Advertisment

ବିଗ ବିଙ୍କୁ ମିଳିବ ଲତା ଦିନାନାଥ ମଙ୍ଗେସକର ଆୱାର୍ଡ

ବିଗ ବିଙ୍କୁ ମିଳିବ ଲତା ଦିନାନାଥ ମଙ୍ଗେସକର ଆୱାର୍ଡ । ଏନେଇ ମଙ୍ଗେସକର ପରିବାର ପକ୍ଷରୁ ଗତକାଲି ଘୋଷଣା କରାଯାଇଛି।

author-image
Niharika Rout
Amitabh Bachchan

Amitabh Bachchan

ବିଗ ବିଙ୍କୁ ମିଳିବ ଲତା ଦିନାନାଥ ମଙ୍ଗେସକର ଆୱାର୍ଡ । ଏନେଇ ମଙ୍ଗେସକର ପରିବାର ପକ୍ଷରୁ ଗତକାଲି ଘୋଷଣା କରାଯାଇଛି। ଲତା ମଙ୍ଗେସକରଙ୍କ ସ୍ମୃତିରେ ତାଙ୍କ ପରିବାର ପକ୍ଷରୁ ଏହି ଆୱାର୍ଡ ପ୍ରଦାନ କରାଯାଉଛି।

Advertisment

ବଲିଉଡର ମେଗା ଷ୍ଟାର ତଥା ୮୧ ବର୍ଷୀୟ ଅମିତାଭ ବଚ୍ଚନଙ୍କୁ ଆସନ୍ତା ୨୪ ତାରିଖରେ ଏହି ସମ୍ମାନରେ ସମ୍ମାନିତ କରାଯିବ । ଦେଶ ତଥା ଜାତି ନିମନ୍ତେ ଉଲ୍ଲେଖନୀୟ କାମ କରିଥିବା ବ୍ୟକ୍ତିବିଶେଷଙ୍କୁ ପ୍ରତି ବର୍ଷ ଏହି ସମ୍ମାନରେ ସମ୍ମାନିତ କରାଯାଇଥାଏ। ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା।

ଏଥିସହ ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ସୁପ୍ରସିଦ୍ଧ ମ୍ୟୁଜିକ ଡାଇରେକ୍ଟର ଏ.ଆର ରେହମାନଙ୍କୁ ଦିନାନାଥ ମଙ୍ଗେସକର ପୁରସ୍କାର ପ୍ରଦାନ କରାଯିବ । ଏଥିସହ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାମ ନିମନ୍ତେ Deepstambh Foundation Manobalsbକୁ ବି ଏହି ପୁରସ୍କାର ପ୍ରଦାନ କରାଯିବ । ଚଳିତ ବର୍ଷର ଶ୍ରେଷ୍ଠ ଡ୍ରାମା ଭାବେ "Galib"କୁ ବିବେଚନା କରାଯାଇଥିବା ବେଳେ ମଙ୍ଗେସକର ପରିବାର ପକ୍ଷରୁ ଏହାକୁ ସମ୍ମାନିତ କରାଯିବ ।

Advertisment

ସାହିତ୍ୟ ସାଧନା ପ୍ରତି ନିଜ ଜୀବନ ଉତ୍ସର୍ଗ କରିଥିବା ମରାଠି ଲେଖକ ମଞ୍ଜିରି ପାଢକେଙ୍କୁ ମାଷ୍ଟର ଦିନାନାଥ ମଙ୍ଗେସକର ପୁରସ୍କାର ପ୍ରଦାନ କରାଯିବ । ଏଥିସହ ଅଭିନେତା ରଣଦୀପ ହୁଦାଙ୍କୁ ସିନେମା ପ୍ରତି ଉଲ୍ଲେଖନୀୟ କାମ ନିମନ୍ତେ ବିଶେଷ ପୁରସ୍କାର ପ୍ରଦାନ କରାଯିବ ।

ଏହାବାଦ ଭେଟରାମ ଅଭିନେତା ଅଶୋକ ସରାଫ ଓ ପଦ୍ମିନୀ କୋହ୍ଲାପୁରୀଙ୍କୁ ମଧ୍ୟ ସିନେମା ପ୍ରତି ଜୀବନବ୍ୟାପି ଉତ୍ସର୍ଗ ନିମନ୍ତେ ମାଷ୍ଟର ଦିନାନାଥ ମଙ୍ଗେସକର ପୁରସ୍କାର ପ୍ରଦାନ କରାଯିବ ।

୧୯୪୩ ମସିହାରୁ ଆମେ ଉଲ୍ଲେଖନୀୟ କାମ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରି ଆସୁଛୁ। ଲତା ଦିଦି ଆମ ସହ ନ ଥିବା ବେଳେ ତାଙ୍କ ଆଶୀର୍ବାଦ ସବୁବେଳେ ଆମ ସହ ରହି ଆସିଛି। ଏହା ପ୍ରତି ବର୍ଷ ପାଳନ ହେବ ବୋଲି ଆଶା ରଖୁଛୁ। ଆମେ ସବୁ ଭାଇଭଉଣୀ ବୟସ୍କ ହୋଇ ଯାଇଥିବାରୁ ଏହାକୁ ପରିଚାଳନା ନିମନ୍ତେ ଆମେ ଦିନାନାଥ ସ୍ମୃତି ପ୍ରତିଷ୍ଠାନ ନିମକ ଟ୍ରଷ୍ଟ ପ୍ରତିଷ୍ଠା କରିଥିବା ହୃଦୟନାଥ ମଙ୍ଗେସକର ସୂଚନା ଦେଇଛନ୍ତି।

Bollywood News Amitabh Bachchan