୬ ବର୍ଷ ବୟସରେ ଡେବ୍ୟୁ କରିବେ ଆଲ୍ଲୁ ଅର୍ଜୁନଙ୍କ ଲାଡଲି

ହାଇଦ୍ରାବାଦ: ବୟସ ମାତ୍ର ୬ ବର୍ଷ। କିନ୍ତ ଅଭିନୟରେ କୌଣସି ବଡ ତାରକ ଠାରୁ କମ୍ ନୁହନ୍ତି । ନିଜ କ୍ୟୁଟ୍‌ନେସ୍‌ରେ ସମସ୍ତଙ୍କୁ କରିଛନ୍ତି ପାଗଳ। ସୋଶାଲ ମିଡିଆ ପରେ ଏବେ ବଡ ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି ସାଉଥ ସୁପରଷ୍ଟାର ତଥା ପୁଷ୍ପା ଫେମ୍ ଅଭିନତୋ ଆଲ୍ଲୁ ଅର୍ଜୁନଙ୍କ ଝିଅ ଆରହା। ସାଉଥର ହିଟ୍ ଅଭିନେତ୍ରୀ ସମନ୍ଥା ରୁଥ ପ୍ରଭୁଙ୍କ ସହ ସ୍କ୍ରିନ୍ ଶେଆର କରିବେ ଆରହା। ଅପ୍‌କମିଂ ସାଉଥ ଫିଲ୍ମ ‘ଶକୁନ୍ତଲମ୍‌’ରେ ଡେବ୍ୟୁ କରିବେ […]

allu-arjun-daughter-arha

Madhupriya Mistry
  • Published: Thursday, 05 January 2023
  • , Updated: 05 January 2023, 02:41 PM IST

ହାଇଦ୍ରାବାଦ: ବୟସ ମାତ୍ର ୬ ବର୍ଷ। କିନ୍ତ ଅଭିନୟରେ କୌଣସି ବଡ ତାରକ ଠାରୁ କମ୍ ନୁହନ୍ତି । ନିଜ କ୍ୟୁଟ୍‌ନେସ୍‌ରେ ସମସ୍ତଙ୍କୁ କରିଛନ୍ତି ପାଗଳ। ସୋଶାଲ ମିଡିଆ ପରେ ଏବେ ବଡ ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି ସାଉଥ ସୁପରଷ୍ଟାର ତଥା ପୁଷ୍ପା ଫେମ୍ ଅଭିନତୋ ଆଲ୍ଲୁ ଅର୍ଜୁନଙ୍କ ଝିଅ ଆରହା।

ସାଉଥର ହିଟ୍ ଅଭିନେତ୍ରୀ ସମନ୍ଥା ରୁଥ ପ୍ରଭୁଙ୍କ ସହ ସ୍କ୍ରିନ୍ ଶେଆର କରିବେ ଆରହା। ଅପ୍‌କମିଂ ସାଉଥ ଫିଲ୍ମ ‘ଶକୁନ୍ତଲମ୍‌’ରେ ଡେବ୍ୟୁ କରିବେ ଆରହା। ଏହି ଖବର ଶୁଣି ଖୁସିରେ ଫାଟି ପଡିଛନ୍ତି ଅଭିନେତା ଆଲ୍ଲୁ ଅର୍ଜୁନ ଓ ତାଙ୍କ ପତ୍ନୀ।

ନିକଟରେ ଆଲ୍ଲୁ ଏକ ସାକ୍ଷାତକାରରେ କହିଥିଲେ ଯେ, ଆରହା ଏବେ ବେଶ୍ ଛୋଟ। ପାଠ ପଢ଼ିବା ସାରିବା ପରେ ସେ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିବେ। କିନ୍ତୁ ଆଲ୍ଲୁଙ୍କ ଏହି କଥା ଏବେ ଭୁଲ ପ୍ରମାଣିତ ହେବାକୁ ଯାଉଛି। ଆରହା ୬ ବର୍ଷ ବୟସରୁ ହିଁ ନିଜର ଫିଲ୍ମ କ୍ୟାରିୟର୍ ଆରମ୍ଭ କରିବାକୁ ଯାଉଛନ୍ତି।

ଏନେଇ ଆଲ୍ଲୁ ଅର୍ଜୁନ କହିଛନ୍ତି, ଛୋଟ ବୟସରେ ଆରହା ଯଦି ବଡ ସଫଳତା ନିଜ ନାଁରେ କରିପାରିଛନ୍ତି ତେବେ ବାପା ହିସାବରେ ମୁ ବେଶ୍ ଗର୍ବିତ। ମୁଁ ତାକୁ ଅନ୍‌ସ୍କ୍ରିନ୍‌ରେ ଦେଖି କିଭଳି ଅନୁଭବ କରିବି ଆଉ କିଭଳି ରିଆକ୍ଟ କରିବି ତାହା ମୁଁ ନିଜେ ଜାଣିନି।

୨୦୧୬ ନଭେମ୍ବର ୨୧ରେ ଜନ୍ମ ଗ୍ରହଣ କରିଥିଲେ ଆରହା। ତାଙ୍କୁ ବର୍ତ୍ତମାନ ୬ ବର୍ଷ ବୟସ ହୋଇଛି। ଆରହାଙ୍କ ବଡ ଭାଇ ମଧ୍ୟ ଅଛନ୍ତି, ତାଙ୍କ ନାଁ ଆଲ୍ଲୁ ଅୟାନ୍। ଆରହା ବାପା ଆଲ୍ଲୁ ଅର୍ଜୁନଙ୍କ ବେଶ୍ ନିକଟତର।

Related story