Advertisment

ସନ୍ଦିଗ୍ଧ ଅବସ୍ଥାରେ ମିଳିଲା ଅଭିନେତ୍ରୀଙ୍କ ମୃତଦେହ

ଆପର୍ଟମେଣ୍ଟରୁ ଶନିବାର ଅଭିନେତ୍ରୀ ଅମୃତାଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ମିଳିଛି।

author-image
Madhupriya Mistry
Amruta Pandey

Amruta Pandey

ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆସିଲା ପୁଣି ଏକ ଦୁଃଖଦ ଖବର। ସନ୍ଦିଗ୍ଧ ଅବସ୍ଥାରେ ମିଳିଲା ଜଣେ ଫେମସ୍‌ ଭୋଜପୁରୀ ଅଭିନେତ୍ରୀଙ୍କ ମୃତଦେହ। ଅଭିନେତ୍ରୀ ଅନ୍ନପୂର୍ଣ୍ଣା ଓରଫ୍‌ ଅମୃତା ପାଣ୍ଡେଙ୍କ ଦେହାନ୍ତ ହୋଇଛି। ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍‌ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି।

Advertisment

ସୂଚନା ମୁତାବକ, ବିହାରର ଜୋଗସର ଥାନା ଆଦମପୁର ଜାହାଜ ଘାଟ ସ୍ଥିତ ଦିବ୍ୟଧର୍ମ ଆପର୍ଟମେଣ୍ଟରୁ ଶନିବାର ଅଭିନେତ୍ରୀ ଅମୃତାଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ମିଳିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଯାଞ୍ଚ ଆରମ୍ଭ କରିଥିଲା। ପୁଲିସ FSL ଦ୍ୱାରା ଘଟଣାର ଅନୁସନ୍ଧାନ କରିଥିଲା। ଯେଉଁ ଶାଢ଼ୀରେ ଅଭିନେତ୍ରୀ ଫାଶୀ ଲଗାଇଥିଲେ, ସେହି ଶାଢ଼ୀ ସମେତ, ମୋବାଇଲ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।

ତେବେ ମୃତ୍ୟୁ ପୂର୍ବରୁ ଅଭିନେତ୍ରୀ ଜଣକ ତାଙ୍କ ହ୍ୱାଟସ୍‌ ଆପ୍ ଷ୍ଟାଟସ୍‌ରେ 'ତାଙ୍କ ଜୀବନ ଦୁଇଟି ଡଙ୍ଗା ଚାଲିଛି, ମୁଁ ମୋ ଡଙ୍ଗାକୁ ବୁଡ଼ାଇ ତାଙ୍କ ରାସ୍ତାକୁ ସହଜ କରିଛୁ' ବୋଲି ଲେଖିଥିଲେ। ତାଙ୍କର ଏହି ହସ୍ୱାଟସ୍‌ ଆପ୍‌ ଷ୍ଟାଟସ୍‌କୁ ନେଇ ହଇଚଇ ସୃଷ୍ଟି ହୋଇଯାଇଛି। ଏହି ମେସେଜ୍‌ ସେୟାର କରିବାର କିଛି ସମୟ ପରେ ସେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଇଛି।

Advertisment

ପୁଲିସର ସୂଚନାନୁସାରେ, ସେମାନେ ସନ୍ଧ୍ୟାରେ ଆପାର୍ଟମେଣ୍ଟରେ ଜଣେ ମହିଳା ଆତ୍ମହତ୍ୟା କରିଥିବା ସୂଚନା ପାଇଥିଲେ। ସୂଚନା ପାଇବା ମାତ୍ରେ SHO କୃଷ୍ଣ ନନ୍ଦନ କୁମାର ସିଂହ, ଏସଆଇ ରାଜୀବ ରଂଜନ ଏବଂ ଶକ୍ତି ପାସୱାନ ଘଟଣାସ୍ଥଳରେ ପହଞ୍ଚିଥିଲେ। ଫ୍ଲାଟରେ ପହଞ୍ଚିବା ପରେ ଅମୃତାଙ୍କ ଶରୀର ଏକ ଖଟ ଉପରେ ପଡ଼ିଥିବା ଦେଖିବାକୁ ମିଳିଥିଲା।

ପରିବାର ଲୋକଙ୍କ କହିବା ମୁତାବକ, ପ୍ରାୟ ସାଢ଼େ ୩ଟା ସମୟରେ ତାଙ୍କ ଭଉଣୀ ଅମୃତାଙ୍କ କୋଠରୀକୁ ଯାଇଥିଲେ। ସେଠାରେ ସେ ତାଙ୍କୁ ଛୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ପରିବାର ସଦସ୍ୟ ତୁରନ୍ତ ଛୁରୀରେ ତାଙ୍କୁ ତଳକୁ ଓହ୍ଲାଇ ସ୍ଥାନୀୟ ଘରୋଇ ଡାକ୍ତରଖାନାକୁ ନେଇଥିଲେ, କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହା ପରେ ଅମୃତାଙ୍କୁ ସେମାନେ ଫ୍ଲାଟକୁ ଫେରାଇ ଆଣିଥିଲେ।

୨୦୨୨ରେ ଅମୃତା ଛତିଶଗଡର ବିଲାସପୁର ବାସିନ୍ଦା ଚନ୍ଦ୍ରମାଣୀ ଝାଙ୍ଗଡଙ୍କୁ ବିବାହ କରିଥିଲେ। ସେ ମୁମ୍ବାଇର ଜଣେ ଆନିମେସନ୍ ଇଞ୍ଜିନିୟର। ତେବେ ଅମୃତା ନିଜ କ୍ୟାରିୟର୍‌କୁ ନେଇ ବେଶ୍‌ ଚିନ୍ତିତ ଥିଲେ। ସେ ବେଶ୍‌ ଡିପ୍ରେସନ୍‌ରେ ଥିଲେ। ଏହି କାରଣାରୁ ସେ ଚିକିତ୍ସିତ ମଧ୍ୟ କରାଉଥିଲେ। ପୁଲିସ ଏକ ମାମଲା ରୁଜୁ କରି ସମସ୍ତ ଦିଗକୁ ଧ୍ୟାନରେ ରଖି ତଦନ୍ତ ଜାରି ରଖିଛି। ଅଭିନେତ୍ରୀ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି।  

ଭୋଜପୁରୀ ଫିଲ୍ମ ବ୍ୟତୀତ ଅଭିନେତ୍ରୀ ଅମୃତା ପାଣ୍ଡେ ଅନେକ ହିନ୍ଦୀ ଚଳଚ୍ଚିତ୍ର, ସିରିଏଲ, ୱେବ୍ ସିରିଜ୍ ଏବଂ ବିଜ୍ଞାପନରେ କାମ କରିଛନ୍ତି।

Actress Dead Bhojpuri Actress Amruta Pandey