Advertisment

ଆଦିତ୍ୟ-ଅନନ୍ୟାଙ୍କ ହେଲା ବ୍ରେକ୍‌ଅପ୍‌!

ଅନନ୍ୟାଙ୍କ ଏହି ପୋଷ୍ଟ ସାମ୍ନାକୁ ଆସିବା ପରେ ସୋଶାଲ ମିଡିଆରେ ହଇଚଇ ସୃଷ୍ଟି ହୋଇଯାଇଛି।

Aditya and Ananya

Aditya and Ananya

Advertisment

ବି-ଟାଉନରେ ହେଲା ଆଉ ଏକ ବ୍ରେକ୍‌ଅପ୍‌। ଭାଙ୍ଗିଲା ଆଉ ଏକ ଷ୍ଟାର୍‌ ଯୋଡି। ପରସ୍ପର ଠାରୁ ଅଲଗା ହେଲେ ବଲିଉଡର ମୋଷ୍ଟ ହ୍ୟାଣ୍ଡସମ ଅଭିନେତା ଆଦିତ୍ୟ ରୟ କପୁର ଓ ଷ୍ଟାର୍ କିଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେ। ଏକଥା ଆମେ କହୁନୁ। ସୋଶାଲ ମିଡିଆରେ ଏଭଳି ଚର୍ଚ୍ଚା ଜୋର୍‌ ଧରିଛି।

Advertisment

ଫିଲ୍ମ ଦୁନିଆରେ ନିଜ ଆକ୍ଟିଂକୁ ନେଇ ଫ୍ଲପ୍‌ ଥିଲେ ମଧ୍ୟ ନିଜ ଲଭ୍‌ ଲାଇଫକୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି ଅନନ୍ୟା ପାଣ୍ଡେ। ଆଦିତ୍ୟ ରୟ କପୁର ଓ ଅନନ୍ୟା ପରସ୍ପରକୁ ଡେଟ୍‌ କରୁଥିବା ଖବର, କାହାକୁ ଆଉ ଅଛପା ହୋଇ ନାହିଁ। ଉଭୟଙ୍କୁ ପ୍ରାୟତଃ ଏକାଠି ଦେଖିବାକୁ ମିଳେ। ସେ ଉଭେଣ୍ଟ ହେଉ ଅବା ନଅ୍ୟ କୌଣସି ଲେଟ୍‌ ନାଇଟ୍‌ ପାର୍ଟି। ସବୁ ସ୍ଥାନକୁ ଦୁହେଁ ଏକାଠି ଯାଆନ୍ତି। କିନ୍ତୁ ନିକଟରେ ଅନନ୍ୟା ନିଜ ଇନ୍‌ଷ୍ଟାଗ୍ରାମରେ ଏଭଳି କିଛି ପୋଷ୍ଟ କରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆଦିତ୍ୟଙ୍କ ସହ ତାଙ୍କର ବ୍ରେକ୍‌ଅପ୍‌ ହୋଇଯାଇଥିବା ନେଇ ତାଙ୍କ ଇନ୍‌ଷ୍ଟା ପୋଷ୍ଟକୁ ଦେଖିବା ପରେ ଲୋକେ ସନ୍ଦେହ କରୁଛନ୍ତି।

ପ୍ରକୃତରେ ଅନନ୍ୟା ପାଣ୍ଡେ ନିଜ ଇନ୍‌ଷ୍ଟା ପୋଷ୍ଟରେ ଏକ ହାତ ଲେଖା ଚିଠି ସେୟାର କରିଛନ୍ତି। ଏଥିରେ ଲେଖା ଅଛି, 'ଯଦି ସେ ଆପଣଙ୍କର ହୋଇଥିବ, ତେବେ ନିଶ୍ଚିତ ରୂପେ ଆପଣଙ୍କ ପାଖକୁ ଫେରିବ। ଏକ ଉଚିତ ଶିକ୍ଷା ଦେବା ପାଇଁ ସେ ଆପଣଙ୍କୁ ଛାଡିଲା। ଯଦି ସେ ପ୍ରକୃତରେ ଆପଣଙ୍କ ପାଇଁ ତିଆରି ହୋଇଥିବ ତେବେ ଆପେ ଆପେ ସେ ଆପଣଙ୍କ ପାଖକୁ ଫେରିବ। ଆପଣ ଯେତେ ଠେଲିଲେ କି ମନା କଲେ ମଧ୍ୟ ସେ ଆପଣଙ୍କ ପାଖକୁ ଆସିବ। ଏହା କେବେ ବି ଆପଣଙ୍କ ଆତ୍ମା ସହ ଯୋଡି ହୋଇ ନଥିଲା।'

Advertisment
Ananya Pandeyଅନନ୍ୟା ପାଣ୍ଡେ

ଅନନ୍ୟାଙ୍କ ଏହି ପୋଷ୍ଟ ସାମ୍ନାକୁ ଆସିବା ପରେ ସୋଶାଲ ମିଡିଆରେ ହଇଚଇ ସୃଷ୍ଟି ହୋଇଯାଇଛି। ଆଦିତ୍ୟ ଓ ଅନନ୍ୟାଙ୍କ ବ୍ରେକଅପ୍‌ ହୋଇଥିବା ନେଇ ସୋଶାଲ ମିଡିଆ ୟୁଜର୍ସ ଚର୍ଚ୍ଚା କରୁଛନ୍ତି। ତେବେ ପ୍ରକୃତ ସତ କ'ଣ ତାହା ଏହି ଦୁଇ ବି-ଟାଉନ୍‌ ଷ୍ଟାର୍‌ ହିଁ କହିପାରିବେ।

୨୦୨୯ରେ ରିଲିଜ ହୋଇଥିବା ଫିଲ୍ମ 'ଷ୍ଟୁଡେଣ୍ଟ ଅଫ୍ ଦି ଇୟର-୨'ରୁ ଡେବ୍ୟୁ କରିଥିଲେ ଅନନ୍ୟା ପାଣ୍ଡେ। ଏହାପରେ ସେ 'ପତି, ପତ୍ନୀ ଔର ବୋ', ଲାଇଗର ଓ ଡ୍ରିମ ଗାର୍ଲ-୨ରେ ନଜର ଆସିଥିଲେ। ଅନନ୍ୟାଙ୍କୁ ଶେଷ ଥର ପାଇଁ ଫିଲ୍ମ 'ଖୋ ଗଏ ହମ କାହାଁ'ରେ ଦେଖିବାକୁ ମିଳିଥିଲା।

Breakup Bollywood Ananya Panday And Aditya Roy Kapur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe