Advertisment

ଅଯୋଧ୍ୟା ଅଭିମୁଖେ ଅମିତାଭ ବଚ୍ଚନ ! ରାମ ମନ୍ଦିର ନିକଟରେ ଜାଗା କିଣିଲେ

ଅଯୋଧ୍ୟାରେ ଜାଗା କିଣିଛନ୍ତି ମେଗାଷ୍ଟାର ଅମିତାଭ ବଚ୍ଚନ।

author-image
Debibandita Barick
ଅଦ୍ୟତନ ହୋଇଛି
Amitabh Bachchan

Amitabh Bachchan

ଶ୍ରୀରାମ ମନ୍ଦିର ପତ୍ରିଷ୍ଠାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଅଯୋଧ୍ୟା ନଗରୀ। ଏହି ପାବନ ଅବସର ମଧ୍ୟରେ ଅଯୋଧ୍ୟାରେ ଜାଗା କିଣିଛନ୍ତି ମେଗାଷ୍ଟାର ଅମିତାଭ ବଚ୍ଚନ। ଶ୍ରୀରାମ ମନ୍ଦିର ନିକଟରେ ଅମିତାଭ ବଚ୍ଚନ ଏକ ଜମି କ୍ରୟ କରିଛନ୍ତି, ଯାହା ଦଶ ହଜାର ବର୍ଗଫୁଟର ହେବ ବୋଲି କୁହାଯାଉଛି।

Advertisment

ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଜନ୍ମ ହୋଇଥିବା ବିଗ୍ ବି ଅମିତାଭ ବଚ୍ଚନ ଅଯୋଧ୍ୟାରେ ଜମି କିଣିବା ପରେ ବେଶ୍ ଚର୍ଚ୍ଚା ହେଉଛି। କାରଣ ମୁମ୍ବାଇରେ ରହୁଥିବା ବିଗ୍ ବି ନିଜ ଜନ୍ମ ସ୍ଥାନକୁ ସିଫ୍ଟ  ହୋଇପାରନ୍ତି ବୋଲି କୁହାଯାଉଛି।

ରିପୋର୍ଟ ମୁତାବକ ଏହି ପ୍ଲଟର ମୂଲ୍ୟ 14.5 କୋଟି ହେବ। ଏହା ଅଯୋଧ୍ୟାର ଦ ସରଯୁରେ ଥିବା ସାତ ତାରକା ଏନକ୍ଲେଭରେ ରହିଛି। ମୁମ୍ବାଇ ସ୍ଥିତ ହାଉସ ଅଫ୍ ଅଭିନନ୍ଦନ ଲୋଢା (HoABL) ସହାୟତାରେ ଅମିତାଭ ଏହି ଜାଗା କିଣିଛନ୍ତି। ସେ କିଣିଥିବା ସ୍ଥାନ ଶ୍ରୀରାମ ମନ୍ଦିରଠାରୁ ମାତ୍ର ଅଳ୍ପ ଦୂର ହେବ।

Advertisment

ଅଯୋଧ୍ୟାରେ ଜାଗା କିଣିବା ପରେ ବେଶ୍ ଖୁସିବ୍ୟକ୍ତ କରିଛନ୍ତି ଅମିତାଭ ବଚ୍ଚନ। ବିଶ୍ୱ ଆଧ୍ୟାତ୍ମିକ ରାଜଧାନୀରେ ଘର ନିର୍ମାଣ କରିବାକୁ ଯାଉଥିବାରୁ ମୁଁ ବେଶ୍ ଉତ୍ସାହିତ ବୋଲି କହିଛନ୍ତି। ଆସନ୍ତା 22ରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ହେବ। ଏହି ସମାରୋହରେ ଯୋଗେ ଦେବା ପାଇଁ ଅମିତାଭ ବଚ୍ଚନଙ୍କୁ ନିମନ୍ତ୍ରଣ କରାଯାଇଛି। ସେ 22ରେ ଏହି ଉତ୍ସବରେ ଉପସ୍ଥିତ ରହିପାରନ୍ତି।

Ram Temple Inauguration Amitabh Bachchan Buys Plot Ayodhya Amitabh Bachchan