Advertisment

ଆଲିଆଙ୍କ ହାତରେ ଲାଗିଲା ରଣବୀରଙ୍କ ମେହେନ୍ଦି, ଇସାରା ଦେଲେ ଭଉଣୀ

ମୁମ୍ବାଇ: ଆରମ୍ଭ ହୋଇଗଲାଣି କାଉନ୍‌ଡାଉନ୍‌। ଲାଗିଗଲାଣି ଆଲିଆଙ୍କ ହାତରେ ମେହେନ୍ଦି। ଘରେ ଜମିଲାଣି ଅତିଥିଙ୍କ ଭିଡ। ସେପଟେ ରଣବୀର ବି ହୋଇଗଲେଣି ସଜେଇ। ବାହାଘର ଯେତିକି ପାଖେଇ ଆସୁଛି ଉତ୍କଣ୍ଠା ସେତିକି ବଢ଼ୁଛି। ଜମିଲାଣି ଆସର, ଝଲସିଲାଣି ଆର୍‌କେ ଷୁଡିଓ। ଆସନ୍ତକାଲି ବର ବଧୂ ସାଜିବେ ଆଲିଆ-ରଣବୀର। ଆଜି ସରିଛି ମେହେନ୍ଦି। ଆଲିଆଙ୍କ ହାତରେ ଲାଗିଛି ରଣବୀରଙ୍କ ନାଁରେ ମେହେନ୍ଦି। ଏନେଇ ଖୋଦ୍‌ ଇସାରା ଦେଖିଛନ୍ତି ତାଙ୍କ ଭଉଣୀ ପୂଜା ଭଟ୍ଟ। ମେହେନ୍ଦି ଲଗା ହାତକୁ କ୍ୟାମେରା […]

ଅଦ୍ୟତନ ହୋଇଛି
ଆଲିଆଙ୍କ ହାତରେ ଲାଗିଲା ରଣବୀରଙ୍କ ମେହେନ୍ଦି, ଇସାରା ଦେଲେ ଭଉଣୀ

Alia Bhatt-1

Advertisment

ମୁମ୍ବାଇ: ଆରମ୍ଭ ହୋଇଗଲାଣି କାଉନ୍‌ଡାଉନ୍‌। ଲାଗିଗଲାଣି ଆଲିଆଙ୍କ ହାତରେ ମେହେନ୍ଦି। ଘରେ ଜମିଲାଣି ଅତିଥିଙ୍କ ଭିଡ। ସେପଟେ ରଣବୀର ବି ହୋଇଗଲେଣି ସଜେଇ। ବାହାଘର ଯେତିକି ପାଖେଇ ଆସୁଛି ଉତ୍କଣ୍ଠା ସେତିକି ବଢ଼ୁଛି। ଜମିଲାଣି ଆସର, ଝଲସିଲାଣି ଆର୍‌କେ ଷୁଡିଓ।

Advertisment

ଆସନ୍ତକାଲି ବର ବଧୂ ସାଜିବେ ଆଲିଆ-ରଣବୀର। ଆଜି ସରିଛି ମେହେନ୍ଦି। ଆଲିଆଙ୍କ ହାତରେ ଲାଗିଛି ରଣବୀରଙ୍କ ନାଁରେ ମେହେନ୍ଦି। ଏନେଇ ଖୋଦ୍‌ ଇସାରା ଦେଖିଛନ୍ତି ତାଙ୍କ ଭଉଣୀ ପୂଜା ଭଟ୍ଟ। ମେହେନ୍ଦି ଲଗା ହାତକୁ କ୍ୟାମେରା ସାମ୍ନାରେ ଦେଖାଇ ପୂଜା ଫଙ୍କସନ୍‌ ସରିଥିବା ନେଇ ହିଣ୍ଟ ଦେଇଛନ୍ତି।

ଆଜି ଆଲିଆ-ରଣବୀରଙ୍କ ମେହେନ୍ଦି ସେରିମୋନିରେ ପରିବାର ଲୋକଙ୍କ ସମେତ ଷ୍ଟାରମାନଙ୍କ ମଧ୍ୟ ଭିଡ ଜମିଛି। ରଣବୀରଙ୍କ ଘର 'ବାସ୍ତୁ'ରେ ପହଞ୍ଚିଛନ୍ତି ପରିବାର ଲୋକେ। କରିଶ୍ମା କପୁର, କରିନା କପୁର, ନୀତୁ କପୁର, ଭଉଣୀ ରିଦ୍ଧିମା ଓ କପୁର ଫ୍ୟାମିଲିର ସମସ୍ତ ସଦସ୍ୟଙ୍କ ସମେତ କରନ୍‌ ଜୋହର୍‌ ମଧ୍ୟ ସ୍ପଟ୍‌ ହୋଇଛନ୍ତି। ସେହିଭରି ମହେଶ ଭଟ୍ଟ, ସୋନି ରାଜଦାନ ଓ ପୂଜା ଭଟ୍ଟଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଆଲିଆ ଓ ରଣବୀରଙ୍କ ମେହେନ୍ଦି ସେରେମୋନିରେ ସମସ୍ତେ ହଳଦିଆ ରଙ୍ଗର ଡ୍ରେସ୍‌କୋଡ୍‌ରେ ଆସିଛନ୍ତି ନଜର।

Advertisment

ମେହେନ୍ଦି ସେରିମୋନିରେ ଯୋଗ ଦେବାକୁ ଯାଉଥିବା ସମସ୍ତ ଅତିଥି ଓ ସେଲେବ୍ରିଟିଙ୍କ ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେପଟେ ଏହି ଦୁଷ୍ଟାରଙ୍କ ବିବାହକୁ ନେଇ ସୁରକ୍ଷାବ୍ୟବସ୍ଥା ମଧ୍ୟ କଡା କରାଯାଇଛି। 'ବାସ୍ତୁ'କୁ ୨୦୦ ବାଉନ୍ସର ଜଗିଛନ୍ତି। ବିବାହର ଯେପରି କୌଣସି ଫଟୋ ଲିକ୍‌ ନହୁଏ ସେଥିପାଇଁ ସମସ୍ତ ଅତିଥି ଓ କର୍ମଚାରୀଙ୍କ ମୋବାଇଲ୍‌ କ୍ୟାମେରାରେ ଷ୍ଟିକର ଲଗାଇ ଭିତରକୁ ଛଡା ଯାଉଛି।

Alia-Ranbir Mehndi

Alia Bhatt Ranbir Kapoor Ranbir-Alia Marriage
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe