Advertisment

ପ୍ରତ୍ୟେକ ଫିଲ୍ମ ଇଣ୍ଡଷ୍ଟ୍ରିରେ 'ହେମା କମିଟି' ଗଠନ ହେବା ଦରକାର: ଅନନ୍ୟା ପାଣ୍ଡେ

ଏକ ଜାତୀୟ ଗଣମାଧ୍ୟମ ସହ ସାକ୍ଷାତକାର ସମୟରେ 'ହେମା କମିଟି' ଉପରେ ଗୁରୁତ୍ୱାରୋପ କରିଛନ୍ତି ଅନନ୍ୟା ପାଣ୍ଡେ।

author-image
Debibandita Barick
Ananya Panday

Ananya Panday

ଫିଲ୍ମ ଇଣ୍ଡଷ୍ଟ୍ରିରେ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ଅନନ୍ୟା ପାଣ୍ଡେ। ଏକ ଜାତୀୟ ଗଣମାଧ୍ୟମ ସହ ସାକ୍ଷାତକାର ସମୟରେ ସେ 'ହେମା କମିଟି' ଉପରେ ଗୁରୁତ୍ୱାରୋପ କରିଛନ୍ତି। 

Advertisment

ସେ କହିଛନ୍ତି, "ପ୍ରତ୍ୟେକ ଫିଲ୍ମ ଇଣ୍ଡଷ୍ଟ୍ରିରେ 'ହେମା କମିଟି' ପରି କମିଟି ଗଠନ ହେବା ଆବଶ୍ୟକ, ଯାହା ଫଳରେ ମହିଳାମାନେ ନିଜ ସମସ୍ୟା ବାବଦରେ କହିପାରିବେ। ମୋତେ ଲାଗୁଛି କି, ନିଶ୍ଚିତ ରୂପେ 'ହେମା କମିଟି' ଗଠନ ହେବା ଦ୍ୱାରା କିଛି ପରିବର୍ତ୍ତନ ହୋଇଛି। ଅନ୍ତତଃପକ୍ଷେ ମହିଳାମାନେ ଫିଲ୍ମ ଇଣ୍ଡଷ୍ଟିରେ ସାମ୍ନା କରୁଥିବା ସମସ୍ୟା ବାଦରେ ସର୍ବସମ୍ମୁଖରେ ମୁହଁ ଖୋଲି କହି ପାରୁଛନ୍ତି।"

ତଥାପି, ଆଗକୁ ଆହୁରି ଲମ୍ବା ରାସ୍ତା ଯିବାର ଅଛି। ଏବେ ବି ବଡ଼ ଯୁଦ୍ଧ ଲଢିବାକୁ ବାକି ଅଛି ବୋଲି ଅନନ୍ୟା ପାଣ୍ଡେ କହିଛନ୍ତି। 

Advertisment

ସେ ଆହୁରି କହିଛନ୍ତି ଯେ, ସେଟରେ ମହିଳାମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ କେତେକ ପ୍ରଡକ୍ସନ୍ ହାଉସ୍ ଏବଂ ଚଳଚ୍ଚିତ୍ର ନିର୍ମାତା ସେମାନଙ୍କର ପ୍ରକ୍ରିୟା ଏବଂ ନୀତିରେ ପରିବର୍ତ୍ତନ ଆଣିବା ଆରମ୍ଭ କରିଛନ୍ତି। 

"ବର୍ତ୍ତମାନ ସମୟରେ ଆମ କଣ୍ଟ୍ରାକ୍ଟ (ଚୁକ୍ତି)ରେ କିଛି ହେଲ୍ପଲାଇନ ନମ୍ବର ଦିଆଯାଉଛି। ଏହା ମାଧ୍ୟମରେ କଲ୍ କରି ଅଭିଯୋଗ କରିବାର ସୁବିଧା ରହିଛି। ଏପରିକି ନାମ ଗୋପନ ରଖି ମଧ୍ୟ ଅଭିଯୋଗ କରିପାରିବେ। ଏହା ମହିଳାମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରେ ଏବଂ ଏହା ନିହାତି ଜରୁରୀ ବୋଲି ବି ମୁଁ ଭାବୁଛି।"

ପ୍ରକାଶ ଥାଉକି କେରଳର ମାଲୟାଲାମ୍ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅନେକ ଅଭିନେତ୍ରୀ କାମ ଯୋଗାଇବା ବଦଳରେ ସେମାନଙ୍କୁ 'କମ୍ପ୍ରମାଇଜ୍' କରିବାକୁ କୁହାଯାଉଥିବା ଅଭିଯୋଗ କରିଥିଲେ। ଏହା ପରେ, 2019ରେ ସରକାର ପୁରୁଣା ମାମଲା ଏବଂ ମହିଳା ସୁରକ୍ଷା ସମ୍ବନ୍ଧୀୟ ସମସ୍ତ ବିଷୟ ଉପରେ ଆଲୋଚନା କରି ଜଷ୍ଟିସ୍ 'ହେମା କମିଟି' ଗଠନ କରିଥିଲେ। ଏହି କମିଟି ମାଲୟାଲାମ ଚଳଚ୍ଚିତ୍ର ଜଗତରେ କାମ କରୁଥିବା ମହିଳାମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡିକ ଉପରେ ଯାଞ୍ଚ ପାଇଁ ଉଦ୍ଦିଷ୍ଟ ହୋଇଥିଲା।

କମିଟି ଯାଞ୍ଚ କରିବା ପରେ ରିପୋର୍ଟ ପ୍ରକାଶ କରିଥିଲା, ଯେଉଁଥିରେ ଅଭିନେତ୍ରୀମାନଙ୍କୁ ଯୌନ ଶୋଷଣ ଏବଂ ନିର୍ଯାତନାର ଖୁଲାସା ହୋଇଥିଲା। ଏପରିକି କମିଟି ରିପୋର୍ଟ ପ୍ରକାଶ କରିବା ପରେ ଅନେକ ଅଭିନେତ୍ରୀ ମଧ୍ୟ ଅଭିନେତା ଏବଂ ସହକଳାକାରଙ୍କ ବିରୁଦ୍ଧରେ ଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। 

ପୂର୍ବରୁ ମଧ୍ୟ ତେଲୁଗୁ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ହେମା କମିଟି ଗଠନ ଉପରେ ଗୁରୁତ୍ୱାରୋପ କରିଥିଲେ। ତେଲୁଗୁ ଇଣ୍ଡଷ୍ଟ୍ରିରେ ମଧ୍ୟ ସରକାର ହେମା କମିଟି ଗଠନ କରନ୍ତୁ ବୋଲି ସେ ଅନୁରୋଧ କରିଥିଲେ। 

Hema Committee Ananya Panday