Advertisment

ସନ୍ନି ଲିଓନିଙ୍କ ପଡ଼ୋଶୀ ସାଜିଲେ ବିଗ୍ ବି’

ମୁମ୍ବାଇ: ବଲିଉଡର ହଟ୍ ଅଭିନେତ୍ରୀ ସନ୍ନି ଲିଓନିଙ୍କ ପଡ଼ୋଶୀ ସାଜିଲେ ମହାନାୟକ ଅମିତାଭ ବଚ୍ଚନ । ସନ୍ନିଙ୍କ ଘର ପାଖରେ ଆଉ ଏକ ନୂଆ ଘର କିଣିଲେ ବିଗ୍ ବି’ । ବିଗ୍ ବି’ଙ୍କ ଏହି ନୂଆ ଘରକୁ ନେଇ ଏବେ ସୋଶାଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ବାସ୍ତବରେ ଜଲସା ଏବଂ ପ୍ରତିକ୍ଷା ସମେତ ପୁରା ଲେଭିସ ପ୍ରପଟି ଓ ବଙ୍ଗଳାର ମାଲିକ ଅମିତାଭ ବଚ୍ଚନ ମାୟାନଗରୀରେ ଆଉ ଏକ ନୂଆ ଘରକୁ ନିଜ […]

ଅଦ୍ୟତନ ହୋଇଛି
ସନ୍ନି ଲିଓନିଙ୍କ ପଡ଼ୋଶୀ ସାଜିଲେ ବିଗ୍ ବି’

Amitabh-sunny

Advertisment

ମୁମ୍ବାଇ: ବଲିଉଡର ହଟ୍ ଅଭିନେତ୍ରୀ ସନ୍ନି ଲିଓନିଙ୍କ ପଡ଼ୋଶୀ ସାଜିଲେ ମହାନାୟକ ଅମିତାଭ ବଚ୍ଚନ । ସନ୍ନିଙ୍କ ଘର ପାଖରେ ଆଉ ଏକ ନୂଆ ଘର କିଣିଲେ ବିଗ୍ ବି’ । ବିଗ୍ ବି’ଙ୍କ ଏହି ନୂଆ ଘରକୁ ନେଇ ଏବେ ସୋଶାଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ।

Advertisment

ବାସ୍ତବରେ ଜଲସା ଏବଂ ପ୍ରତିକ୍ଷା ସମେତ ପୁରା ଲେଭିସ ପ୍ରପଟି ଓ ବଙ୍ଗଳାର ମାଲିକ ଅମିତାଭ ବଚ୍ଚନ ମାୟାନଗରୀରେ ଆଉ ଏକ ନୂଆ ଘରକୁ ନିଜ ନାଁରେ କରିଛନ୍ତି । ଯାହାର ଦାମ ମିଡିଆ ରିପୋର୍ଟ ମୁତାବକ ୩୧ କୋଟି ଟଙ୍କା ।

ତେବେ ବିଗ୍ ବି’ ମୁମ୍ବାଇ ଯେଉଁ ଅଂଚଳରେ ଏହି ଘର କିଣିଛନ୍ତି, ଠିକ୍ ସେହି ଅଂଚଳରେ ଅଭିନେତ୍ରୀ ସନ୍ନି ଲିଓନିଙ୍କ ଘର ଅଛି । ଏଭଳି ସ୍ଥିତିରେ ଏବେ ସନ୍ନି, ଅମିତାଭଙ୍କ ପଡୋଶୀ ବନି ଯାଇଛନ୍ତି । ଏହାକୁ ନେଇ ଫ୍ୟାନ୍ସମାନଙ୍କ ମଧ୍ୟରେ ଉତ୍ସୁକତା ସୃଷ୍ଟି ହୋଇଛି ।

Advertisment

ସୂଚନା ମୁତାବକ ଅମିତାଭ ବଚ୍ଚନ ଏକ ଡ୍ୟୁପ୍ଲେକ୍ସ ଘର କିଣିଛନ୍ତି, ଯାହାର ଦାମ ୩୧ କୋଟି ଟଙ୍କା ଥିବା ବେଳେ ସନ୍ନି ଲିଓନି ତାଙ୍କ ଘରକୁ ୧୬ କୋଟି ଟଙ୍କା ଦେଇ କିଣିଥିଲେ । ଆଟଲାଣ୍ଟିସ ପ୍ରୋଜେକ୍ଟରେ ତିଆରି ୨୮ ମହଲା ବିଶିଷ୍ଟ ଏହି ବିଲ୍ଡିଂରେ ଅମିତାଭଙ୍କ ଘର ୨୭ତମ ଫ୍ଲୋରରେ ଅବସ୍ଥିତ ।

ଏହା ପୂର୍ବରୁ ଅମିତାଭ ଜଲସା ଏବଂ ପ୍ରତିକ୍ଷା ଭଳି ପୌତ୍ରୁକ ବଙ୍ଗଳାର ମାଲିକ ଅଛନ୍ତି । ଏଠି ସେ ତାଙ୍କ ପରିବାର ସହ ରୁହନ୍ତି ।

Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe