Advertisment

ଏହି ସବୁ ହିଟ୍ ଫିଲ୍ମରେ କାମ କରିବାକୁ ମନା କରି ଦେଇଥିଲେ ଆମୀର

ଆଜି ଆମୀର ଖାନ ୫୯ ବର୍ଷରେ ପାଦ ଥାପିଛନ୍ତି। ୩୦ ବର୍ଷର କ୍ୟାରିୟରରେ ସେ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି।

ଅଦ୍ୟତନ ହୋଇଛି
Aamir Khan

Aamir Khan

Advertisment

ଆମୀର ଖାନ ଦେଶର ଅନ୍ୟତମ ଲୋକପ୍ରିୟ ଅଭିନେତା। ଆଜି ତାଙ୍କ ଜନ୍ମ ଦିନ। ଆଜି ସେ ୫୯ ବର୍ଷରେ ପାଦ ଥାପିଛନ୍ତି। ୩୦ ବର୍ଷର କ୍ୟାରିୟରରେ ସେ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି। ସେଗୁଡ଼ିକ ମଧ୍ୟରେ ରହିଛି କୟାମତ୍ ସେ କୟାମତ୍‌ ତକ୍‌, ଦିଲ୍‌, ରାଜା ହିନ୍ଦୁସ୍ତାନୀ, ସରଫୋରଶ୍, ଇଶ୍କ, ଲଗାନ୍, ଦିଲ୍‌ ଚାହତା ହୈ, ରଙ୍ଗ ଦେ ବସନ୍ତୀ, ଫନା, ତାରେ ଜମୀନ ପର, ଗଜନୀ, ଥ୍ରୀ ଇଡିୟଟ୍‌ସ, ପିକେ ଓ ଦଙ୍ଗଲ। ତେବେ ବଲିଉଡ୍‌ର ଏମିତି କିଛି ହିଟ୍ ଫିଲ୍ମ ଅଛି, ଯେଉଁଗୁଡ଼ିକରେ ଆମୀର ଖାନ୍ ଅଭିନୟ କରିବାକୁ ମନା କରି ଦେଇଥିଲେ। ପରେ ସେହି ଫିଲ୍ମ ଗୁଡ଼ିକ ଶାହରୁଖ ଖାନ୍ ଓ ସଲମାନ ଖାନଙ୍କ ହାତକୁ ଯାଇଥିଲା। ଏହି ତାଲିକାରେ ରହିଛି ଡର୍, ହମ ଆପ୍‌କେ ହେଁ କୌନ, ଦିଲ୍‌ୱାଲେ ଦୁଲହନିୟା ଲେ ଯାଏଙ୍ଗେ, ମହବତେଁ, ବଜରଙ୍ଗୀ ଭାଇଜାନ, ସ୍ୱଦେଶ ଓ ୨.୦।

Advertisment

‘ଡର୍’ ଫିଲ୍ମରେ ନେଗେଟିଭ୍ ରୋଲ୍‌ରେ ଅଭିନୟ କରିଥିଲେ ଶାହରୁଖ ଖାନ୍‌। ଏଥିରେ ସନ୍ନି ଦେଓଲ ଓ ଜୁହି ଚାୱଲା ମଧ୍ୟ ଥିଲେ। ‘ଡର୍‌’ ପାଇଁ ବେଶ୍ ପ୍ରଶଂସିତ ହୋଇଥିଲେ ଶାହରୁଖ। ତେବେ ଶାହରୁଖ ଯେଉଁ ଚରିତ୍ରରେ ଅଭିନୟ କରିଥିଲେ ସେଥିରେ ଅଭିନୟ କରିବା ପାଇଁ ପ୍ରଥମେ ଅଜୟ ଦେବଗନଙ୍କୁ ଅଫର ଦିଆଯାଇଥିଲା। କିନ୍ତୁ ସେ ଏଥିରେ ଅଭିନୟ କରିବେ କି ନାହିଁ ସେ ନେଇ କିଛି ସ୍ପଷ୍ଟ କରି ନଥିଲେ। ଏହା ପରେ ଆମୀର ଖାନଙ୍କୁ ଅଫର ଦିଆଯାଇଥିଲା। କିନ୍ତୁ ସେ ମନା କରି ଦେଇଥିଲେ।

ବଲିଉଡ୍‌ର ଅନ୍ୟତମ ସୁପରହିଟ୍ ଫିଲ୍ମ ହେଉଛି ହମ୍ ଆପ୍‌କେ ହେଁ କୌନ୍। ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ସଲମାନ ଖାନ୍ ଓ ମାଧୁରୀ ଦୀକ୍ଷିତ। ସଲମାନଙ୍କ ସ୍ଥାନରେ ପ୍ରଥମେ ଆମୀରଙ୍କୁ ଏହି ଫିଲ୍ମ ଅଫର କରାଯାଇଥିଲା। କିନ୍ତୁ ସ୍କ୍ରିପ୍ଟ ଭଲ ନଲାଗିବାରୁ ସେ ଏଥିରେ ଅଭିନୟ କରିବାକୁ ମନା କରି ଦେଇଥିଲେ।

Advertisment

‘ଦିଲ୍‌ୱାଲେ ଦୁଲହନିୟା ଲେ ଜାଏଙ୍ଗେ’ ବହୁତ ହିଟ୍ ହୋଇଥିଲା। ଏବେ ବି ଏହି ଫିଲ୍ମକୁ ଦର୍ଶକ ଦେଖିବାକୁ ଭଲ ପାଆନ୍ତି। ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ଶାହରୁଖ ଖାନ ଓ କାଜଲ। ୟଶ ରାଜ ଫିଲ୍ମସ ପ୍ରଥମେ ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଆମୀର ଖାନଙ୍କୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଆମୀର ମନା କରି ଦେଇଥିଲେ। ‘ଦିଲ୍‌ୱାଲେ ଦୁଲହନିୟା ଲେ ଜାଏଙ୍ଗେ’ ବଦଳରେ ସେ ସେତେବେଳେ ତାଙ୍କ ଫିଲ୍ମ ‘ରଙ୍ଗୀଲା’ ଉପରେ ଫୋକସ୍ କରିଥିଲେ।

‘ଦିଲ୍‌ୱାଲେ ଦୁଲହନିୟା ଲେ ଜାଏଙ୍ଗେ’ ଭଳି ଆଦିତ୍ୟ ଚୋପ୍ରା ତାଙ୍କର ଆଉ ଏକ ହିଟ୍ ଫିଲ୍ମ ‘ମୋହବତେଁ’ରେ ମଧ୍ୟ ଆମୀର ଖାନଙ୍କୁ ନେବାକୁ ଚାହିଁଥିଲେ। ହେଲେ ଏଥର ବି ଆମୀର ତାଙ୍କୁ ନିରାଶ କରିଥିଲେ। ଏହା ପରେ ଆଦିତ୍ୟ ଚୋପ୍ରା ଏହି ଫିଲ୍ମରେ ଶାହରୁଖ ଖାନଙ୍କୁ ନେଇଥିଲେ। ‘ରାଜ୍’ ଚରିତ୍ରରେ ଅଭିନୟ କରିଥିଲେ ଶାହରୁଖ। ଫିଲ୍ମଟି ବହୁତ ସଫଳତା ପାଇଥିଲା।

ବଜରଙ୍ଗୀ ଭାଇଜାନ ହେଉଛି ସଲମାନ ଖାନଙ୍କ ଅନ୍ୟତମ ହିଟ୍ ଫିଲ୍ମ। ହେଲେ ଏହି ଫିଲ୍ମ ପାଇଁ ନିର୍ଦ୍ଦେଶକ କବୀର ଖାନ ପ୍ରଥମେ ଆମୀରଙ୍କୁ ଅଫର ଦେଇଥିଲେ। ଆମୀର ଫିଲ୍ମର ସ୍କ୍ରିପ୍ଟରେ କିଛି ପରିବର୍ତ୍ତନ ଚାହିଁଥିଲେ। କିନ୍ତୁ କବୀର ଖାନ ସେଥିରେ ଏକମତ ହୋଇ ନଥିଲେ। ତେଣୁ ପରେ ସେ ସଲମାନଙ୍କୁ ଏହି ଫିଲ୍ମରେ ନେଇଥିଲେ। ଫିଲ୍ମଟିକୁ ଲୋକେ ବହୁତ ପସନ୍ଦ କରିଥିଲେ ଓ ଏହା ଭଲ ଆୟ କରିଥିଲା।

‘ସ୍ୱଦେଶ’ ବହୁତ ଆୟ କରି ନଥିଲା। କିନ୍ତୁ ଫିଲ୍ମଟି ଭଲ ହୋଇଥିଲା। ଶାହରୁଖଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରିଥିଲେ। ଏଥିରେ ଶାହରୁଖଙ୍କୁ ପୂରା ଭିନ୍ନ ରୂପରେ ଦେଖିବାକୁ ପାଇଥିଲେ ଦର୍ଶକ। ଆଶୁତୋଷ ଗୋୱରିକର ‘ସ୍ୱଦେଶ’ର ନିର୍ଦ୍ଦେଶନା ଦେଇଥିଲେ। ସେ ପ୍ରଥମେ ଏହି ଫିଲ୍ମରେ ଆମୀର ଖାନଙ୍କୁ ମୁଖ୍ୟ ଚରିତ୍ରରେ ନେବାକୁ ଚାହୁଁଥିଲେ। କିନ୍ତୁ ଆମୀରଙ୍କୁ ‘ସ୍ୱଦେଶ’ର କାହାଣୀ ପସନ୍ଦ ଆସି ନଥିଲା। ତେଣୁ ସେ ମନା କରି ଦେଇଥିଲେ।

‘ଦିଲ୍‌ ତୋ ପାଗଲ୍ ହୈ’ ହେଉଛି ଶାହରୁଖ ଖାନଙ୍କ ଅନ୍ୟତମ ସୁପରହିଟ୍ ରୋମାଣ୍ଟିକ୍ ଫିଲ୍ମ। ଏହି ଫିଲ୍ମ ପାଇଁ ୟଶ ଚୋପ୍ରା ପ୍ରଥମେ ଆମୀରଙ୍କୁ ବାଛିଥିଲେ। କିନ୍ତୁ ସେ ମନା କରି ଦେଇଥିଲେ। ଏହା ଫିଲ୍ମଟି ଯାଇଥିଲା ଶାହରୁଖଙ୍କ ହାତକୁ।

୨.୦ରେ ରଜନୀକାନ୍ତ ଅଭିନୟ କରିଛନ୍ତି। ଅନେକ ଜାଣିନଥିବେ ପ୍ରଥମେ ଏହି ଫିଲ୍ମ ପାଇଁ ଆମୀର ଖାନଙ୍କୁ ଅଫର ଦିଆଯାଇଥିଲା। ଏମିତିକି ନିଜେ ରଜନୀକାନ୍ତ ତାଙ୍କୁ ଫୋନ୍ କରି ଅଫର ଗ୍ରହଣ କରିବାକୁ କହିଥିଲେ। ଯଦିଓ ଉଭୟ ରଜନୀକାନ୍ତ ଓ ନିର୍ଦ୍ଦେଶକ ଶଙ୍କରଙ୍କୁ ଆମୀର ଖୁବ୍ ଭଲ ପାଆନ୍ତି, ତଥାପି ସେ ଏହି ଫିଲ୍ମଟିକୁ ଗ୍ରହଣ କରି ନଥିଲେ। ସେ କହିଥିଲେ ଉକ୍ତ ଚରିତ୍ରରେ ସେ ରଜନୀକାନ୍ତଙ୍କ ବ୍ୟତୀତ ଆଉ କାହାକୁ କଳ୍ପନା କରିପାରୁ ନାହାନ୍ତି। ସେ କେବେ ବି ରଜନୀକାନ୍ତଙ୍କ ସ୍ଥାନ ନେଇପାରିବେନି ବୋଲି କହିଥିଲେ। 

Aamir Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe