ଯୁବତୀଙ୍କ ସହ ରୋମାଣ୍ଟିକ୍‌ ମୁଡ୍‌ରେ ରାମ ଗୋପାଲ

ମୁମ୍ବାଇ: ରୋମାଣ୍ଟିକ ମୁଡ୍‌ରେ ବଲିଉଡର ନାମିଦାମୀ ନିର୍ଦ୍ଦେଶକ ରାମ ଗୋପାଲ ବର୍ମା। ଯୁବତୀଙ୍କ ସହ କରୁଛନ୍ତି ଜବରଦସ୍ତ ଡ୍ୟାନ୍ସ। କେତେବେଳେ ଯୁବତୀଙ୍କୁ ଆଲିଙ୍ଗନ କରିନେଉଛନ୍ତି ତ ଆଉ କେତେବେଳେ ତାଙ୍କ ଗୋଡ ତଳେ ପଡି ଯାଉଛନ୍ତି। ଯୁବତୀଙ୍କୁ ଭିଡି ଆଣି ତାଙ୍କୁ କିସ୍‌ କରିବା ସହ ତାଙ୍କୁ ଧରି ନାଚୁଛନ୍ତି ରାମ ଗୋପାଲ। ଏହି ଭିଡିଓ ଏବେ ସାମ୍ନାକୁ ଆସିଛି। ନିଜ ବ୍ୟକ୍ତିଗତ କାରଣ ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବା ରାମ ଗୋପାଲ ପୁଣିଥରେ ଚର୍ଚ୍ଚାଙ୍କୁ ଆସିଛନ୍ତି। […]

Ram Gopal Verma

Ram Gopal Verma

Madhupriya Mistry
  • Published: Monday, 23 August 2021
  • Updated: 23 August 2021, 01:14 PM IST

Sports

Latest News

ମୁମ୍ବାଇ: ରୋମାଣ୍ଟିକ ମୁଡ୍‌ରେ ବଲିଉଡର ନାମିଦାମୀ ନିର୍ଦ୍ଦେଶକ ରାମ ଗୋପାଲ ବର୍ମା। ଯୁବତୀଙ୍କ ସହ କରୁଛନ୍ତି ଜବରଦସ୍ତ ଡ୍ୟାନ୍ସ। କେତେବେଳେ ଯୁବତୀଙ୍କୁ ଆଲିଙ୍ଗନ କରିନେଉଛନ୍ତି ତ ଆଉ କେତେବେଳେ ତାଙ୍କ ଗୋଡ ତଳେ ପଡି ଯାଉଛନ୍ତି। ଯୁବତୀଙ୍କୁ ଭିଡି ଆଣି ତାଙ୍କୁ କିସ୍‌ କରିବା ସହ ତାଙ୍କୁ ଧରି ନାଚୁଛନ୍ତି ରାମ ଗୋପାଲ। ଏହି ଭିଡିଓ ଏବେ ସାମ୍ନାକୁ ଆସିଛି।

ନିଜ ବ୍ୟକ୍ତିଗତ କାରଣ ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବା ରାମ ଗୋପାଲ ପୁଣିଥରେ ଚର୍ଚ୍ଚାଙ୍କୁ ଆସିଛନ୍ତି। ଭିଡିଓ ପାଇଁ ବିବାଦକୁ ଆସିଛନ୍ତି ସେ। ନିକଟରେ ସୋଶାଲ ମିଡିଆରେ ରାମ ଗୋପାଲ ବର୍ମାଙ୍କ ନାଁରେ ଏକ ଭିଡିଓ ଖବ୍‌ ଜୋରସୋରରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଖୋଦ ରାମ ଗୋପାଲ ବର୍ମାଙ୍କ ଟୁଇଟର ଆକାଉଣ୍ଟ ଜରିଆରେ ସେଆର କରାଯାଇଛି।

ଭାଇରାଲ ହେଉଥିବା ଭିଡିଓରେ ଜଣେ ବ୍ୟକ୍ତି ଜଣେ ମହିଳାଙ୍କ ସହ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ବ୍ୟକ୍ତି ଜଣକ ମସ୍ତି ମୁଡ଼ରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଭାଇରାଲ ହେବାପରେ କିଛି ସୋସିଆଲ ମିଡ଼ିଆ ୟୁଜର୍ସ ଦାବି କରିଛନ୍ତି ଯେ ଭିଡିଓରେ ନଜର ଆସୁଥିବା ବ୍ୟକ୍ତି ରାମ ଗୋପାଲ ବର୍ମା।

https://twitter.com/RGVzoomin/status/1429441652834267138?s=20

https://twitter.com/IMukta12/status/1429550763244720133?s=20

ସେପଟେ କିନ୍ତୁ ରାମ ଗୋପାଲ ବର୍ମା ଯେଉଁ ଟୁଇଟ୍‌ କରିଛନ୍ତି ସେଥିରେ ସେ କହିଛନ୍ତି ଯେ, ' ଉକ୍ତ ଭିଡିଓରେ ଯେଉଁ ବ୍ୟକ୍ତି ଜଣକ ଡ୍ୟାନ୍ସ କରୁଛନ୍ତି ସେ ମୁଁ ନୁହେଁ, ସେ ହେଉଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ନାଲି ରଙ୍ଗର ଡ୍ରେସ ପିନ୍ଧିଥିବା ମହିଳା ଜଣକ ଇନୟା ସୁଲତାନ ନୁହନ୍ତି।' ଏଭଳି କହି ସେ ଥଟ୍ଟା ବା ଜୋକ୍‌ କରିଥିବା ପରିଲିକ୍ଷିତ ହୋଇଛି।

ରାମ ଗୋପାଲ ବର୍ମାଙ୍କ ଏଭଳି ବିବାଦୀୟ ଡ୍ୟାନ୍ସ ଭିଡିଓ ସାମ୍ନାକୁ ଆସିବା ପରେ ଚାରିଆଡୁ ତାଙ୍କୁ ନେଇ ଭିନ୍ନ ଭିନ୍ନ ଆଲୋଚନା ହେଉଛି। କେତେକ ସୋଶାଲ ମିଡିଆ ୟୁଜର୍ସ ତାଙ୍କୁ ସମାଲୋଚନା କରିବା ସହ ଗାଳିଗୁଲଜ ମଧ୍ୟ କରୁଛନ୍ତି।

[caption id="attachment_669247" align="aligncenter" width="650"]Ram Gopal ଯୁବତୀଙ୍କୁ ଭିଡି ଆଣି ତାଙ୍କୁ ଧରି ନାଚୁଛନ୍ତି ରାମ ଗୋପାଲ।[/caption]

ସୂଚନା ମୁତାବକ ରାମ ଗୋପାଳ ବର୍ମାଙ୍କ ନାଁ ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକଙ୍କ ତାଲିକାରେ ସାମିଲ ଅଛି। ତାଙ୍କ ଫିଲ୍ମ ସାଧାରଣ କାହାଣୀ ଠାରୁ ଟିକେ ଭିନ୍ନ। ସେ ସତ୍ୟା, ଭୁତ, ସରକାର, ଡରନା ମନା ହୈ, ଡରନା ଜରୁରୀ ହୈ, ଏକ ହସିନା ଥି, ରଙ୍ଗୀଲା, ରକ୍ତ ଚରିତ୍ର ଭଳି ଅନେକ ହିଟ ଫିଲ୍ମ ବଲିଉଡକୁ ଦେଇଛନ୍ତି। ତେବେ  ଫିଲ୍ମ ଛଡା ଅନେକ ସମୟରେ ରାମ ଗୋପାଳ ବର୍ମା ସୋସିଆଲ ମିଡ଼ିଆରେ ନିଜର ଅନ୍ଦାଜ ପାଇଁ ମଧ୍ୟ ଚର୍ଚ୍ଚାରେ ରୁହନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos