ଇଣ୍ଡିଆନ୍ ଆଇଡଲର ପୋଲ୍ ଖୋଲିଲେ କିଶୋର କୁମାରଙ୍କ ପୁଅ

ମୁମ୍ବାଇ: ସିଙ୍ଗିଙ୍ଗ୍ ରିଆଲିଟି ଶୋ’ ଇଣ୍ଡିଆନ୍ ଆଇଡଲର ପ୍ରତିଟି ସିଜନ୍ କୌଣସି ନା କୌଣସି କାରଣରୁ ଚର୍ଚ୍ଚାକୁ ଆସିଥାଏ । କିଛି ଦିନ ତଳେ କିଶୋର କୁମାର ସ୍ପେଶାଲ୍ ଏପିସୋଡ ପ୍ରସାରଣ କରାଯାଇଥିଲା । ଏଥିରେ ଅତିଥି ଭାବେ କିଶୋର କୁମାରଙ୍କ ପୁଅ ଅମିତ୍ କୁମାର ଯୋଗ ଦେଇଥିଲେ । ତେବେ ଏପିସୋଡ୍ ପରେ ସୋଶାଲ ମିଡିଆ ୟୁଜର୍ ନେହା କକ୍କର ଓ ହିମେଶ ରେଶମିୟାଙ୍କୁ ଖୁବ୍ ଟ୍ରୋଲ୍ କରିଛନ୍ତି । ୟୁଜରଙ୍କ କହିବା ଅନୁଯାୟୀ କିଶୋର […]

Amit-Kumar

Ranjit Kumar Jena
  • Published: Tuesday, 11 May 2021
  • , Updated: 11 May 2021, 06:33 PM IST

ମୁମ୍ବାଇ: ସିଙ୍ଗିଙ୍ଗ୍ ରିଆଲିଟି ଶୋ’ ଇଣ୍ଡିଆନ୍ ଆଇଡଲର ପ୍ରତିଟି ସିଜନ୍ କୌଣସି ନା କୌଣସି କାରଣରୁ ଚର୍ଚ୍ଚାକୁ ଆସିଥାଏ । କିଛି ଦିନ ତଳେ କିଶୋର କୁମାର ସ୍ପେଶାଲ୍ ଏପିସୋଡ ପ୍ରସାରଣ କରାଯାଇଥିଲା । ଏଥିରେ ଅତିଥି ଭାବେ କିଶୋର କୁମାରଙ୍କ ପୁଅ ଅମିତ୍ କୁମାର ଯୋଗ ଦେଇଥିଲେ । ତେବେ ଏପିସୋଡ୍ ପରେ ସୋଶାଲ ମିଡିଆ ୟୁଜର୍ ନେହା କକ୍କର ଓ ହିମେଶ ରେଶମିୟାଙ୍କୁ ଖୁବ୍ ଟ୍ରୋଲ୍ କରିଛନ୍ତି । ୟୁଜରଙ୍କ କହିବା ଅନୁଯାୟୀ କିଶୋର କୁମାରଙ୍କ ଭଳି କିମ୍ବଦନ୍ତୀ ଗାୟକଙ୍କ ଗୀତକୁ ବହୁତ ଖରାପ ଢଙ୍ଗରେ ପରିବେଷଣ କରାଯାଇଛି । ଏପରିକିି ପ୍ରତିଯୋଗୀଙ୍କ ପ୍ରଦର୍ଶନ ମଧ୍ୟ କିଛି ଖାସ୍ ନଥିବା ୟୁଜର୍ କହିଛନ୍ତି।

ନିଜର ରୋକଠୋକ୍ କଥା ପାଇଁ ପରିଚିତ ଅମିତ୍ କୁମାର ନିଜର ଏହି ଏପିସୋଡର ବଡ଼ ପୋଲ୍ ଖୋଲି ଦେଇଛନ୍ତି । ଖୋଦ୍ ଅମିତ୍ କୁମାର ମଧ୍ୟ କହିଛନ୍ତି ଯେ ତାଙ୍କୁ ମଧ୍ୟ ଏହି ଶୋ’ରେ ସେଭଳି ଖାସ୍ ମଜା ଆସିଲା ନାହିଁ । ଅମିତ୍ ମଧ୍ୟ ଏହି ଶୋ’ ପଛପଟର କାହାଣୀର ଖୁଲାସା କରିଛନ୍ତି ।

ଟାଇମ୍ସ ଅଫ୍ ଇଣ୍ଡିଆକୁ ଦେଇଥିବା ଇଣ୍ଟରଭ୍ୟୁରେ ଅମିତ୍ କୁମାର କହିଛନ୍ତି, ହଁ ମୁଁ ଜାଣିଛି ଯେ ଏପିସୋଡକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ରହିଛି । ସତ କଥା ହେଉଛି କେହିକି କିଶୋର କୁମାରଙ୍କ ଭଳି ଗୀତ ଗାଇ ପାରିବେ ନାହିଁ । ତାଙ୍କର ବ୍ୟକ୍ତିତ୍ୱ ପାହାଡ଼ ଠାରୁ ଉଚ୍ଚରେ । ଆଜିର ଯୁବ ପୀଢ଼ିଙ୍କୁ କିଶୋର କୁମାରଙ୍କ ବିଷୟରେ କିଛି ବି ଜଣା ନାହିଁ। ସେମାନେ କେବଳ ‘ରୂପ ତେରା ମସ୍ତାନା’ ଓ ‘ଆରାଧାନା’ ସମ୍ବନ୍ଧରେ ଜାଣିଛନ୍ତି ।

ଅମିତ୍ କୁମାର ଆହୁରି କହିଛନ୍ତି, ମୋତେ ଯାହା କୁହାଯାଇଥିଲା, ମୁଁ ସେୟା କଲି । ସବୁ ପ୍ରତିଯୋଗୀଙ୍କ ପ୍ରଶଂସା କରିବାକୁ ମୋତେ କୁହାଯାଇଥିଲା । ଯିଏ ବି ଗୀତ ଗାଉଥିବ, ତାକୁ ପ୍ରୋତ୍ସାହନ ଦେବ । କାରଣ ଏହା କିଶୋର କୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ମୋତେ ବି ଲାଗିଲା ଏହା ମୋ ପିତାଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ହେବ । ଯେତେବେଳେ ମୁଁ ଷ୍ଟେଜକୁ ଗଲି, ମୋତେ ଯାହା କୁହାଯାଇଥିଲା ସେୟା କଲି । ମୁଁ ମଧ୍ୟ ସେମାନଙ୍କୁ ମଧ୍ୟ ପ୍ରଥମେ ସ୍କ୍ରିପ୍ଟ ଦେବାକୁ କହିଥିଲି, କିନ୍ତୁ ସେଭଳି କିଛି ହେଲା ନାହିଁ ।

ଅମିତ୍ କୁମାରଙ୍କୁ ପଚରାଯାଇଥିଲା ଯେ ସେ ଶୋ’ଙ୍କୁ କାହିଁକି ଗଲେ । ଜବାବରେ ଅମିତ୍ କୁମାର କହିଛନ୍ତି, ଦେଖନ୍ତୁ ସମସ୍ତଙ୍କୁ ପଇସା ଦରକାର । ମୋ ପିତା ମଧ୍ୟ ପଇସାକୁ ନେଇ ବହୁତ ସତର୍କ ରହୁଥିଲେ । ଶୋ’କୁ ଯିବା ପାଇଁ ମୁଁ ଯେମିତି ଡିମାଣ୍ଡ କରିଥିଲି, ସେମାନେ ମୋତେ ଦେଲେ ଏବଂ ମୁଁ ଗଲି । ତେବେ ଏହି ଶୋ ଏବଂ ଏହାର ପ୍ରତିଯୋଗୀ ଓ ଜଜଙ୍କ ପ୍ରତି ମୋର ପୂରା ସମ୍ମାନ ଅଛି । ଅନ୍ୟମାନଙ୍କ ଭଳି ମୁଁ ମଧ୍ୟ ଏହି ଏପିସୋଡକୁ ଆଦୌ ଏଞ୍ଜୟ କରିନାହିଁ । ସତ କହିବାକୁ ଗଲେ ମୁଁ ଏପିସୋଡକୁ ବନ୍ଦ କରିଦେବାକୁ ଚାହୁଁଥିଲି ।

ସୂଚନାଯୋଗ୍ୟ, ଏହି ଏପିସୋଡରେ କିଶୋର କୁମାରଙ୍କ ୧୦୦ ଗୀତ ପରିବେଷଣ କରାଯାଇଥିଲା । ନେହା କକ୍କର ଓ ହିମେଶ ରେଶମିୟା ମଧ୍ୟ କିଶୋର କୁମାରଙ୍କ ଗୀତ ଗାଇଥିଲେ, ଯାହା ପରେ ସେମାନଙ୍କୁ ଟ୍ରୋଲ୍ କରାଯାଇଛି ।

Related story