Advertisment

ବ୍ଲୁ ଟିକ୍‌ ଫେରି ପାଇଲେ ବିଗ୍‌ ବି, କହିଲେ- ତୁ ଚିଜ୍‌ ବଡ଼ି ହେ ମସ୍କ, ମସ୍କ

ମସ୍କଙ୍କୁ ପାଉଣା ଦେଇ ନ ଥିବାରୁ ବିଗ୍‌ ବି’ଙ୍କ ଟ୍ୱିଟର ଆକାଉଣ୍ଟରୁ ବି ଗାଏବ ହୋଇଯାଇଥିଲା ବ୍ଲୁ ଟିକ୍‌। ଏହାଦେଖି ଅବାକ ହୋଇ ଯାଇଥିବା ବଲିଉଡର ଆଙ୍ଗ୍ରି ମ୍ୟାନ୍‌ ଶେଷରେ ମସ୍କଙ୍କୁ  ଟଙ୍କା ଦେଇ ଫେରି ପାଇଛନ୍ତି ନିଜ ବ୍ଲୁ ଟିକ୍‌।

Amitabh Bachchan & Elon Musk

Amitabh Bachchan & Elon Musk

Advertisment

ମସ୍କଙ୍କୁ ପାଉଣା ଦେଇ ନ ଥିବାରୁ ବିଗ୍‌ ବି’ଙ୍କ ଟ୍ୱିଟର ଆକାଉଣ୍ଟରୁ ବି ଗାଏବ ହୋଇଯାଇଥିଲା ବ୍ଲୁ ଟିକ୍‌। ଏହାଦେଖି ଅବାକ ହୋଇ ଯାଇଥିବା ବଲିଉଡର ଆଙ୍ଗ୍ରି ମ୍ୟାନ୍‌ ଶେଷରେ ମସ୍କଙ୍କୁ  ଟଙ୍କା ଦେଇ ଫେରି ପାଇଛନ୍ତି ନିଜ ବ୍ଲୁ ଟିକ୍‌। ଏଥିରେ ଖୁବ୍‌ ଖୁସି ହୋଇଯାଇଥିବା ଅମିତାଭଙ୍କ ପାଦ ତଳେ ଲାଗୁ ନ ଥିବା ବେଳେ ଖୁସିରେ ‘ତୁ ଚିଜ୍‌ ବଡ଼ି ହେ, ମସ୍କ’ ବୋଲି ବି ଟ୍ୱିଟ କରିଛନ୍ତି।

Advertisment

ଏଣିକି ବ୍ଲୁ ଟିକ୍‌ ପାଇବାକୁ ପାଉଣା ଦେବାକୁ ପଡ଼ିବ ବୋଲି ମସ୍କ ପୂର୍ବରୁ ଘୋଷଣା କରିଥିବା ବେଳେ ଦେୟ ଦେଇ ନ ଥିବା ବ୍ୟକ୍ତିଙ୍କ ଆକାଉଣ୍ଟ ଆଗରୁ ଗତ ୨୦ ତାରିଖରେ ହଟାଇ ଦେଇଥିଲେ ବ୍ଲୁ ଟିକ୍‌। ବ୍ଲୁ ଟିକ୍‌ ହଟି ଯାଇଥିବା ସେଲିବ୍ରିଟିଙ୍କ ମଧ୍ୟରେ ଅମିତାଭ ବଚ୍ଚନ, ଶାହରୁଖ ଖାନ, ସଲମାନ ଖାନ, ଶାହିଦ କପୁର,ଅକ୍ଷୟ କୁମାର, ଆଲିଆ ଭଟ୍ଟଙ୍କ ପରି ଆଗଧାଡ଼ିର ସେଲିବ୍ରିଟିଙ୍କ ନାଁ ବି ସାମିଲ ଥିଲା।

ସବୁବେଳେ ସୋଶାଲ ମିଡିଆରେ ଆକ୍ଟିଭ ରହୁଥିବା ଅମିତାଭ ବଚ୍ଚନଙ୍କୁ କିନ୍ତୁ ଏହା ହଜମ ହୋଇ ନ ଥିଲା। ଏପରିକି ସେ ଟ୍ୱିଟ କରି କହିଥିଲେ- ଟ୍ୱିଟର ଭାଇ, ଏବେ ତ ତୁମକୁ ଟଙ୍କା ଦେଇଦେଲି। ଏବେ ତ’ ମୋ’ ନାଁ ଆଗରେ ଥିବା ବ୍ଲୁ ଟିକ୍‌ ଫେରାଇ ଦିଅ । ଫଳରେ ଲୋକେ ଜାଣି ପାରିବେ ଯେ, ଏହା ମୋ’ ଆକାଉଣ୍ଟ । ମୁଁ ତୁମକୁ ହାତ ଯୋଡ଼ୁଛି, ଏବେ କ’ଣ ଗୋଡ଼ ଯୋଡ଼ି ପଡ଼ିବି । ଅମିତାଭଙ୍କ ଏପରି ମଜାଳିଆ ଟ୍ୱିଟକୁ ବହୁ ୟୁଜର୍ସ ପସନ୍ଦ କରିଛନ୍ତି।

Advertisment

ଟଙ୍କା ପଇଠ କରିବା ପରେ ଅମିତାଭଙ୍କ ଆକାଉଣ୍ଟକୁ ବ୍ଲୁ ଟିକ୍‌ ଫେରିଥିବା ବେଳେ ତାଙ୍କ ଖୁସି ବନ୍ଧ ବାଡ଼ ମାନୁନି। ପୁଣି ଥରେ ଟ୍ୱିଟ କରି ଅମିତାଭ ଧନ୍ୟବାଦ ଜଣାଇବା ସହ ମସ୍କ ଭାଇ ତୁମ ପାଇଁ ଗୀତ ଗାଇବାକୁ ଇଚ୍ଛା ହେଉଛି। ତା’ ହେଲେ ଶୁଣନ୍ତୁ- ତୁ ଚିଜ ବଡ଼ି ହୈ ମସ୍କ, ମସ୍କ, ତୁ ଚିଜ ବଡ଼ି ହୈ  ବୋଲି ଟୁଇଟ କରିଛନ୍ତି। ଅମିତାଭଙ୍କ ଏହି ଟୁଇଟ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଅମିତାଭଙ୍କ ପରି ସୋନୁ ସୁଦ ଓ ଶାହିଦ କପୁରଙ୍କ ଆକାଉଣ୍ଟରୁ ବି ବ୍ଲୁ ଟିକ୍‌ ଗାଏବ ହୋଇଯାଇଥିବାରୁ ସେମାନେ ବି ମଜାଳିଆ ଟ୍ୱିଟ କରିଛନ୍ତି। ସୋନୁ ସୁଦ ଟୁଇଟ କରି କହିଛନ୍ତି, କିଏ ଏ ଭାଇଙ୍କୁ ବୁଝାଇବ, ବ୍ଲୁ ଟିକ୍‌ କିଣାଯାଏନି, ରୋଜଗାର କରିବାକୁ ପଡ଼ିଥାଏ। ସେହିପରି ଶାହିଦ କପୁର ଟୁଇଟ କରିଛନ୍ତି, ମୋ’ ବ୍ଲୁ ଟିକ୍‌କୁ କିଏ ଛୁଇଁଲା, ଏଲନ ତୁ’ ସେଠି ଥା, ମୁଁ ଆସୁଛି । ଏପରି ଟୁଇଟ ଖୁବ୍‌ ଭାଇରାଲ ହେଉଥିବା ବେଳେ ୟୁଜର୍ସ ବି ଏହାକୁ ଖୁବ୍‌ ପସନ୍ଦ କରୁଛନ୍ତି।

Twitter Elon Musk Amitabh Bachchan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe