Advertisment

ଦୁଷ୍କର୍ମ ମାମଲାରେ ଫସିଲେ ରାଖୀଙ୍କ ସ୍ୱାମୀ ଆଦିଲ

ଇରାନ୍‌ର ଜଣେ ଛାତ୍ରୀ ଆଦିଲଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି।

Adil Khan and Rakhi Sawant

Adil Khan and Rakhi Sawant

Advertisment

ବଢ଼ୁଛି ବଲିଉଡର ଡ୍ରାମା କୁଇନ୍‌ ରାଖୀ ସାଓ୍ୱନ୍ତଙ୍କ ସ୍ୱାମୀ ଆଦିଲ ଖାନ୍‌ ଦୁରାନୀଙ୍କ ଅଡୁଆ। ତାଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ନୂଆ ଅଭିଯୋଗ ସାମ୍ନାକୁ ଆସୁଛି। ଶନିବରା ଆଦିଲଙ୍କ ବିରୋଧରେ ଏକ ନୂଆ ମାମଲା ରୁଜୁ ହୋଇଛି। ଦୁଷ୍କର୍ମ ମାମଲାରେ ଫସିଛନ୍ତି ରାଖୀଙ୍କ ସ୍ୱାମୀ। ଇରାନ୍‌ର ଜଣେ ଛାତ୍ରୀ ଆଦିଲଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି।

Advertisment

ମୈସୁରର ଭିଭି ପୁରମ ଥାନାରେ ଆଦିଲ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ଇରାନର ଜଣେ ଯୁବତୀ ଅଭିଯୋଗ କରିଛନ୍ତି। ଏଫ୍‌ଆଇଆର୍‌ରେ ଇରାନୀ ଯୁବତୀ ଜଣକ ଉଲ୍ଲେଖ କରିଛନ୍ତି ଯେ, ମୈସୁରରେ ଡକ୍ଟର ଅଫ ଫାର୍ମାସି ପଢ଼ିବା ପାଇଁ ସେ ଭାରତ ଆସିଥିଲେ। ଏହାପରେ ଡେଜର୍ଟ ଲ୍ୟାବ ଫୁଡ୍ ଅଡ୍ଡାରେ ସେ ଆଦିଲ ଖାନ୍‌ଙ୍କ ସହ ଭେଟିଥିଲେ। ଆଦିଲ ସେହି ଫୁଡ୍‌ ଆଉଟ୍‌ଲେଟ୍‌ର ମାଲିକ ଥିଲେ। ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ବଢ଼ିଥିଲା।

ଏହାପରେ ମୈସୁରରେ ଦୁହେଁ ଏକାଠି ରହୁଥିଲେ। ବିବାହ କରିବାର ବାହାନା କରି ଆଦିଲ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ। ପାଞ୍ଚ ମାସ ପୂ‌ର୍ବେ ସେ ତାଙ୍କୁ ବିବାହ କରିବାକୁ ବାଧ୍ୟ କରିଥିଲେ। ହେଲେ ତାଙ୍କ ପ୍ରସ୍ତାବକୁ ଆଦିଲ ପ୍ରତ୍ୟାଖ୍ୟାନ କରିଥିଲେ। କହିଥିଲେ, ଅନେକ ଝିଅଙ୍କ ସହ ତାଙ୍କର ଏହିଭଳି ସମ୍ପର୍କ ରହିଛି। ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ପଠାଇ ଏକଥା ବାହାରେ ପ୍ରଘଟ ନକରିବାକୁ ଆଦିଲ ତାଙ୍କୁ ଧମକ ଦେଇଥିଲେ। ଏହାପରେ ତାଙ୍କୁ ସେ ବ୍ଲାକମେଲ୍ କରିବା ଆରମ୍ଭ କରିଥି‌ଲେ ବୋଲି ଇରାନ ଯୁବତୀ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

Advertisment

ଆଦିଲଙ୍କ ବିରୋଧରେ ଏହା ହେଉଛି ଦ୍ୱିତୀୟ ଏଫ୍‌ଆଇଆର୍‌। ଏହାପୂର୍ବରୁ ରାଖୀ ଗଣମାଧ୍ୟମ ଆଗରେ କାନ୍ଦିବା ସହ ଆଦିଲଙ୍କ ବିରୋଧରେ ଘରୋଇ ହିଂସା ଓ ଠକେଇ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ପରେ ଆଦିଲଙ୍କୁ ଓସିୱାରା ଥାନାକୁ ପଚରାଉଚରା ପାଇଁ ଡକାଯାଇଥିଲା। ସେଠାରେ ତାଙ୍କୁ ଗିରଫ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦିଆଯାଇଛି।

Rakhi Sawant Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe