Advertisment

ଶ୍ୱେତା ଏବେ ‘ପ୍ରତିକ୍ଷା’ ର ନୂଆ ମାଲିକ, ଗିଫ୍ଟ କଲେ ବିଗ୍‌ ବି

ଅମିତାଭ ବଚ୍ଚନ ନୁହନ୍ତି ବରଂ ଝିଅ ଶ୍ୱେତା ବଚ୍ଚନ ହେଉଛନ୍ତି ଏବେ ‘ପ୍ରତିକ୍ଷା’ର ନୂଆ ମାଲିକାଣୀ। ବଚ୍ଚନ ଦମ୍ପତି ନିଜ ଝିଅକୁ ଜୁହୁସ୍ଥିତ ଏହି ବଙ୍ଗଳା ଗିଫ୍ଟ ଭାବେ ଦେଇଥିବା ଜଣାଯାଇଛି।

Amitabh-bachchan with daughter

Amitabh-bachchan with daughter

Advertisment

ବିଗ୍‌ ବି ଅମିତାଭ ବଚ୍ଚନଙ୍କ ବଙ୍ଗଳା ‘ପ୍ରତିକ୍ଷା’କୁ ମିଳିଲା ନୂଆ ମାଲିକ । ଅମିତାଭ ବଚ୍ଚନ ନୁହନ୍ତି ବରଂ ଝିଅ ଶ୍ୱେତା ବଚ୍ଚନ ହେଉଛନ୍ତି ଏବେ ‘ପ୍ରତିକ୍ଷା’ର ନୂଆ ମାଲିକାଣୀ। ବଚ୍ଚନ ଦମ୍ପତି ନିଜ ଝିଅକୁ ଜୁହୁସ୍ଥିତ ଏହି ବଙ୍ଗଳା ଗିଫ୍ଟ ଭାବେ ଦେଇଥିବା ଜଣାଯାଇଛି।

Advertisment

ଏହି ବଙ୍ଗଳାର ଆନୁମାନିକ ମୂଲ୍ୟ ୫୦ କୋଟି ଉପରେ ଜଣାଇଛି। ତେବେ ଗତ ୮ ତାରିଖରେ ବଲିଉଡର ବଡେ ମିଆଁ ନିଜ ଝିଅଙ୍କ ନାଁରେ ଏହି ବଙ୍ଗଳା କରିଥିବା ଖବର ସାମନାକୁ ଆସିଛି। ଉକ୍ତ ଦିନ ଡିଡ୍‌ ସାଇନ୍‌ ହୋଇଥିବା ବେଳେ ୫୦.୬୫ ଲକ୍ଷ ଟଙ୍କା ରେଜିଷ୍ଟ୍ରେଶନ ଫି ଓ ଷ୍ଟାମ୍ପ ଡ୍ୟୁଟି ଭାବେ ଦିଆଯାଇଥିବା ଜଣାଯାଇଛି।

ଜୁହୁସ୍ଥିତ ଏହି ବଙ୍ଗଳା ୨ଟି ପ୍ଲଟ ଉପରେ ରହିଛି। ଗୋଟିଏ ପ୍ଲଟ ୬୭୪ ସ୍କୋୟାର ମିଟର ଅଞ୍ଚଳରେ ଥିବା ବେଳେ ଅନ୍ୟଟି ୮୯୦.୪୭ ସ୍କୋୟାର ମିଟର ଅଞ୍ଚଳରେ ପରିବ୍ୟାପ୍ତ ହୋଇଛି। ତେଣୁ ଏହି ଆଲିସାନ ବଙ୍ଗଳା ସମୁଦାୟ ୧୫୬୪ ସ୍କୋୟାର ମିଟରରେ ଥିବା ଜଣାଯାଇଛି।

Advertisment

ଅମିତାଭଙ୍କର ମୁମ୍ବାଇରେ ପ୍ରତିକ୍ଷା, ଜଲସା ଓ ଜନକ ନାମରେ ୩ଟି ବଙ୍ଗଳା ରହିଛି। ‘ଜଲସା’ରେ ଅମିତାଭ ନିଜ ପରିବାର ସହ ରହୁଥିବା ବେଳେ ସେଠାରେ ଏବେ ଶ୍ୱେତା ବି ରହୁଥିବା ଦେଖିବାକୁ ମିଳୁଛି। ଶ୍ୱେତା ଦିଲ୍ଲୀର ବ୍ୟବସାୟୀ ନିଖିଲ ନନ୍ଦାଙ୍କୁ ବିବାହ କରିଥିଲେ ମଧ୍ୟ ଅଧିକାଂଶ ସମୟରେ ନିଜ ପିଲାଙ୍କ ସହ ‘ଜଲସା’ରେ ସ୍ପଟ୍‌ ହେଉଛନ୍ତି। ତେଣୁ ତାଙ୍କ ବୈବାହିକ ଜୀବନରେ ସବୁକିଛି ଠିକ୍‌ ଚାଲି ନ ଥିବା ବି- ଟାଉନ୍‌ରେ ଚର୍ଚ୍ଚା ହେଉଛି। ଏପରି ସମୟରେ ଅମିତାଭ ନିଜ ଝିଅଙ୍କୁ ପ୍ରତିକ୍ଷା ଗିଫ୍ଟ ଭାବେ ଦେବା ଘଟଣା ଲାଇମ୍‌ଲାଇଟ୍‌କୁ ଚାଲି ଆସିଛି।

Mumbai Amitabh Bachchan Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe