ମା' ହେବେ ଆଲିଆ, ଶେଆର କଲେ ଗୁଡ୍‌ ନ୍ୟୁଜ୍‌

ମୁମ୍ବାଇ: ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି ମିସେସ୍‌ କପୁର ଓରଫ ଆଲିଆ ଭଟ୍ଟ। ଏହି ଗୁଡ ନ୍ୟୁଜ୍‌କୁ ସେ ନିଜେ ଶେଆର କରିଛନ୍ତି। ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ଘରକୁ କୁନି ଅତିଥି ଆସିବେ। ଏହି ଖବର ଏବେ ଫ୍ୟାନ୍‌ମାନଙ୍କୁ ଯେତିକି ସରପ୍ରାଇଜ କରିଛି ସେତିକି ଚକିତ ମଧ୍ୟ କରିଦେଇଛି। ବିବାହର ୨ ମାସ ପରେ ବଲିଉଡ ତାରକା ରଣବୀର କପୁର ଏବଂ ଆଲିଆ ଭଟ୍ଟ ପ୍ରଶଂସକଙ୍କ ସହ ଏହି ଖୁସି ଖବର ବାଣ୍ଟିଛନ୍ତି। ସୋସିଆଲ […]

Alia Bhatt

Alia Bhatt

Madhupriya Mistry
  • Published: Monday, 27 June 2022
  • Updated: 27 June 2022, 11:55 AM IST

Sports

Latest News

ମୁମ୍ବାଇ: ଖୁବ୍‌ଶୀଘ୍ର ମା' ହେବାକୁ ଯାଉଛନ୍ତି ମିସେସ୍‌ କପୁର ଓରଫ ଆଲିଆ ଭଟ୍ଟ। ଏହି ଗୁଡ ନ୍ୟୁଜ୍‌କୁ ସେ ନିଜେ ଶେଆର କରିଛନ୍ତି। ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ଘରକୁ କୁନି ଅତିଥି ଆସିବେ। ଏହି ଖବର ଏବେ ଫ୍ୟାନ୍‌ମାନଙ୍କୁ ଯେତିକି ସରପ୍ରାଇଜ କରିଛି ସେତିକି ଚକିତ ମଧ୍ୟ କରିଦେଇଛି।

ବିବାହର ୨ ମାସ ପରେ ବଲିଉଡ ତାରକା ରଣବୀର କପୁର ଏବଂ ଆଲିଆ ଭଟ୍ଟ ପ୍ରଶଂସକଙ୍କ ସହ ଏହି ଖୁସି ଖବର ବାଣ୍ଟିଛନ୍ତି। ସୋସିଆଲ ମିଡିଆରେ ଏକ ସ୍ୱତନ୍ତ୍ର ପୋଷ୍ଟ କରି 'ଆମେ ଖୁବଶୀଘ୍ର ଦୁଇରୁ ତିନି ହେବାକୁ ଯାଉଛୁ ବୋଲି ଆଲିଆ ଭଟ୍ଟ ଲେଖିଛନ୍ତି।'

ଅଭିନେତ୍ରୀଙ୍କ ଏହି ପୋଷ୍ଟ କିଛି ମିନିଟ ମଧ୍ୟରେ ଭାଇରାଲ ହୋଇଛି। ଆଲିଆ ଭଟ୍ଟ ଏକ ସୁନ୍ଦର ଫଟୋ ସହିତ ଘୋଷଣା କରିଛନ୍ତି ଯେ ତାଙ୍କ ଶିଶୁ ଶୀଘ୍ର ଦୁନିଆକୁ ଦେଖିବାକୁ ଯାଉଛି। ଏହି ଫଟୋରେ ଆଲିଆ ଭଟ୍ଟ ରଣବୀର କପୁରଙ୍କ ସହ ହସ୍ପିଟାଲ ବେଡ୍‌ରେ ଶୋଇଥିବା ନଜର ଆସିଛନ୍ତି। ସୋନୋଗ୍ରାଫି ଜରିଆରେ ଉଭୟ ସେମାନଙ୍କର ଆଗାମୀ ଶିଶୁର ଝଲକ ଦେଖାଇଛନ୍ତି।

ଦୀର୍ଘ ଦିନ ଧରି ଡେଟ୍‌ କରିବା ପରେ ଚଳିତ ବର୍ଷ ଏପ୍ରିଲ ୧୪ ତାରିଖରେ ଆଲିଆ ଓ ରଣବୀର ବିବାହ କରିଥିଲେ। ତେବେ ବିବାହର ତିନି ମାସ ପରେ ପରେ ହିଁ ଏହି ଦମ୍ପତି ଗୁଡ୍‌ ନ୍ୟୁଜ ଦେଇଥିବା ଯୋଗୁଁ ଭଟ୍ଟ ଓ କପୁର ପରିବାର ଭିତରେ ଖୁସିର ଲହରି ଖେଳି ଯାଇଛି। ଆଲିଆ ନିଜ ଇନ୍‌ଷ୍ଟାଗ୍ରାମରେ ଯେଉଁ ଫଟୋ ଶେଆର କରିଛନ୍ତି ସେଥିରେ ଅେନକ ସେଲେବ୍ରିଟି କମେଣ୍ଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏପରି କି ତାଙ୍କ ମା' ସୋନି ରାଜଦାନ ମଧ୍ୟ ଆଲିଆ ଓ ରଣବୀରଙ୍କୁ ମା'-ବାପା ହେବାକୁ ଯାଉଥିବା ନେଇ ଶୁଭେଚ୍ଛା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos