Advertisment

୮୧ ‍‍ବର୍ଷରେ ଶତାବ୍ଦୀର ମହାନାୟକ, ଆଜି ବି ୟଙ୍ଗ ଓ ଡାଇନାମିକ୍

ଆଜି ୮୧ ବର୍ଷରେ ପଦାର୍ପଣ କରିଛନ୍ତି ବିଗ୍‌ ବି । ଆଉ ତାଙ୍କ ଜନ୍ମଦିନ ପାଳନ କରିବାକୁ ମୁମ୍ବାଇ ଜଲସା ଘର ସମ୍ମୁଖରେ ରାତି ଅଧରେ ଭିଡ଼ ଜମାଇଛନ୍ତି ଶତାଧିକ ଫ୍ୟାନା

ଅଦ୍ୟତନ ହୋଇଛି
Amitabh Bachchan

Amitabh Bachchan

Advertisment

ଅମିତାଭ ବଚ୍ଚନ ଏ ଶତାବ୍ଦୀର ମହାନାୟକ, ସେହେନଶା । ସେ ଯେଉଁଠି ଛିଡ଼ା ହୁଅନ୍ତି ଲାଇନ୍ ସେଠୁ ଆରମ୍ଭ ହୁଏ । କାହାଣୀ ତାଙ୍କଠୁ ଆରମ୍ଭ, ଶେଷ ବି ତାଙ୍କ ପାଖରେ । କଥା ଏମିତି ଯାହା ଡାଇଲଗ୍ ହୋଇଯାଏ । ଷ୍ଟାଇଲ୍ ଏମିତି ଯାହା ଆଇକନିକ୍ ବନିଯାଏା ଅମିତାଭ୍ ବଚ୍ଚନ...ଭାରତୀୟ ସିନେମାର ଏହି ମହାନାୟକ ଆଜି ୮୧ ବର୍ଷ ବୟସରେ ପାଦ ଥାପିଛନ୍ତିା

Advertisment

 ଭାରତୀୟ ସିନେମାର ଏକମାତ୍ର ଷ୍ଟାର୍ ଯିଏ ସବୁ ଭୂମିକାରେ ହିଟ୍ ଆଉ ଫିଟ୍ । ଆଜି ୮୧ ବର୍ଷରେ ପଦାର୍ପଣ କରିଥିବା ବିଗ୍‌ ବି ଏବେ ବି ୟଙ୍ଗ ଓ ଡାଇନାମିକ୍ ଅଛନ୍ତି।  ଆଉ ତାଙ୍କ ଜନ୍ମଦିନ ପାଳନ କରିବାକୁ ମୁମ୍ବାଇ ଜଲସା ଘର ସମ୍ମୁଖରେ ରାତି ଅଧରେ ଭିଡ଼ ଜମାଇଛନ୍ତି ଶତାଧିକ ଫ୍ୟାନା

କିଏ ହାତରେ କାର୍ଡ, କେକ୍ ଏବଂ ଫୁଲ୍ ଧରି ଶୁଭେଚ୍ଛା ଜଣାଇବାକୁ ଆସିଛନ୍ତିା ଫ୍ୟାନ୍ସଙ୍କ ଉତ୍ସୁକତା ଦେଖି ଖୋଦ୍ ବଚ୍ଚନ ମଧ୍ୟରାତ୍ରିରେ ଘର ବାହାରକୁ ଆସି ନିଜ ପ୍ରଶଂସକଙ୍କୁ ଭେଟିଛନ୍ତିା

Advertisment

ଗତ ୩୧ ବର୍ଷ ହେଲାଣି ଅମିତାଭ ବଚ୍ଚନ ନିଜ ଜନ୍ମ ଦିନ ସମେତ ପ୍ରତି ରବିବାର ଘର ବାହାରକୁ ଆସି ଫ୍ୟାନ୍ସଙ୍କୁ ସାକ୍ଷାତ କରିଥାନ୍ତି। ବିଗ୍‌ ବିଙ୍କ ଗୋଟିଏ ଝଲକ ପାଇବାକୁ ଦୂରଦୂରାନ୍ତରୁ ଆସିଥିବା ଫ୍ୟାନ୍ସ ବି ଘଣ୍ଟା ଘଣ୍ଟା ଅପେକ୍ଷା କରିଥାନ୍ତି। ଆଜି ତାଙ୍କ ଜନ୍ମ ଦିନ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ସେଲିବ୍ରେସନ୍ କରୁଛନ୍ତି ସିନେ ପ୍ରେମୀ ।

୮୧ ବର୍ଷୀୟ ଅମିତାଭ ବଚ୍ଚନ ଆଜି ବି ଡାଇରେକ୍ଟର, ପ୍ରଡ୍ୟୁସରଙ୍କ ପ୍ରଥମ ପସନ୍ଦ। ଦୀର୍ଘ ୫ ଦଶନ୍ଧି ଧରି ବଲିଉଡରେ ସେ ନିଜ ଯାଦୁ ଚଲାଇ ଆସିଛନ୍ତି। ଫିଲ୍ମ ହେଉ କି ବିଜ୍ଞାପନ ସେଥିରେ ବିଗ୍‌ଙ୍କ ଏଣ୍ଟ୍ରି ପାଇଁ ତାଙ୍କ ଘର ସମ୍ମୁଖରେ ଲାଗୁଛି ଭିଡ଼ ।

୧୯୬୯ରେ ସାତ ହିନ୍ଦୁସ୍ତାନୀରୁ ଡେବ୍ୟୁ କରିଥିବା ଅମିତାଭ୍ ସେତେବେଳେ ବି ଯେମିତି ଥିଲେ ଆଜି ବି ସେମିତି `ଦମଦାର ଡାଇଲଗ୍, ହାଇଭୋଲଟେଜ୍ ଫାଇଟ୍, ଆଉ ତାଙ୍କ ବେଫିକର୍ ଅନ୍ଦାଜ୍ ଅନ୍ୟ ଅଭିନେତାଙ୍କଠୁ ତାଙ୍କୁ ଭିନ୍ନ କରିଛିା

୧୯୪୨ ମସିହା ଆଲ୍ଲାହାବାଦରେ ପ୍ରସିଦ୍ଧ ଲେଖକ ହରିବଂଶ ରାୟ ବଚ୍ଚନଙ୍କ ଘରେ ଜନ୍ମ ହୋଇଥିଲେ ଅମିତାଭ । ଦିନେ ନିଜ ଭଏସ୍ ପାଇଁ ରେଡିଓରୁ ରିଜେକ୍ଟ ହୋଇଥିଲେ, ଲମ୍ବା ଉଚ୍ଚତା ଯୋଗୁଁ ଅଭିନୟରୁ ବାଦ୍ ପଡ଼ିଥିଲେ ହେଲେ କିଏ ଜାଣିଥିଲା ସେହି ବ୍ୟକ୍ତି ଦିନେ ପୁରା ଭାରତୀୟ ଫିଲ୍ମ ଜଗତ ଉପରେ ରାଜ୍ କରିବ ।

ଅନ୍ ସ୍କ୍ରିନ୍‌ର ବିଜୟ ନିଜ କ୍ୟାରିୟରେ ଏହାକୁ ପ୍ରମାଣିତ କରିଛନ୍ତିା କାଲାପଥରର ବିଜୟ ହେଉ ଅବା ଶୋଲେର ବୀରୁ, ନଟୱର୍ ଲାଲ୍ ହେଉ ଅବା ସରକାର୍, ଆକ୍ସନ, କମେଡି, ଟ୍ରାଜେଡି, ଡ୍ୟାନ୍ସ ସିନେମାର ସବୁ ସେଡ୍, ସବୁ ଚରିତ୍ରରେ ସେ ପରଫେକ୍ଟା ତାଙ୍କ ଜୋସ୍, ଜଜୱା, ଜଲୱାକୁ ଦେଖିଲେ ଲାଗେ ବୟସ ଯେପରି ତାଙ୍କ ଆଗରେ ଏକ ନମ୍ବର ମାତ୍ର ।

ସେ ଏକ ମାତ୍ର ଅଭିନେତା ଯିଏ ୬୦ ଦଶକରୁ ଆଜି ଯାଏଁ ସିନେମାର ପୋଷ୍ଟର୍ ବୟ୍, ଟିଭି ଶୋ’ର ମୁଖ୍ୟ ଆକର୍ଷଣ, ଓଟିଟିର ପରିଚୟ ପାଲଟିଛନ୍ତି । ବଚ୍ଚନ ନିଜ ଜୀବନରେ ଦେଖିଛନ୍ତି ଅନେକ ଜୁଆର ଭଟ୍ଟା । ଆଉ ପ୍ରତଟି ପରିସ୍ଥିତିର ମୁକାବିଲା କରି ସଂଘର୍ଷ ତାଙ୍କୁ ନୂଆ ପରିଚୟ ଦେଇଛି, ଆଉ ଅଧିକ ସଫଳ କରାଇଛିା

Mumbai Amitabh Bachchan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe