Advertisment

ହସ୍ପିଟାଲରେ ଭର୍ତ୍ତି ହେଲେ ଅମିତାଭ ବଚ୍ଚନ

ହସ୍ପିଟାଲରେ ଅମିତାଭଙ୍କ ଅନେକ ପ୍ରକାରର ମେଡିକାଲ ଯାଞ୍ଚ କରାଯାଇଛି।

author-image
Hemant Lenka
Amitabh Bachchan

Amitabh Bachchan

ବଲିଉଡର ମେଗା ଷ୍ଟାର ତଥା ବିଗ ବି ଅମିତାଭ ବଚ୍ଚନ ଅସୁସ୍ଥ ହୋଇ ପଡ଼ିଛନ୍ତି। ହଠାତ୍‌ ସେ ଅସହଜ ଅନୁଭବ କରିବାକୁ ତାଙ୍କୁ ମୁମ୍ବାଇର କୋକିଳାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଅନେକ ପ୍ରକାରର ମେଡିକାଲ ଯାଞ୍ଚ କରାଯାଇଛି। ହେଲେ ପ୍ରକୃତରେ ଅମିତାଭ ବଚ୍ଚନଙ୍କର କ’ଣ ହୋଇଛି, ସେକଥା ଜଣାପଡ଼ି ନାହିଁ।

Advertisment

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଅମିତାଭ ବଚ୍ଚନଙ୍କ ଗୋଡ଼ରେ ଗୋଟିଏ କ୍ଲଟ ହୋଇଛି। ଏହାର ଆଞ୍ଜିଓପ୍ଲାଷ୍ଟି କରିବାକୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ଶେଷ ହୋଇଥିବା ଜଣାପଡ଼ିଛି। କିନ୍ତୁ ଏନେଇ ଅମିତାଭ ବଚ୍ଚନଙ୍କ ପିଆରଓ ଟିମ ପକ୍ଷରୁ କିଛି ବି କୁହାଯାଇ ନାହିଁ।

ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ଅମିତାଭ ବଚ୍ଚନ ନିଜର ଏକ୍ସରେ ଇଣ୍ଡିଆ ଷ୍ଟ୍ରିଟ ପ୍ରିମିୟର ଲିଗରେ ତାଙ୍କ ଟିମ ମାଝୀ ମୁମ୍ବାଇ ଟିମର ପ୍ରମୋସନ କରିଥିଲେ। ଏହି ପୋଷ୍ଟର କିଛି ସମୟ ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ସାମ୍ନାକୁ ଆସିଛି।

Advertisment

ଆସନ୍ତା ଅକ୍ଟୋବର ମାସରେ ଅମିତାଭ ବଚ୍ଚନ ୮୧ ବର୍ଷ ବୟସରେ ପାଦ ଥାପିବେ। ଏହାପୂର୍ବରୁ ତାଙ୍କ ନାଗା ଅଶ୍ୱିନଙ୍କ କଲକି ୨୮୯୮ ଏଡିରେ ଦେଖିବାକୁ ମିଳିବ। ଏଥିରେ ପ୍ରଭାସ, ଦୀପିକା ପାଦୁକୋନ, କମଲ ହାସନ ଓ ଦିଶା ପଟାନୀ ପ୍ରମୁଖ ରହିଛନ୍ତି। ମେ’ ୯ରେ ଏହା ରିଲିଜ ହେବ।

Entertainment Amitabh Bachchan Hospital