Advertisment

ଜାତୀୟ ଫିଲ୍ମ ପୁରସ୍କାର: ବାଜି ମାରିଲେ ଅଲ୍ଲୁ-ଆଲିଆ-କୃତୀ, ପ୍ରତୀକ୍ଷା ଶ୍ରେଷ୍ଠ ଓଡ଼ିଆ ଫିଲ୍ମ

ଭିକ୍କି କୌଶଲଙ୍କ ଅଭିନୀତି ସର୍ଦ୍ଦାର ଉଦ୍ଧମ ଶ୍ରେଷ୍ଠ ସିନେମା ପୁରସ୍କାର ଜିତିଛି।

ଅଦ୍ୟତନ ହୋଇଛି
National Film Award

National Film Award

Advertisment

ଭାରତ ସରକାର ଆଜି ୬୯ତମ ଜାତୀୟ ଫିଲ୍ମ ପୁରସ୍କାର ତାଲିକା ଘୋଷଣା କରିଛନ୍ତି। ସାଉଥ ଷ୍ଟାର ଅଲ୍ଲୁ ଅର୍ଜୁନ ପୁଷ୍ପା ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇବେ। ସେହିପରି ଦୁଇ ଜଣଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିବ। ଗଙ୍ଗୁବାଈ କାଥିଆୱାଡ଼ା ପାଇଁ ଆଲିଆ ଭଟ୍ଟ ଓ ମିମି ପାଇଁ କୃତୀ ସାନନଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ଦିଆଯିବ।

Advertisment

ସେହିପରି ପ୍ରତୀକ୍ଷାକୁ ଶ୍ରେଷ୍ଠ ଓଡ଼ିଆ ସିନେମା ଭାବେ ଜାତୀୟ ପୁରସ୍କାର ମିଳିବ। ଏହି ଫିଲ୍ମର ପ୍ରଯୋଜନା ଅମୀୟ ପଟ୍ଟନାୟକ କରିଥିବା ବେଳେ ନିର୍ଦ୍ଦେଶକ ଥିଲେ ଅନୁପମ ପଟ୍ଟନାୟକ। ଏହି ଫିଲ୍ମ ରିଲିଜ ହେବା ପରେ ବେଶ ସଫଳତା ସାଉଁଟି ଥିଲା।

ଏପରି କି ବଲିଡଉ ଅଭିନେତା ଅନୁପମ ଖେର ଏହାର ରି-ମେକ ହିନ୍ଦୀ ଭାଷାରେ କରିବେ ବୋଲି କହିଥିଲେ। ଏବେ ଏହି ଫିଲ୍ମକୁ ଶ୍ରେଷ୍ଠ ଓଡ଼ିଆ ସିନେମା ଭାବେ ଜାତୀୟ ଚଳଚ୍ଚିତ୍ର ସମ୍ମାନରେ ସମ୍ମାନୀତ କରାଯିବ।

Advertisment

ସେହିପରି ଭିକ୍କି କୌଶଲଙ୍କ ଅଭିନୀତି ସର୍ଦ୍ଦାର ଉଦ୍ଧମ ଶ୍ରେଷ୍ଠ ସିନେମା ପୁରସ୍କାର ଜିତିଛି। ଆରଆରଆର ସବୁ ଠାରୁ ଲୋକପ୍ରିୟ ସିନେମା ଭାବେ ଜାତୀୟ ଫିଲ୍ମ ପୁରସ୍କାର ପାଇବ। ଜାତୀୟ ସଂହତି ପାଇଁ ଦି କଶ୍ମୀର ଫାଇଲ୍ସକୁ ଜାତୀୟ ପୁରସ୍କାର ପାଇଁ ମନୋନୀତ କରାଯାଇଛି।

ଶ୍ରେୟା ଘୋଘାଲ ଶ୍ରେଷ୍ଠ ଗାୟିକା ଓ ଆରଆରଆର ପାଇଁ କାଲା ବୈରଭଙ୍କୁ ଶ୍ରେଷ୍ଠ ଗାୟକ ସମ୍ମାନ ମିଳିବ। ମିମି ପାଇଁ ପଙ୍କଜ ତ୍ରିପାଠୀ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଓ କଶ୍ମୀର ଫାଇଲ୍ସ ପାଇଁ ପଲ୍ଲବୀ ଯୋଶୀଙ୍କୁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ପୁରସ୍କାର ମିଳିବ।

୧- ମରାଠି ଫିଲ୍ମ ଗୋଦାବରୀ ପାଇଁ ନିଖିଲ ମହାଜନ ଶ୍ରେଷ୍ଠ ନିର୍ଦ୍ଦେଶକ

୨- ପୁଷ୍ପା ପାଇଁ ଦେବୀ ଶ୍ରୀପ୍ରସାଦ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ

୩- ଶ୍ରେଷ୍ଠ କୋରିଓଗ୍ରାଫି- ଆରଆର

୪- ଶ୍ରେଷ୍ଠ ସଂଳାପ- କୋଣ୍ଡା ପୋଲାମ 

୫- ସ୍ପେଶାଲ ଜୁରୀ ଆୱାର୍ଡ- ଶେରଶାହ 

National Film Award
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe