Advertisment

କ୍ରୀତିଙ୍କ ଫ୍ୟାନ୍‌ ପାଲଟିଛନ୍ତି ଅଲ୍ଲୁ

ନିକଟରେ ଜାତୀୟ ଫିଲ୍ମ ପୁରସ୍କାର ସମ୍ମାନରେ ସମ୍ମାନୀତ ହୋଇଛନ୍ତି ଅଲ୍ଲୁ ଅର୍ଜୁନ। ଏହି ଅବସରରେ ସେ କ୍ରୀତି ସାନନଙ୍କୁ ଭେଟିଥିଲେ।

Kriti Sanon and Allu Arjun

Kriti Sanon and Allu Arjun

Advertisment

ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ବଲିଉଡରୁ ଆରମ୍ଭ କରି ଟଲିଉଡ, ସବୁଠି ରହିଛି ଏହି ପୁଷ୍ପା ଷ୍ଟାର୍‌ଙ୍କ କ୍ରେଜ। ସମସ୍ତେ ତାଙ୍କ ସହ କାମ କରିବାକୁ ଇଚ୍ଛୁକ। ସଭିଏଁ ଏଥିପାଇଁ ସୁଯୋଗ ଖୋଜନ୍ତି। ହେଲେ ସେ କିନ୍ତୁ ଏବେ ବଲିଉଡ ଅଭିନେତ୍ରୀ କ୍ରୀତି ସାନନଙ୍କ ଫ୍ୟାନ୍‌ ପାଲଟିଛନ୍ତି। ତାଙ୍କ ସହ କାମ କରିବା ପାଇଁ ସେ ନିଜ ଆଡୁ ଇଚ୍ଛା ପ୍ରକାଶ କରିଛନ୍ତି। ଏପରିକି କ୍ରୀତିଙ୍କୁ ସେ ପ୍ରଶଂସାରେ ପୋତି ମଧ୍ୟ ପକାଇଛନ୍ତି।

Advertisment

ନିକଟରେ ଜାତୀୟ ଫିଲ୍ମ ପୁରସ୍କାର ସମ୍ମାନରେ ସମ୍ମାନୀତ ହୋଇଛନ୍ତି ଅଲ୍ଲୁ ଅର୍ଜୁନ। ଏହି ଅବସରରେ ସେ କ୍ରୀତି ସାନନଙ୍କୁ ଭେଟିଥିଲେ। ତାଙ୍କ ସହ ଅନେକ ଫଟୋ ଉଠାଇଥିଲେ ଏହି ସାଉଥ ଷ୍ଟାର୍‌। କେବଳ ସେତିକି ନୁହେଁ ଆଲିଆ ଭଟ୍ଟ, ଓ୍ୱହିଦା ରେହମାନଙ୍କ ସମେତ ଅନେକ ବଲିଉଡ ଷ୍ଟାରଙ୍କ ସହ ସେ ଫଟୋ ଉଠାଇଥିଲେ। ସେ ଏହି ଫଟୋକୁ ସୋଶାଲ ମିଡିଆରେ ପୋଷ୍ଟ ମଧ୍ୟ କରିଛନ୍ତି।

କ୍ରୀତି ସହ ଉଠାଇଥିବା ଫଟୋକୁ ପୋଷ୍ଟ କରି ଅଲ୍ଲୁ ତାଙ୍କୁ ଭୁରିଭୁରି ପ୍ରଶଂସା କରିଛନ୍ତି। କ୍ରୀତିଙ୍କ ଅଭିନୟକୁ ପ୍ରଶଂସା କରି ତାଙ୍କ ସହ କାମ କରିବାକୁ ଚାହୁଁଥିବା ଅଲ୍ଲୁ ନିଜ ପୋଷ୍ଟ ଜରିଆରେ କହିଛନ୍ତି। ଏପରିକି ଆଗକୁ କ୍ରୀତିଙ୍କ ସହ ଏକ ଫିଲ୍ମରେ କାମ କରିବେ ବୋଲି ମଧ୍ୟ ସେ ନିଜ ଫ୍ୟାନ୍‌ମାନଙ୍କୁ ଜଣାଇଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍‌ମାନଙ୍କ ମଧ୍ୟରେ ଉତ୍ସାହ ବଢ଼ି ଯାଇଛି। ଯଦି ଏହା ସତ ହୁଏ ତେବେ ପରଦାରେ ଏକ ନୂଆ ଯୋଡିକୁ ଦେଖିବାକୁ ମିଳିବ।

Advertisment

ଅଲ୍ଲୁ ଅର୍ଜୁନ ଏବେ ସୁକୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ 'ପୁଷ୍ପା-୨: ଦ ରୁଲ'ର ଶୁଟିଂ ସାରି ଏହାର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ରଶ୍ମୀକା ମନ୍ଦନା ତାଙ୍କ ଅପୋଜିଟ୍‌ରେ ଅଛନ୍ତି। ଅଭିନେତା ଫହାଦ ଫସିଲଙ୍କୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଆସନ୍ତା ବର୍ଷ ଅଗଷ୍ଟ ୧୫ରେ ଏହି ଫିଲ୍ମଟି ରିଲିଜ ହେବ।

Kriti Sanon Bollywood News Bollywood Allu Arjun
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe