Advertisment

ଜୟାଙ୍କୁ ବାହା ହେବା ପୂର୍ବରୁ ଏପରି ସର୍ତ୍ତ ରଖିଥିଲେ ଅମିତାଭ ବଚ୍ଚନ

ବିବାହ ପୂର୍ବରୁ ଅମିତାଭ ବଚ୍ଚନ କହିଥିଲେ, ସ୍ତ୍ରୀ ସକାଳ 9ରୁ ସନ୍ଧ୍ୟା 5...

ଅଦ୍ୟତନ ହୋଇଛି
Amitabh Bachchan & Jaya Bachchan

Amitabh Bachchan & Jaya Bachchan

Advertisment

ଅଭିନେତ୍ରୀ ଜୟା ବଚ୍ଚନଙ୍କ ସହ ବିବାହା ପୂର୍ବରୁ କିଛି ସର୍ତ୍ତ ରଖିଥିଲେ ବିଗ୍ ବି ଅମିତାଭ ବଚ୍ଚନ। ଚଳିତ ବର୍ଷ ଏହି ଷ୍ଟାର୍ ଦମ୍ପତି 51ତମ ବିବାହ ବାର୍ଷିକୀ ପାଳନ କରିଥିବା ବେଳେ ପୂର୍ବ ସ୍ମୃତି ଦୋହରାଇଛନ୍ତି ଅଭିନେତ୍ରୀ ତଥା ସାଂସଦ ଜୟା ବଚ୍ଚନ।

Advertisment

ନାତୁଣୀ ନବ୍ୟା ନବେଲି ନନ୍ଦାଙ୍କ ପୋଡକାଷ୍ଟ, 'ହ୍ୱାଟ୍ ଦି ହେଲ୍ ନବ୍ୟା'ରେ ଜୟା ବଚ୍ଚନ କହିଛନ୍ତି, "ବିବାହ ପୂର୍ବରୁ ଅମିତାଭ ବଚ୍ଚନ କହିଥିଲେ, ସେ ସକାଳ 9ରୁ ସନ୍ଧ୍ୟା 5 ପର୍ଯ୍ୟନ୍ତ କାମ କରୁଥିବା ପତ୍ନୀ ଚାହାନ୍ତିନି। କାମ କରିପାରିବେ, କିନ୍ତୁ ନିୟମିତ ଭାବେ ନୁହେଁ। ଭଲ ପ୍ରୋଜେକ୍ଟ ଏବଂ ଠିକ୍ ଲୋକଙ୍କ ସହ କାମ କର ବୋଲି ଅମିତାଭ ବଚ୍ଚନ ଚାହୁଁଥିଲେ।" 

ସେହିପରି ଉଭୟଙ୍କ ବାହାଘର ତାରିଖ ବଦଳିବା ଉପରେ ମଧ୍ୟ ଆଲୋଚନା କରିଛନ୍ତି ଜୟା ବଚ୍ଚନ। ଅକ୍ଟୋବରରେ ବାହାଧର ଠିକ୍ ହେବା ସତ୍ତ୍ୱେ କାହିଁକି ଜୁନରେ ହୋଇଥିଲା, ସେ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି।

Advertisment

ଜୁନ୍ 3, 1973ରେ ବିବାହ କରିଥିଲେ ଅମିତାଭ ଓ ଜୟା। କିନ୍ତୁ ସେମାନଙ୍କ ବାହାଘର ସେହି ବର୍ଷ ଅକ୍ଟୋବରରେ ଠିକ୍ ହୋଇଥିଲା। ଜୟା ବଚ୍ଚନଙ୍କ କହିବା ଅନୁସାରେ, ବିବାହ ବନ୍ଧନରେ ବାନ୍ଧି ହେବା ପୂର୍ବରୁ ଉଭୟ ଏକାଠି 'ଜଞ୍ଜୀର'ରେ ଅଭିନୟ କରିଥିଲେ। ଏହି ସିନେମା ହିଟ୍ ହେବା ପରେ ସେମାନେ ଏକ ଟୁରରେ ଯିବାକୁ ପ୍ଲାନ୍ କରିଥିଲେ।

କିନ୍ତୁ ସମସ୍ୟା ଅଛି, ଯାଇ ପାରିବେନି ବୋଲି କହିଥିଲେ ଅମିତାଭ ବଚ୍ଚନ। ତାଙ୍କ ବାପା ଏଥିପାଇଁ ଅନୁମତି ଦେଉନାହାନ୍ତି, ଯଦି ଉଭୟଙ୍କ ବିବାହ ହୋଇଯାଏ, ତେବେ ସେ ଅନୁମତି ଦେବେ ବୋଲି ଅମିତାଭ ବଚ୍ଚନ କହିଥିଲେ। ଏହା ପରେ ସେମାନଙ୍କ ବିବାହ ଅକ୍ଟୋବର ପରିବର୍ତ୍ତେ ଜୁନରେ ହୋଇଥିଲା।

Amitabh Bachchan Jaya Bachchan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe