Advertisment

କରୋନାର ଭୟାନକ ଯନ୍ତ୍ରଣା ବଖାଣିଲେ ଅଭିନେତ୍ରୀ

ମୁମ୍ବାଇ: ଦେଶେରେ ଏବେ ବଢ଼ି ଚାଲିଛି କରୋନା ମାମଲା। ଏହି ମହାମାରୀରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବହୁ ବଡ଼ ବଡ଼ ନେତା, ଖେଳାଳି, ଟିଭି ଓ ବଲିଉଡ ସେଲେବ୍ରିଟିମାନେ ଆକ୍ରାନ୍ତ ହୋଇସାରିଲେଣି। ନିକଟରେ ବଲିଉଡ ଅଭିନେତ୍ରୀ ଅମାୟରା ଦସ୍ତୁର ମଧ୍ୟ କରୋନା ପଜିଟିଭ ହୋଇଥିଲା। ଏହି ସସୟରେ ତାଙ୍କର ଅନୁଭବ କିଭଳି ଥିଲା ଓ କେତେ ଯନ୍ତ୍ରଣା ଦାୟକ ଥିଲା ତାହା ବଖାଣିଛନ୍ତି। ଟାଇମ୍ସ ଅଫ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାର୍‌ରେ ସେ କହିଛନ୍ତି, […]

ଅଦ୍ୟତନ ହୋଇଛି
କରୋନାର ଭୟାନକ ଯନ୍ତ୍ରଣା ବଖାଣିଲେ ଅଭିନେତ୍ରୀ

Amyra Dastur

Advertisment

ମୁମ୍ବାଇ: ଦେଶେରେ ଏବେ ବଢ଼ି ଚାଲିଛି କରୋନା ମାମଲା। ଏହି ମହାମାରୀରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବହୁ ବଡ଼ ବଡ଼ ନେତା, ଖେଳାଳି, ଟିଭି ଓ ବଲିଉଡ ସେଲେବ୍ରିଟିମାନେ ଆକ୍ରାନ୍ତ ହୋଇସାରିଲେଣି। ନିକଟରେ ବଲିଉଡ ଅଭିନେତ୍ରୀ ଅମାୟରା ଦସ୍ତୁର ମଧ୍ୟ କରୋନା ପଜିଟିଭ ହୋଇଥିଲା। ଏହି ସସୟରେ ତାଙ୍କର ଅନୁଭବ କିଭଳି ଥିଲା ଓ କେତେ ଯନ୍ତ୍ରଣା ଦାୟକ ଥିଲା ତାହା ବଖାଣିଛନ୍ତି।

Advertisment

ଟାଇମ୍ସ ଅଫ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାର୍‌ରେ ସେ କହିଛନ୍ତି, ନିକଟରେ ଏକ ନୂଆ ପ୍ରୋଜେକ୍ଟରେ କାମ କରୁଥିବା ବେଳେ ତାଙ୍କ ଷ୍ଟାଇଲିଷ୍ଟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାର କିଛି ଦିନ ପରେ ତାଙ୍କୁ ହାଲ୍‌କା ଜ୍ୱର ହୋଇଥିଲା ଏବଂ ପରେ ସେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ସେ ନିଜକୁ ଘରେ କ୍ୱାରେଣ୍ଟାଇନ୍‌ କରିଥିଲେ। ଏହାପରେ ସେ ପ୍ରଥମ ତିନି ଦିନ ପୁରାପୁରି ଅସୁସ୍ଥ ଥିଲେ। ଏପରିକି ସେ ଘୁଞ୍ଚି ମଧ୍ୟ ପାରୁନଥିଲେ। ତାଙ୍କର ଦେହ ହାତରେ ପ୍ରବଳ ଯନ୍ତ୍ରଣା ଅନୁଭବ ହେଉଥିଲା। ସେ ଭଲ ଭାବେ କଥା ମଧ୍ୟ କହି ପାରୁନଥିଲେ ବୋଲି କହିଛନ୍ତି।

ସୁଚନାଯୋଗ୍ୟ ଯେ, ଅଭିନେତ୍ରୀ ଅମାୟରାଙ୍କ ବାପା ଜଣେ ଫ୍ରଣ୍ଟ ଲାଇନ୍‌ ୱର୍କୀ। ତାଙ୍କ ବାପା ପୂର୍ବତନ ସର୍ଜନ। ଏବେ ସେ ମୁମ୍ବାଇର ଏକ ହସ୍ପିଟାଲର ନିର୍ଦ୍ଦେଶକ। ଗତ ବର୍ଷ ଅମାୟରା ତାଙ୍କ ସହ ମିଶିଷ ଶତାଧିକ ଲୋକଙ୍କ ସହାୟତା କରିଥିଲେ।

Advertisment
Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe