Advertisment

ୟାମିଙ୍କ ପରେ ସିକ୍ରେଟ୍ ବିବାହ କଲେ ଆଉ ଜଣେ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ୟାମି ଗୌତମଙ୍କ ପରେ ଏବେ ପୁଣି ଆଉ ଜଣେ ଅଭିନେତ୍ରୀ ଲକ୍‌ଡାଉନରେ ଲକ୍ ହୋଇଛନ୍ତି। ଗୁପ୍ତ ଭାବେ ହାତକୁ ଦି ହାତ ହୋଇଛନ୍ତି ଅଭିନେତ୍ରୀ ଅଙ୍ଗିରା ଧର। ଲକଡାଉନ୍ ଭିତରେ ଅଙ୍ଗିରାଙ୍କ ପାଇଁ ଖୁସିର ଅନ୍‌ଲକ୍ ହୋଇଛି। ସେ ନିର୍ଦ୍ଦେଶକ ଆନନ୍ଦ ତିୱାରୀଙ୍କ ସହ ସିକ୍ରେଟ ବିବାହ କରିଛନ୍ତି। ତାଙ୍କର ଏହି ସିକ୍ରେଟ୍ ଏବେ ପ୍ରଶଂସକଙ୍କୁ ସରପ୍ରାଇଜ ଦେଇଛି। ଅଙ୍ଗିରା ତାଙ୍କ ବିବାହର ଦୁଇଟି ଫଟୋକୁ ନିଜ ଇନ୍‌ଷ୍ଟାଗ୍ରାମରେ ସେଆର କରିଛନ୍ତି। ନିର୍ଦ୍ଦେଶକ […]

ଅଦ୍ୟତନ ହୋଇଛି
ୟାମିଙ୍କ ପରେ ସିକ୍ରେଟ୍ ବିବାହ କଲେ ଆଉ ଜଣେ ଅଭିନେତ୍ରୀ

Angira Dhar Wedding

Advertisment

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ୟାମି ଗୌତମଙ୍କ ପରେ ଏବେ ପୁଣି ଆଉ ଜଣେ ଅଭିନେତ୍ରୀ ଲକ୍‌ଡାଉନରେ ଲକ୍ ହୋଇଛନ୍ତି। ଗୁପ୍ତ ଭାବେ ହାତକୁ ଦି ହାତ ହୋଇଛନ୍ତି ଅଭିନେତ୍ରୀ ଅଙ୍ଗିରା ଧର।

Advertisment

ଲକଡାଉନ୍ ଭିତରେ ଅଙ୍ଗିରାଙ୍କ ପାଇଁ ଖୁସିର ଅନ୍‌ଲକ୍ ହୋଇଛି। ସେ ନିର୍ଦ୍ଦେଶକ ଆନନ୍ଦ ତିୱାରୀଙ୍କ ସହ ସିକ୍ରେଟ ବିବାହ କରିଛନ୍ତି। ତାଙ୍କର ଏହି ସିକ୍ରେଟ୍ ଏବେ ପ୍ରଶଂସକଙ୍କୁ ସରପ୍ରାଇଜ ଦେଇଛି। ଅଙ୍ଗିରା ତାଙ୍କ ବିବାହର ଦୁଇଟି ଫଟୋକୁ ନିଜ ଇନ୍‌ଷ୍ଟାଗ୍ରାମରେ ସେଆର କରିଛନ୍ତି।

ନିର୍ଦ୍ଦେଶକ ଆନନ୍ଦ ତିୱାରୀଙ୍କ ସହ ତାଙ୍କ ବିବାହ ଫଟୋ ସେୟାର କରି ଅଙ୍ଗିରା କହିଛନ୍ତି ଯେ ଦୁହେଁ ୩୦ ଏପ୍ରିଲରେ ବିବାହ କରିଥିଲେ। ଅଙ୍ଗିରା ଧର ଏବଂ ଆନନ୍ଦ ତିୱାରୀଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

Advertisment

ଅଙ୍ଗିରା ସୋସିଆଲ ମିଡିଆରେ ଦୁଇଟି ଫଟୋ ସେୟାର କରିଛନ୍ତି। ପ୍ରଥମ ଫଟୋ ସେୟାର କରି ଅଙ୍ଗିରା କ୍ୟାପସନରେ ଲେଖିଛନ୍ତି, ‘ମେ ୩୦ ରେ ଆନନ୍ଦ ଏବଂ ମୁଁ ଆମର ବନ୍ଧୁତାକୁ ପରିବାର ସଦସ୍ୟ ଏବଂ ବିଶେଷ ବନ୍ଧୁମାନଙ୍କ ଉପସ୍ଥିତିରେ ବିବାହରେ ପରିଣତ କରିଥିଲୁ। ଜୀବନ ଆମ ଚାରିପାଖରେ ଧୀରେ ଧୀରେ ଅନଲକ୍ ହେଉଛି, ତେଣୁ ଆମେ ମଧ୍ୟ ଆମର ଖୁସିକୁ ଆପଣଙ୍କ ସହିତ ଅନଲକ୍ କରୁଛୁ।‘

ଦ୍ୱିତୀୟ ଫଟୋ ସେୟାର୍ କରି ଅଙ୍ଗିରା କ୍ୟାପସନରେ ଏକ ହାର୍ଟ ଇମୋଜି କରିଛନ୍ତି। ଫ୍ୟାନ୍ସମାନେ ଅଙ୍ଗିରା ଏବଂ ଆନନ୍ଦଙ୍କ ଉଭୟ ଫଟୋକୁ ବହୁତ ପସନ୍ଦ କରୁଛନ୍ତି। ମଥାରେ ସିନ୍ଥି ଆଉ ଲାଲ ଶାଢ଼ୀରେ ଅଙ୍ଗିରା ଧର ଏବଂ ଶେରୱାନୀରେ ଆନନ୍ଦ ତିୱାରୀ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି।

ରିପୋର୍ଟ ମୁତାବକ ଅଙ୍ଗିରା ଏବଂ ଆନନ୍ଦ ଗତ ଦୁଇ ବର୍ଷ ହେବ ପରସ୍ପରକୁ ଡେଟ୍ କରୁଥିଲେ। ଦୁହେଁ ଭଲ ବନ୍ଧୁ ମଧ୍ୟ ଥିଲେ। ହେଲେ ଏବେ ଏହି ବନ୍ଧୁତା ଉପରେ ବିବାହର ମୋହର ଲଗାଇଛନ୍ତି ଅଙ୍ଗିରା ଓ ଅନନ୍ଦ। ବିବାହ ଖରବ ସାମ୍ନାକୁ ଆସିବା ପରେ ଉଭୟଙ୍କୁ ବଲିଉଡ ସମେତ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି।

Entertainment Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe