Advertisment

ବିଗ୍ ବି ଗଣିବେ ତଣ୍ଡ, ପଡ଼ିଲା ୧୦ ଲକ୍ଷର ଫାଇନ୍‌

ଫ୍ଲିପକାର୍ଡରେ ଏବେ ବିଗ୍‌ ବିଲିୟନ ଡେ ସେଲ୍‌ ଚାଲିଥିବା ବେଳେ ତାହା ବ୍ରାଣ୍ଡ ଆମ୍ବାସଡର ପାଲଟିଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ ।

Big B

Big B

Advertisment

ବିଗ୍ ବି ଗଣିବେ ତଣ୍ଡ । ପଡ଼ିଲା ୧୦ ଲକ୍ଷର ଫାଇନ୍‌। ଏନେଇ ଖାଉଟି ବ୍ୟାପାର ମନ୍ତ୍ରାଳୟର ଦ୍ୱାରସ୍ଥ ହୋଇଛି CAIT (The Confederation of All India Traders) ।

Advertisment

ଫ୍ଲିପକାର୍ଡରେ ଏବେ ବିଗ୍‌ ବିଲିୟନ ଡେ ସେଲ୍‌ ଚାଲିଥିବା ବେଳେ ତାହା ବ୍ରାଣ୍ଡ ଆମ୍ବାସଡର ପାଲଟିଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ । ଅମିତାଭ ବଚ୍ଚନ ଏକ ମୋବାଇଲ ବିଜ୍ଞାପନରେ ନଜର ଆସୁଥିବା ବେଳେ ତାଙ୍କ ଡାଏଲଗ ଦେଶର ଛୋଟ ବ୍ୟବସାୟୀଙ୍କୁ କ୍ଷତିଗ୍ରସ୍ତ କରୁଥିବା ଅଭିଯୋଗ ହୋଇଛି।

CAIT ପକ୍ଷରୁ ହୋଇଥିବା ଅଭିଯୋଗ ଅନୁଯାୟୀ, ଫ୍ଲିପକାର୍ଡରେ ଏବେ ବିଗ୍‌ ବିଲିୟନ ଡେ ସେଲ୍‌ ଚାଲିଥିବା ବେଳେ ଏକ ମୋବାଇଲର ବିଜ୍ଞାପନରେ ବିଗ୍‌ ବି ନଜର ଆସିଛନ୍ତି। ଅମିତାଭ ବଚ୍ଚନ ମୋବାଇଲ ବିଜ୍ଞାପନରେ ଏତେ ଶସ୍ତାରେ ମୋବାଇଲ ଅଫ୍‌- ଲାଇନ୍‌ ମାର୍କେଟଣେ ମିଳି ପାରିବନି ବୋଲି କହିଛନ୍ତି। ବିଗ୍‌ ବିଙ୍କ

Advertisment

ବିଗ୍‌ ବିଙ୍କ ଏହି ଡାଏଲଗ୍‌ ଭାରତ ବଜାରରେ ଥିବା ଅନ୍ୟ ବ୍ୟବସାୟୀ ଓ ସପ୍ଲାଏରଙ୍କ ବ୍ୟବସାୟକୁ କ୍ଷତି ପହଞ୍ଚାଉଛି। ଏହାଦ୍ୱାରା ଦେଶର ଅନ୍ୟ ବ୍ୟବସାୟୀଙ୍କ ବ୍ୟବସାୟ ବାଧାପ୍ରାପ୍ତ ହେଉଛି ବୋଲି CAITର ଜେନେରାଲ ସେକ୍ରେଟାରୀ ପ୍ରବୀଣ ଖଣ୍ଡେଲୱାଲ ନିଜ ଅଭିଯୋଗରେ ଦର୍ଶାଇଛନ୍ତି।

ଗ୍ରାହକଙ୍କୁ ଭ୍ରମିତ କରିବା ସହ ମିଥ୍ୟା ପ୍ରତିଶ୍ରୁତି ଦେବା ଅଭିଯୋଗରେ CAIT ପକ୍ଷରୁ ଫ୍ଲିପକାର୍ଡକୁ ଦଣ୍ଡିତ କରାଯିବା ସହ ଅମିତାଭ ବଚ୍ଚନଙ୍କ ଉପରେ ୧୦ ଲକ୍ଷ ଟଙ୍କାର ଫାଇନ୍‌ ପକାଯାଇଛି। ଏନେଇ ଫ୍ଲିପ୍‌କାର୍ଡକୁ ମେଲ୍‌ ପଠାଯାଇଥିବା ବେଳେ ତାହାର ଉତ୍ତର ମିଳିନି କିମ୍ବା ବିଗ୍‌ ବିଙ୍କ ମତାମତ ମିଳି ପାରିନି।

Amitabh Bachchan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe