Advertisment

ପୁଣି ବିଗିଡ଼ିଲା ବିଗ୍ ବି’ଙ୍କ ସ୍ୱାସ୍ଥ୍ୟାବସ୍ଥା

ମୁମ୍ବାଇ: ପୁଣି ବିଗିଡ଼ିଲା ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟାବସ୍ଥା।  ସ୍ୱାସ୍ଥ ଖରାପ ଥିବା ଯୋଗୁଁ ତାଙ୍କର ଏକ ଅପରେସନ ହେବ। ଏନେଇ ସେ ନିଜେ ତାଙ୍କ ବ୍ଲଗ ଜରିଆରେ ସୂଚନା ଦେଇଛନ୍ତି। ବିଗ ବି’ଙ୍କ ଏହି ସୂଚନା ପାଇ ତାଙ୍କ ଫ୍ୟାନ୍‌ମାନେ ଦୁଃଖିତ ହୋଇଛନ୍ତି। ଅମିତାଭ ବ୍ଲଗ ଜରିଆରେ ନିଜ ସର୍ଜରୀ ବିଷୟରେ ସୂଚନା ଦେଇଛନ୍ତି। ଶନିବାର ଦିନ ବିଗ ବି’ ନିଜ ବ୍ଲଗରେ ଲେଖିଛନ୍ତି, ” ମେଡିକାଲ୍ କଣ୍ଡିସନ୍…ସର୍ଜରୀ…ମୁଁ ଏହାଠାରୁ ଆଇ କିଛି ଅଧିକା […]

ଅଦ୍ୟତନ ହୋଇଛି
୫୨ ବର୍ଷ ପୁରୁଣା କଥା ମନେ ପକାଇଲେ ବିଗ୍ ବି

Amitabh Bachchan

Advertisment

ମୁମ୍ବାଇ: ପୁଣି ବିଗିଡ଼ିଲା ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟାବସ୍ଥା।  ସ୍ୱାସ୍ଥ ଖରାପ ଥିବା ଯୋଗୁଁ ତାଙ୍କର ଏକ ଅପରେସନ ହେବ। ଏନେଇ ସେ ନିଜେ ତାଙ୍କ ବ୍ଲଗ ଜରିଆରେ ସୂଚନା ଦେଇଛନ୍ତି। ବିଗ ବି’ଙ୍କ ଏହି ସୂଚନା ପାଇ ତାଙ୍କ ଫ୍ୟାନ୍‌ମାନେ ଦୁଃଖିତ ହୋଇଛନ୍ତି।

Advertisment

ଅମିତାଭ ବ୍ଲଗ ଜରିଆରେ ନିଜ ସର୍ଜରୀ ବିଷୟରେ ସୂଚନା ଦେଇଛନ୍ତି। ଶନିବାର ଦିନ ବିଗ ବି’ ନିଜ ବ୍ଲଗରେ ଲେଖିଛନ୍ତି, ” ମେଡିକାଲ୍ କଣ୍ଡିସନ୍…ସର୍ଜରୀ…ମୁଁ ଏହାଠାରୁ ଆଇ କିଛି ଅଧିକା ଲେଖି ପାରିବିନି”। ବିଗ୍ ବିଙ୍କ ଏହି ବ୍ଲଗ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ଚିନ୍ତିତ ହୋଇପଡ଼ିଛନ୍ତି।

[caption id="attachment_623293" align="aligncenter" width="650"]Amitabh Bachchan Blog ନିଜ ବ୍ଲଗରେ ଲେଖି ଅମିତାଭ ବଚ୍ଚନ ସୂଚନା ଦେଇଛନ୍ତି।[/caption]

Advertisment

ଅମିତାଭଙ୍କ ଏହି ବ୍ଲଗକୁ ଦେଖିଲେ ତାଙ୍କର ସର୍ଜରୀ ହେବାର ଅଛି ନା ହୋଇସାରିଛି ତାହା କୁହାଯାଇପାରୁ ନାହିଁ। ବ୍ଲଗ୍ ପଢିବା ପରେ ଲୋକେ ତାଙ୍କ ସୁସ୍ଥ କାମନା କରୁଛନ୍ତି। ଲୋକେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଜାଣିବାକୁ ଚାହୁଁଛନ୍ତି। ଅମିତାଭ ବଚ୍ଚନ ନିଜ ଇନଷ୍ଚାଗ୍ରାମ ଆକାଉଣ୍ଟରେ ନିଜର ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି- କେବଳ ଇଏ !!!! ???? ବୋଲି ଲେଖିଛନ୍ତି।

ସେ ଏକ ଟ୍ୱିଟ୍ ବି କରିଛନ୍ତି। ଟ୍ୱିଟରେ ଲେଖିଛନ୍ତି, “କିଛି ଆବଶ୍ୟକତା ଠାରୁ ଅଧିକ ବଢିଯାଇଛି, ଯାହା କାଟିଲେ ହିଁ ଠିକ ହେବ”।

https://twitter.com/SrBachchan/status/1365370965165625345?s=20

ବିଗ ବିଙ୍କ ଏଭଳି ଟୁଇଟ ପୋଷ୍ଟ ଦେଖି ତାଙ୍କ ପ୍ରଶଂସକଙ୍କ ମାନେ ଚିନ୍ତିତ ହୋଇପଡିଛନ୍ତି। ଅମିତାଭଙ୍କ ସ୍ୱାସ୍ଥ୍ୟ ହଠାତ କ’ଣ ବିଗିଡି ଗଲା ଯେ ତାଙ୍କୁ ଅପରେସନ କରିବାକୁ ପଡିବ ଏବେ ଲୋକଙ୍କ ମନରେ ସେ ପ୍ରଶ୍ନ ଉଠୁଛି।

ଏହା ପୂର୍ବରୁ ଅମିତାଭ ଯେତେବେଳେ କରୋନାରେ ଆକ୍ରାନ୍ତ ହୋଇଥିଲେ ସେତେବେଳେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେତେବେଳେ ଦେଶବାସୀ ତାଙ୍କ ସୁସ୍ଥ କାମନା କରିଥିଲେ। କିଛି ସପ୍ତାହ ହସ୍ପିଟାଲରେ ଚିକିତ୍ସିତ ହେବାପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ।

Bollywood Amitabh Bachchan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe