ ଫିଲ୍ମ ଗଙ୍ଗୁବାଇ କାଠିଆୱାଡିର ଟିଜର। ଦେହରେ ଧଳା ଶାଢ଼ି, ମୁହଁରେ ବିଡ଼ି।  ଦେଖିବାକୁ ପୂରା ଲେଡି ଡନ୍‌ ଲୁକ୍। କାଠିଆୱାଡି ଅଞ୍ଚଳର ଗଙ୍ଗୁବାଇ। ନା କାହାକୁ ଡରନ୍ତି, ନା କାହାକୁ ନିଜକୁ ଡରାଇବାକୁ ଦିଅନ୍ତି। ଏକଦମ ରୁବାବରେ ରୁହନ୍ତି। […]

ଅଦ୍ୟତନ ହୋଇଛି
ଗଙ୍ଗୁବାଇ ସାଜିଲେ ଆଲିଆ, ଦେଖନ୍ତୁ ଦମଦାର ଭିଡିଓ

Alia Bhatt

Advertisment

ମୁମ୍ବାଇ: “ଗଙ୍ଗୁ ଯେଉଁଠି ରୁହେ ସେଠି କେବେ ଅମବାସ୍ୟା ହୁଏନି। ଗଙ୍ଗୁ ଜହ୍ନ ଥିଲା ଏବଂ ଜହ୍ନ ହିଁ ରହିବ।” ଏଭଳି କିଛି ଦମଦାର ଡାଏଲଗ ଏବଂ ସ୍କ୍ରିନ ପ୍ଲେ ସହ ରିଲଜ ହୋଇଛି ବହୁ ପ୍ରତିକ୍ଷିତ ଫିଲ୍ମ ଗଙ୍ଗୁବାଇ କାଠିଆୱାଡିର ଟିଜର।

Advertisment

[caption id="attachment_622374" align="aligncenter" width="650"]Alia bhatt ଗଙ୍ଗୁବାଇ ଲୁକରେ ଆଲିଆ ଭଟ୍ଟ[/caption]

ଦେହରେ ଧଳା ଶାଢ଼ି, ମୁହଁରେ ବିଡ଼ି।  ଦେଖିବାକୁ ପୂରା ଲେଡି ଡନ୍‌ ଲୁକ୍। କାଠିଆୱାଡି ଅଞ୍ଚଳର ଗଙ୍ଗୁବାଇ। ନା କାହାକୁ ଡରନ୍ତି, ନା କାହାକୁ ନିଜକୁ ଡରାଇବାକୁ ଦିଅନ୍ତି। ଏକଦମ ରୁବାବରେ ରୁହନ୍ତି।  ରିଲିଜ ହୋଇଥିବା ଟିଜରରେ ଏଭଳି କିଛି ଲୁକରେ ନଜର ଆସିଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ। ତାଙ୍କୁ ଏଥିରେ ଗଙ୍ଗୁବାଇ ଚରିତ୍ରରେ ଦଖିବାକୁ ମିଳିଛି। ଏଥିପାଇଁ ସେ ନିଜ ହାବଭାବ ଏବଂ ଦମଦାର ଭଏସ ପାଇଁ ବେଶ ପରିଶ୍ରମ କରିଛନ୍ତି, ଯାହା ଟିଜରକୁ ଦେଖିଲେ ସ୍ପଷ୍ଟ ହୋଇପଡୁଛି।  ୧ ମିନିଟ ୩୧ ସେକେଣ୍ଡର ଏହି ଟିଜରରେ ଆଲିଆ ଭଟ୍ଟଙ୍କ ଦାମଦାର ଡାଏଲଗ ଏବଂ ତାଙ୍କ ଜବରଦସ୍ତ ଅନ୍ଦାଜ ଦେଖିବାକୁ ମିଳିଛି। ରୋମାଣ୍ଟିକ ଗାର୍ଲରୁ ପୁରାପୁରି ଲେଡି ଡନ ସାଜିଛନ୍ତି ଆଲିଆ। ଗଙ୍ଗୁବାଇ ଚରିତ୍ର ପାଇଁ ଯେଉଁ ନିର୍ଭୟ, ସାହାସ, ଘୃଣା ଏବଂ ଶକ୍ତି ଦରକାର ସେ ସବୁକିଛି ଆଲିଆଙ୍କ ଭିତରେ ନଜର ଆସିଛି।

Advertisment

ସଞ୍ଜୟ ଲିଲା ଭଂସାଲିଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମର ଲିଡ୍ ରୋଲରେ ଆଲିଆ ଭଟ୍ଟ ଅଛନ୍ତି। ଫିଲ୍ମଟି ‘ଦ ମାଫିଆ କୁଇନ ଅଫ ମୁମ୍ବାଇ’ ପୁସ୍ତକ ଉପରେ ଆଧାରିତ। ଏହି ଫିଲ୍ମରେ ଆଲିଆଙ୍କ ଲୁକକୁ ନେଇ ବେଶ୍ ପରିଶ୍ରମ କରାଯାଇଛି। ମୁଣ୍ଡରେ ବଡ ବିନ୍ଦି, ଶାଢ଼ି ଏବଂ ମୋଟା ମୋଟା କଜଳ ଲଗାଇ ପୁରାପୁରି ଭିନ୍ନ ଲୁକରେ ନଜର ଆସିଛନ୍ତି ଆଲିଆ।

ଟିଜରଟି ରିଲିଜ ହେବାପରେ ଏବେ ସୋଶାଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରଶଂସକଙ୍କ ମାନେ ଆଲିଆଙ୍କ ଦମଦାର ଅଭିନୟକୁ ଦେଖି ପ୍ରଶଂସା କରୁଛନ୍ତି। ଏହି ଫିଲ୍ମ ଜରିଆରେ ପ୍ରଥମ ଥର ପାଇଁ ଆଲିଆ ଏବଂ ସଞ୍ଜୟ ଲିଲା ଭଂସାଲି ଏକାଠି କାମ କରିଛନ୍ତି। ଆସନ୍ତା ଜୁଲାଇ ୩୦ରେ ଫିଲ୍ମଟି ପରଦାକୁ ଆସିବ।

Alia Bhatt Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe