/odisha-reporter/media/post_attachments/uploads/2022/09/lALIT-AND-SHUSMITA.jpg)
LALIT AND SHUSMITA
ମୁମ୍ବାଇ: ଭାଙ୍ଗିଲା କି ସମ୍ପର୍କ? ଆଇପଏଲ ପ୍ରତିଷ୍ଠାତା ଲଳିତ ମୋଦିଙ୍କ ସହ ଅଭିନେତ୍ରୀ ସୁସ୍ମିତାଙ୍କ ହେଲା କି ବ୍ରେକ୍ଅପ୍? ଗତ କିଛି ଦିନ ହେବ ଉଭୟଙ୍କ ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ଚାଲିଛି। ଏହାରି ଭିତରେ ନିଜ ଫ୍ୟାନ୍ମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଛନ୍ତି ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ। ପୂର୍ବତନ ବୟଫ୍ରେଣ୍ଡ ରୋହମନ ସଲଙ୍କ ସହ ତାଙ୍କ ଫଟୋ ଏବେ ଭାଇରାଲ ହୋଇଛି।
ସୁସ୍ମିତାଙ୍କ ଲଭ୍-ଲାଇଫ୍କୁ ନେଇ କନ୍ଫ୍ୟୁଜ୍ ହୋଇପଡିଛନ୍ତି ଫ୍ୟାନ୍। ପ୍ରଥମେ ରୋହମନ ସଲଙ୍କ ସହ ବ୍ରେକ୍ଅପ୍। ଏହାପରେ ଲଳିତ ମୋଦିଙ୍କ ସହ ସମ୍ପର୍କରେ ଥିବା ନେଇ ଘୋଷଣା କରି ସମସ୍ତଙ୍କୁ ଚକିତ କରିଥିଲେ ସୁସ୍ମିତା। ଆଉ ଏବେ ପୁଣିଥରେ ଲଳିତ ମୋଦିଙ୍କ ସହ ତାଙ୍କର ବ୍ରେକ୍ ହୋଇଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ଏହାରି ଭିତରେ ସେ ନିଜ ପୂର୍ବତନ ବୟଫ୍ରେଣ୍ଡ ରୋହମାନଙ୍କ ସହ ପାର୍ଟି କରୁଥିବାର କିଛି ଫଟୋ ସାମ୍ନାକୁ ଆସିଛି।
/odisha-reporter/media/post_attachments/reportwire.in/wp-content/uploads/2022/09/Sushmita-Sen-Parties-With-Ex-boyfriends-Rohman-Shawl-Ritik-Bhasin-Amid.jpg)
ନିକଟରେ ସୁସ୍ମିତା ସେନ୍ଙ୍କ ଝିଅର ଜନ୍ମ ଦିନ ଥିଲା। ତେବେ ଏହି ଜନ୍ମ ଦିନ ଉତ୍ସବରେ ଲଳିତ ମୋଦି ନଥିଲେ। ତାଙ୍କ ବଦଳରେ ସୁସ୍ମିତାଙ୍କ ପୂର୍ବତନ ବୟଫ୍ରେଣ୍ଡ ରୋହମନ ନଜର ଆସିଥିଲେ। ଝିଅ ଜନ୍ମ ଦିନ ପାର୍ଟିରେ ଉଭୟ ସୁସ୍ମିତା ଓ ରୋହମନଙ୍କ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବଡ କଥା ହେଉଛି ଯେ ସୁସ୍ମିତା ନିଜେ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପାର୍ଟିରୁ ରୋହମନଙ୍କ ସହ ଫଟୋକୁ ଶେଆର କରିଛନ୍ତି। ଫଟୋରେ ସୁସ୍ମିତା ଏବଂ ରୋହମନ ଏକାଠି ପୋଜ୍ ଦେଉଥିବା ନଜର ଆସିଛନ୍ତି।
/odisha-reporter/media/post_attachments/en/resize/newbucket/1200_-/2022/08/sushmita-4-1661755483.jpg)
ଜୁଲାଇ ୧୪ରେ ଲଲିତ ମୋଦି ସୁସ୍ମିତା ସେନ୍ଙ୍କୁ ଡେଟ୍ କରୁଥିବା ଘୋଷଣା କରିଥିଲେ। ଦୁହିଁଙ୍କ ଅନ୍ତରଙ୍ଗ ଫଟୋ ଶେଆର କରି ସମସ୍ତଙ୍କୁ ସେ ଚକିତ କରି ଦେଇଥିଲେ। ଏହାପରେ ସେ ତାଙ୍କ ଇନଷ୍ଟାଗ୍ରାମ ଡିପିରେ ସୁସ୍ମିତାଙ୍କ ସହ ତାଙ୍କ ଫଟୋ ରଖିଥିଲେ। ସେ ତାଙ୍କର ଇନଷ୍ଟାଗ୍ରାମ ବାୟୋକୁ ମଧ୍ୟ ବଦଳାଇଥିଲେ।
ସେଥିରେ ସେତେବେଳେ ଲେଖାଥିଲା ଯେ ‘ଆଇପିଲ୍ ଟି-୨୦ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ପ୍ରତିଷ୍ଠାତା ଶେଷରେ ସ୍ମିତାଙ୍କ ସହ ଏକ ନୂତନ ଜୀବନ ଆରମ୍ଭ କଲେ।’ ତେବେ ସୋମବାର ଲଲିତ ମୋଦି ନିଜର ଇନଷ୍ଟାଗ୍ରାମ ଡିପି ଏବଂ ବାୟୋକୁ ପୁଣି ଥରେ ବଦଳାଇ ଦେଇଛନ୍ତି। ସୁସ୍ମିତାଙ୍କ ନାଁକୁ ମଧ୍ୟ ହଟାଇ ଦେଇଛନ୍ତି। ସେପଟେ ସୁସ୍ମିତା କିନ୍ତୁ ଲଳିତ ମୋଦିଙ୍କ ସହ ବ୍ରେକ୍ ଅପ୍ ହୋଇଥିବା ଖବର ଉପରେ ମୁହଁଖୋଲି ନାହାନ୍ତି। ତେଣୁ ସେମାନଙ୍କ ବିଚ୍ଛେଦ ଗୁଜବ ସତ୍ୟ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
