ହସ୍ପିଟାଲରୁ ଡିସଚାର୍ଜ ହେଲେ ଆଲିଆ, ସାମ୍ନାକୁ ଆସିଲା ଝିଅର ପ୍ରଥମ ଝଲକ୍‌

ମୁମ୍ବାଇ: ୫ ଦିନ ପରେ ହସ୍ପିଟାଲରୁ ଡିସଚାର୍ଜ ହେଲେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ। ସେ ନଭେମ୍ବର ୬ ତାରିଖରେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ତେବେ ଆଲିଆ ଓ ରଣବୀରଙ୍କ ଝିଅର ପ୍ରଥମ ଝଲ୍‌କ ପାଇବା ପାଇଁ ଫ୍ୟାନମାନେ ଚାହିଁ ରହିଛନ୍ତି। ଏହାରି ଭିତରେ ଆଲିଆ ହସ୍ପିଟାଲରୁ ଆଜି ଡିଜାଚାର୍ଜ ହୋଇ ଘରକୁ ଫେରିଛନ୍ତି। ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, କଳା ରଙ୍ଗର ରେଞ୍ଜ ରୋଭର୍ କାର୍‌ରେ ଆଲିଆ ଓ ରଣବୀର ନିଜର […]

Alia Bhatt

Madhupriya Mistry
  • Published: Thursday, 10 November 2022
  • , Updated: 10 November 2022, 11:15 AM IST

ମୁମ୍ବାଇ: ୫ ଦିନ ପରେ ହସ୍ପିଟାଲରୁ ଡିସଚାର୍ଜ ହେଲେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ। ସେ ନଭେମ୍ବର ୬ ତାରିଖରେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ତେବେ ଆଲିଆ ଓ ରଣବୀରଙ୍କ ଝିଅର ପ୍ରଥମ ଝଲ୍‌କ ପାଇବା ପାଇଁ ଫ୍ୟାନମାନେ ଚାହିଁ ରହିଛନ୍ତି। ଏହାରି ଭିତରେ ଆଲିଆ ହସ୍ପିଟାଲରୁ ଆଜି ଡିଜାଚାର୍ଜ ହୋଇ ଘରକୁ ଫେରିଛନ୍ତି।

ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, କଳା ରଙ୍ଗର ରେଞ୍ଜ ରୋଭର୍ କାର୍‌ରେ ଆଲିଆ ଓ ରଣବୀର ନିଜର ଲିଟିଲ୍ ପ୍ରିନ୍ସେସ୍‌କୁ ଧରି ହସ୍ପିଟାଲରୁ ବାହାରିଛନ୍ତି। ଆଲିଆଙ୍କ ଝିଅର ପ୍ରଥମ ଝଲକ ପାଇବା ପାଇଁ ହସ୍ପିଟାଲ ବାହାରେ ଫ୍ୟାନ୍‌ମାନଙ୍କ ଭିଡ ମଧ୍ୟ ଜମିଥିଲା। କାର୍ ଭିତରେ ଝିଅକୁ ରଣବୀର କୋଳରେ ଧରିଥିବା ବେଳେ ଆଲିଆ ପାଖରେ ବସିଥିଲେ। ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

କପୁର ଖାନ୍‌ଦାନର ଏହି ଲିଟିଲ୍ ପ୍ରିନ୍ସେସ୍ କାହା ଭଳି ଦେଖାଉଯାଉଛି ତାହା ଜାଣିବା ପାଇଁ ସମସ୍ତେ ଉତ୍ସୁକ। କିନ୍ତୁ ଝିଅକୁ ଗଣମାଧ୍ୟମ ସାମ୍ନାକୁ ଆଣିବାକୁ ଆଲିଆ ଏବେ ନାରାଜ। ତେଣୁ ଫ୍ୟାନ୍‌ମାନଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିପାରେ।

ଆଲିଆ ଏବଂ ରଣବୀର ୧୪ ଏପ୍ରିଲ ୨୦୨୨ରେ ବିବାହ କରିଥିଲେ। ୨୭ ଜୁନ୍‌ରେ, ଆଲିଆ ଭଟ୍ଟ ପ୍ରଶଂସକଙ୍କ ସହ ଗର୍ଭବତୀ ଥିବା ନେଇ ଖୁସି ଖବର ସେୟାର କରିଥିଲେ। ଆଉ ନଭେମ୍ବର ୬ ତାରିଖରେ ସେ ନିଜ ଝିଅକୁ ଜନ୍ମ ଦେଇଥିଲେ। ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ପାଖକୁ ଚାରୁଆଡୁ ଶୁଭେଚ୍ଛାର ସୁଅ ଛୁଟିଥିଲା। କପୁର ଓ ଭଟ୍ଟ ପରିବାରରେ ଖୁସିର ଲହରି ଖେଳି ଯାଇଥିଲା।

 

View this post on Instagram

 

A post shared by Viral Bhayani (@viralbhayani)

Related story