Alia Bhatt
ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ। ନିକଟରେ ସେ ଦାଦାସାହେବ ଫାଲକେ ଆୱାର୍ଡ ପାଇଛନ୍ତି। ଏହାକୁ ନେଇ ସେ ଚର୍ଚ୍ଚାରେ ଅଛନ୍ତି। ହେଲେ ସେ ଏବେ ଲାଇମଲାଇଟ୍ ଠାରୁ ଦୂରେଇ ରହି ଝିଅ ରାହା ସହ ସମୟ ବିତାଉଛନ୍ତି। ଏହାରି ଭିତରେ ଆଲିଆଙ୍କ ଏକ ପ୍ରାଇଭେଟ୍ ଫଟୋ ଲିକ୍ ହୋଇଛି। ଯାହାକୁ ନେଇ ସେ ରାଗି ଯାଇଛନ୍ତି। ନିଜ ସୁରକ୍ଷାକୁ ନେଇ ସେ ଉଠାଇଛନ୍ତି ପ୍ରଶ୍ନ। ଏପରିକି ସେ ଏନେଇ ପୁଲିସକୁ ଗୁହାରି ମଧ୍ୟ କରିଛନ୍ତି।
ଆଲିଆ ଭଟ୍ଟ ନିଜ ଅଫିସିଆଲ୍ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ଶେଆର କରିଛନ୍ତି। ଏହି ଫଟୋକୁ ସେ ମୁମ୍ବାଇ ପୁଲିସକୁ ମଧ୍ୟ ଟ୍ୟାଗ୍ କରିଛନ୍ତି। ଫଟୋରେ ଆଲିଆ ଭଟ୍ଟ ନିଜ ଘରେ କାହା ସହ ଫୋନ୍ରେ କଥା ହେଉଥିବା ଦେଖିବାକୁ ମିଳିଛି। ଆଲିଆଙ୍କ ବିନା ଅନୁମତିରେ ଏହି ଫଟୋ କ୍ଲିକ୍ କରାଯାଇଛି। ଏହି ଫଟୋ ସାମ୍ନାକୁ ଆସିବା ପରେ ସେ ଏବେ ଚିହିଁକି ଉଠିଛନ୍ତି।
ଆଲିଆ ଏହି ଫଟୋକୁ ଶେଆର କରି କହିଛନ୍ତି, ‘ଅପରାହ୍ଣ ସମୟରେ ମୁଁ ମୋ ଲିଭିଂ ରୁମ୍ରେ ବସିଥିଲି। ସେତେବେଳେ କେହି ଜଣେ ମୋତେ ଦେଖୁଥିବା ଅନୁଭବ କଲି। ମୁଁ ବାଲକୋନିରୁ ଉପରକୁ ଦେଖିବା ବେଳେ ଦୁଇ ଜଣ ବ୍ୟକ୍ତି ମୋ ପଡୋଶୀ ବିଲ୍ଡିଂ ଉପରେ କ୍ୟାମେରା ଧରି ଠିଆ ହୋଇଥିଲେ। ଏହା କ’ଣ କାହାର ପ୍ରାଇଭେସି ଉଲ୍ଲଙ୍ଘନ ନୁହେଁ କି? ଆଜି ସବୁ ସୀମା ଟପି ଯାଇଛି।’
Alia Bhatt postଆଲିଆ ନିଜର ଏହି ପୋଷ୍ଟକୁ ମୁମ୍ବାଇ ପୁଲିସକୁ ଟ୍ୟାଗ୍ କରି ସହାୟତା ମାଗିଛନ୍ତି। ନିଜ ଘରେ ବି ଜଣେ ମହିଳା ସୁରକ୍ଷିତ ନୁହେଁ ବୋଲି ସେ କହିଛନ୍ତି। ଆଲିଆଙ୍କ ଏହି ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି। ଅନୁଷ୍କା ଶର୍ମାଙ୍କ ଠାରୁ ଆରମ୍ଭ କରି ରଣବୀର ସିଂହ ଯାଏଁ ଅନେକ ବଲିଉଡ ସେଲେବ୍ରିଟି ଆଲିଆଙ୍କ ସମର୍ଥନରେ ମଧ୍ୟ ବାହାରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Alia_Bhatt_1677049697.jpg)