ପାକିସ୍ତାନୀ ଅଭିନେତାଙ୍କ ପ୍ରେମରେ ଅମିଷା!

ମୁମ୍ବାଇ: ପୁଣି ଚର୍ଚ୍ଚାରେ ପାକିସ୍ତାନୀ ଓ ବଲିଉଡ ଷ୍ଟାର୍‌। ନୂଆ ସଂସାର ଗଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି ଗଦର୍‌ ଫେମ୍‌ ଅଭିନେତ୍ରୀ ଅମିଷା ପଟେଲ। ୪୬ ବର୍ଷ ଯାଏଁ ସିଙ୍ଗିଲ୍‌ ରହିବା ପରେ ଏବେ ବିବାହ କରିବାକୁ ପ୍ରସ୍ତୁତ ହୋଇଛନ୍ତି ଅମିଷା। ତେବେ ସେ କୌଣସି ବଲିଉଡ ଷ୍ଟାର୍‌ଙ୍କୁ ନୁହେଁ ପାକିସ୍ତାନୀ ଅଭିନେତାଙ୍କୁ ସେ ନିଜ ମନ ଦେଇଛନ୍ତି। ସେ ପାକିସ୍ତାନର ଲୋକପ୍ରିୟ ଅଭିନେତା ଇମ୍ରାନ୍‌ ଅବ୍ଦାସ୍‌ଙ୍କୁ ବିବାହ କରିବାକୁ ଯାଉଥିବା ଶୁଣିବାକୁ ମିଳିଛି। ନିକଟରେ ଅମିଷା ଏକ […]

Amisha and Imran Abbas

Madhupriya Mistry
  • Published: Wednesday, 21 September 2022
  • , Updated: 21 September 2022, 01:20 PM IST

ମୁମ୍ବାଇ: ପୁଣି ଚର୍ଚ୍ଚାରେ ପାକିସ୍ତାନୀ ଓ ବଲିଉଡ ଷ୍ଟାର୍‌। ନୂଆ ସଂସାର ଗଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି ଗଦର୍‌ ଫେମ୍‌ ଅଭିନେତ୍ରୀ ଅମିଷା ପଟେଲ। ୪୬ ବର୍ଷ ଯାଏଁ ସିଙ୍ଗିଲ୍‌ ରହିବା ପରେ ଏବେ ବିବାହ କରିବାକୁ ପ୍ରସ୍ତୁତ ହୋଇଛନ୍ତି ଅମିଷା। ତେବେ ସେ କୌଣସି ବଲିଉଡ ଷ୍ଟାର୍‌ଙ୍କୁ ନୁହେଁ ପାକିସ୍ତାନୀ ଅଭିନେତାଙ୍କୁ ସେ ନିଜ ମନ ଦେଇଛନ୍ତି। ସେ ପାକିସ୍ତାନର ଲୋକପ୍ରିୟ ଅଭିନେତା ଇମ୍ରାନ୍‌ ଅବ୍ଦାସ୍‌ଙ୍କୁ ବିବାହ କରିବାକୁ ଯାଉଥିବା ଶୁଣିବାକୁ ମିଳିଛି।

ନିକଟରେ ଅମିଷା ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ପାକିସ୍ତାନୀ ଅଭିନେତା ଇମ୍ରାନ ଅବ୍ବାସଙ୍କ ସହ ନଜର ଆସିଛନ୍ତି। ଇନଷ୍ଟାଗ୍ରାମରେ ଶେୟାର ହୋଇଥିବା ଏହି ଭିଡିଓରେ ଅମିଷା ଇମ୍ରାନ ଅବ୍ବାସଙ୍କ ସହ ଏକ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଛନ୍ତି।

ଏହି ଭିଡିଓରେ ସେ ୨୦୦୨ରେ ରିଲିଜ ହୋଇଥିବା ତାଙ୍କର ନିଜର ଫିଲ୍ମ 'କ୍ରାନ୍ତି'ର ‘ମୋହବତ୍ ୟେ ନେହିଁ ତୋ କୟା ହୈ’ ଗୀତରେ ଲିପସିଂ କରୁଥିବାର ନଜର ଆସିଛନ୍ତି। ଏହି ଭିଡିଓକୁ ଶେୟାର କରି ଅମିଷା କ୍ୟାପସନରେ ଲେଖିଛନ୍ତି, ‘ମୋର ସୁପରଷ୍ଟାର ବନ୍ଧୁ ଇମ୍ରାନ ଅବ୍ବାସଙ୍କ ସହ ଗତ ସପ୍ତାହରେ ବାହାରିନରେ ମସ୍ତି… ମୋର ଏବଂ ବବି ଦେଓଲଙ୍କ ଚଳଚ୍ଚିତ୍ର 'କ୍ରାନ୍ତି'ର ଏହି ଗୀତ ମୋର ଏବଂ ଇମ୍ରାନଙ୍କ ପ୍ରିୟ ଗୀତ ମଧ୍ୟରୁ ଅନ୍ୟତମ।'

ନିକଟରେ ଅମିଷା-ଇମ୍ରାନ୍‌ ବାହାରିନରେ ଆୟୋଜିତ ଏକ ପୁରସ୍କାର କାର୍ୟ୍ୟକ୍ରମରେ ପରସ୍ପରକୁ ଭେଟିଥିଲେ। ଦୁହେଁ ଏକାଠି ବଲିଉଡ ଗୀତରେ କିଛି ଭିଡିଓ ମଧ୍ୟ କରିଥିଲେ। ଲୋକମାନେ ଏମାନଙ୍କୁ ବହୁତ ପସନ୍ଦ କରିଛନ୍ତି।

ଏହା ପ୍ରଥମଥର ନୁହେଁ ଯେ ଇମ୍ରାନ ଅବ୍ବାସଙ୍କ ନାଁ ଜଣେ ଅଭିନେତ୍ରୀଙ୍କ ସହ ଜଡିତ ହୋଇଛି। ଇମ୍ରାନଙ୍କ ଅନେକ ସହ-ଅଭିନେତ୍ରୀଙ୍କ ସହ ଅଫେୟାର୍ସ ରହିଥିବା ବେଳେ ନିକଟରେ ଚତୁର୍ଥ ବିବାହକୁ ନେଇ ସେ ଚର୍ଚ୍ଚାକୁ ଆସିଥିଲେ। କିନ୍ତୁ ଏବେ ଅମିଷାଙ୍କ ସହ ଏହି ଅଭିନେତାଙ୍କ ସମ୍ପର୍କର ଖବର ଆସିବା ପରେ ଫ୍ୟାନ୍‌ମାନେ ଚକିତ ହୋଇପାଡିଛନ୍ତି।

 

View this post on Instagram

 

A post shared by 𝑰𝑴𝑹𝑨𝑵 𝑨𝑩𝑩𝑨𝑺 (@imranabbas.official)

Related story