Allu Arjun
ସାଉଥ ଷ୍ଟାର୍ ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା-୨ ଫିଲ୍ମକୁ ନେଇ ଯେତିକି କ୍ରେଜ ସେତିକି ବିବାଦ ବଢ଼ିବାରେ ଲାଗିଛି। ହାଇଦ୍ରାବର ସନ୍ଧ୍ୟା ଥିଏଟର ବାହାରେ ହୋଇଥିବା ଦଳାଚକଟା ମାମଲାରେ ଅଭିନେତାଙ୍କୁ ଘାଣ୍ଟିଛି ପୁଲିସ। ଏହାରି ଭିତରେ ଅଲ୍ଲୁ ଅର୍ଜୁନଙ୍କ ପାଇଁ ଆସିଛି ଏକ ଆଶ୍ୱସ୍ତିକର ଖବର। ୨୦ ଦିନ ପରେ ଦଳଚକଟାରେ ଆହତ ହୋଇଥିବା ନାବାଳକର ଚେତା ଫେରିଛି।
ଦଳଚକଟାରେ ଆହତ ହୋଇଥିବା ୮ ବର୍ଷର ପିଲାଟି ଭେଣ୍ଟିଲେଟର୍ରେ ଥିଲା। ତେବେ ୨୦ ଦିନ ପରେ ତା'ର ହୋସ୍ ଆସିଛି। ଏନେଇ ତାଙ୍କ ବାପା ସୂଚନା ଦେଇଛନ୍ତି। ଅନ୍ୟପଟେ ଡାକ୍ତରଖାନାରେ ପହଁଚି ଆହତ ନାବାଳକ ଓ ତାଙ୍କ ବାପାଙ୍କୁ ଭେଟି ହାଲଚାଲ ପଚାରି ବୁଝିଛନ୍ତି ଅଲ୍ଲୁ ଅର୍ଜୁନଙ୍କ ବାପା ଅଲ୍ଲୁ ଅରବିନ୍ଦ।
ଏଥିସହ ପରିବାରକୁ ୨କୋଟି ଟଙ୍କା ଚେକ୍ ମଧ୍ୟ ଦେଇଛନ୍ତି। ଅଲ୍ଲୁ ଅର୍ଜୁନଙ୍କ ପରିବାର ତରଫରୁ ନାବାଳକର ପରିବାରକୁ ୧ କୋଟି ଟଙ୍କା ଦିଆଯାଇଥିବା ବେଳେ ଫିଲ୍ମର ନିର୍ଦ୍ଦେଶକ ଓ ନିର୍ମାତା ୫୦ ଲକ୍ଷ ଟଙ୍କା ଲେଖାଏଁ ଦେଇଛନ୍ତି।
ସୂଚନା ଅନୁସାରେ ଅଭିନେତା ଅଲ୍ଲୁ ଅର୍ଜୁନ ଓ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ମଧ୍ୟରେ ଦେଖାଯାଇଥିବା ବିବାଦର ସମାଧାନ ପାଇଁ ବାହାରିଛନ୍ତି ଫିଲ୍ମ ଆସୋସିଏସନ। ଆଜି ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ସାକ୍ଷାତ କରିବେ ପୁଷ୍ପା ରାଜ ଓରଫ ଅଲ୍ଲୁ ଅର୍ଜୁନ। ଫିଲ୍ମ ଆସୋସିଏସନ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବୈଠକ ବସିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us