Advertisment

ଶାହରୁଖଙ୍କ ଫିଲ୍ମକୁ ରିଜେକ୍ଟ କଲେ ସାଉଥ ଷ୍ଟାର ଅଲ୍ଲୁ ଅର୍ଜୁନ

ଶାହରୁଖ ଖାନ୍‌ଙ୍କ ଫିଲ୍ମ ‘ଯବାନ’ ପାଇଁ ତାଙ୍କ ପାଖରେ ଟାଇମ୍ ନାହିଁ।

Allu Arjun and Shahrukh Khan

Allu Arjun and Shahrukh Khan

Advertisment

ବଲିଉଡ ବାଦଶାହ ଶାହରୁଖ ଖାନ୍‌ଙ୍କ ଫିଲ୍ମକୁ ରିଜେକ୍ଟ କଲେ ସାଉଥ ଷ୍ଟାର୍ ଅଲ୍ଲୁ ଅର୍ଜୁନ୍। ତାଙ୍କ ଫିଲ୍ମରେ କାମ କରିବାକୁ ସଫା ସଫା ମନା କରିଦେଇଛନ୍ତି ଏହି ପୁଷ୍ପା ଷ୍ଟାର୍। 

Advertisment

ପଠାନ୍ ପରେ ଏଟ୍‌ଲିଙ୍କ ନିର୍ଦ୍ଦେଶିତ ଶାହରୁଖ ଖାନଙ୍କ ଫିଲ୍ମ ‘ଯବାନ’ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ଏହି ଫିଲ୍ମକୁ ନେଇ ଫ୍ୟାନ୍‌ମାନଙ୍କ  ମଧ୍ୟରେ ଉତ୍ସାହରେ ବଢ଼ିବାରେ ଲାଗିଛି। ପୂର୍ବରୁ ଏହି ଫିଲ୍ମରେ ଶାହରୁଖଙ୍କ ସହ ପୁଷ୍ପା ଫେମ୍ ଅଲ୍ଲୁ ଅର୍ଜୁନ ମଧ୍ୟ ନଜର ଆସିବେ ବୋଲି କୁହାଯାଉଥିଲା। କିନ୍ତୁ ଏଟ୍‌ଲିଙ୍କ ଏହି ଅଫର୍‌କୁ ରିଜେକ୍ଟ କରିଦେଇଛନ୍ତି ଅଲ୍ଲୁ।  

ରିପୋର୍ଟ ମୁତାବକ, ଅପ୍‌କମିଂ ଫିଲ୍ମ ‘ପୁଷ୍ପା-୨’ ପାଇଁ ଅଲ୍ଲୁ ଅନେକ କଷ୍ଟକର ଟ୍ରେନିଂ ନେଉଛନ୍ତି। ସେଥିପାଇଁ ତାଙ୍କ ପାଖରେ ଅନ୍ୟ କୌଣସି ପ୍ରୋଜେକ୍ଟ ପାଇଁ ସମୟ ନାହିଁ। ଭାଇଜାଗ ଓ ହାଇଦ୍ରାବାଦରେ ପୁଷ୍ପା-୨ ଫିଲ୍ମର ଶୁଟିଂ ଜୋରସୋର୍‌ରେ ଚାଲିଛି। ଏଥିପାଇଁ ଶାହରୁଖ ଖାନ୍‌ଙ୍କ ଫିଲ୍ମ ‘ଯବାନ’ ପାଇଁ ତାଙ୍କ ପାଖରେ ଟାଇମ୍ ନାହିଁ।  

Advertisment

‘ଯବାନ’ରେ ଅଲ୍ଲୁଙ୍କୁ ଏକ କେମିଓ ରୋଲ ପାଇଁ ଅଫ୍‌ର କରାଯାଇଥିଲା। କିନ୍ତୁ ପୁଷ୍ପା-୨ ସହ ଏହି ଫିଲ୍ମ ପାଇଁ ସମୟ ଦେବା ତାଙ୍କ ପାଇଁ କଷ୍ଟକର ହୋଇ ପଡିଥିଲା। ଏଥିପାଇଁ ସେ ଏହି ଅଫର୍‌କୁ ରିଜେକ୍ଟ କରିଥିବା ସୂଚନା ମିଳିଛି।

ଅଲ୍ଲୁ ଅର୍ଜୁନ ଏବେ ପୁଷ୍ପା-୨ ବ୍ୟତୀତ ଅନ୍ୟ କୌଣସି ଫିଲ୍ମରେ କାମ କରିବାକୁ ଚାହୁଁନାହାନ୍ତି। ଏହି ଫିଲ୍ମରେ ରଶ୍ମୀକା ମନ୍ଦନା ଓ ଫହାଦ ଫାସିଲ ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି।

ସେପଟେ ଫିଲ୍ମ ଯବାନରେ କିଙ୍ଗ ଖାନ୍‌ଙ୍କୁ ଡବଲ୍ ରୋଲ୍‌ରେ ଦେଖିବାକୁ ମିଳିବ। ତାଙ୍କ ଅପୋଜିଟ୍‌ରେ ଲେଡି ସୁପରଷ୍ଟାର୍ ନୟନତାରା ଅଛନ୍ତି। ଅନ୍ୟ ପ୍ରମୁଖ ଭୂମିକାରେ ବିଜୟ ସେତୁପତି ମଧ୍ୟ ନଜର ଆସିବେ। ଆସନ୍ତା ଜୁନ୍ ୨ ତାରିଖରେ ଫିଲ୍ମ ‘ଯବାନ’ ପରଦାକୁ ଆସିବ।   

Bollywood News Bollywood Shah Rukh Khan Allu Arjun
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe