Advertisment

ଆଜି ବଧୂ ସାଜିବେ ମିଷ୍ଟର ଝାକାସ୍‌ଙ୍କ ଝିଅ

ମୁମ୍ବାଇ: ଝଲସୁଛି ବଲିଉଡର ମିଷ୍ଟର ଝାକାସ୍‌ଙ୍କ ଘର। ନବବଧୂ ଭଳି ସଜେଇ ହୋଇଛି ମିଷ୍ଟର ଇଣ୍ଡିଆ ଅନିଲ କପୁରଙ୍କ ବଙ୍ଗଳା। ବାଜିବ ସାହାନାଇ, ହେବ ବାହାଘର। ହାତକୁ ଦି ହାତ ହେବେ ଅନିଲଙ୍କ ସାନ ଝିଅ ରିଆ। ଅନିଲ କପୁରଙ୍କ ସାନ ଝିଅ ରିଆ କପୁର। ସେ ଆଜି ତାଙ୍କ ଦୀର୍ଘ ଦିନର ବୟଫ୍ରେଣ୍ଡ କରଣ ବଲାନୀଙ୍କୁ ବିବାହ କରିବେ। ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଘର ସାଙ୍ଗକୁ ସଜେଇ ହୋଇଛି ମଣ୍ଡପ। ଅତିଥିଙ୍କ ଆଗମନ ମଧ୍ୟ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଆଜି ବଧୂ ସାଜିବେ ମିଷ୍ଟର ଝାକାସ୍‌ଙ୍କ ଝିଅ

Anil Kapoor, Rhea Kapooe, Sonam Kapoor

ମୁମ୍ବାଇ: ଝଲସୁଛି ବଲିଉଡର ମିଷ୍ଟର ଝାକାସ୍‌ଙ୍କ ଘର। ନବବଧୂ ଭଳି ସଜେଇ ହୋଇଛି ମିଷ୍ଟର ଇଣ୍ଡିଆ ଅନିଲ କପୁରଙ୍କ ବଙ୍ଗଳା। ବାଜିବ ସାହାନାଇ, ହେବ ବାହାଘର। ହାତକୁ ଦି ହାତ ହେବେ ଅନିଲଙ୍କ ସାନ ଝିଅ ରିଆ।

Advertisment

ଅନିଲ କପୁରଙ୍କ ସାନ ଝିଅ ରିଆ କପୁର। ସେ ଆଜି ତାଙ୍କ ଦୀର୍ଘ ଦିନର ବୟଫ୍ରେଣ୍ଡ କରଣ ବଲାନୀଙ୍କୁ ବିବାହ କରିବେ। ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଘର ସାଙ୍ଗକୁ ସଜେଇ ହୋଇଛି ମଣ୍ଡପ। ଅତିଥିଙ୍କ ଆଗମନ ମଧ୍ୟ ଆରମ୍ଭ ହେଲାଣି। ଏବେ ଅପେକ୍ଷା କେବଳ ବରଯାତ୍ରୀଙ୍କୁ।

[caption id="attachment_666907" align="aligncenter" width="650"]Rhea kapoor ବୟଫ୍ରେଣ୍ଡ କରଣ ବଲାନୀଙ୍କୁ ବିବାହ କରିବେ ରିଆ[/caption]

Advertisment

ଦୀର୍ଘ ଦିନ ହେବ ସୋନମ କପୁରଙ୍କ ସାନ ଭଉଣୀ ରିଆ ଏବଂ କରଣ ପରସ୍ପରକୁ ଡେଟ୍‌ କରୁଥିଲେ। ଫିଲ୍ମ 'ଆୟସା'ର ସେଟ୍‌ରୁ ଦୁହିଁଙ୍କ ଲଭ୍‌ ଷ୍ଟୋରୀ ଆରମ୍ଭ ହୋଇଥିଲା। ରିଆ ଇନ୍‌ଷ୍ଟା ପୋଷ୍ଟରେ ତାଙ୍କ ପ୍ରଥମ ପ୍ରେମ କରଣ ବୋଲି କହିଥିଲେ। ୨୦୧୮ରେ ଦୁହେଁ ନିଜ ସମ୍ପର୍କ ବିଷୟରେ ଖୁଲାସା କରିଥିଲେ। ହେଲେ ଆଜି ତାଙ୍କ ସମ୍ପର୍କକୁ ଆଫିସିଆଲି ଭାବେ ମୋହର ବାଜିବ। ପରସ୍ପରକୁ ସାତ ଜନମର ସାଥୀ କରିବେ। ଅନିଲ କପୁରଙ୍କ ଜୁହୁ ସ୍ଥିତ ଘର ଏବଂ ବିବାହ ପ୍ରସ୍ତୁତିର କିଛି ଫଟୋ ସାମ୍ନାକୁ ଆସିଛି, ଯାହା ଭାଇରାଲ ହେଉଛି।

ସୂତ୍ର ଅନୁସାରେ ରିଆ ଏବଂ କରଣଙ୍କ ବିବାହର ଫଙ୍କସନ୍‌ ଦୁଇରୁ ତିନି ଦିନ ଧରି ଚାଲିବ। ତେବେ କପୁର ପରିବାର ପକ୍ଷରୁ କିନ୍ତୁ ଏନେଇ କିଛି ସୂଚନା ମିଳି ନାହିଁ। ସେପଟେ ଏହି ବିବାହ ସମାରୋହ ବେଶ ସିକ୍ରେଟ ରୂପେ ହେବ। ଏଥିରେ କେବଳ ପରିବାର ସଦସ୍ୟ ଏବଂ ବର କନିଆଁଙ୍କ ନିକଟ ବନ୍ଧୁମାନେ ହିଁ ସାମିଲ ହେବେ।

[caption id="attachment_666909" align="aligncenter" width="650"]Rhea Kapoor ଦୀର୍ଘ ଦିନ ହେବ ସୋନମ କପୁରଙ୍କ ସାନ ଭଉଣୀ ରିଆ ଏବଂ କରଣ ପରସ୍ପରକୁ ଡେଟ୍‌ କରୁଥିଲେ।[/caption]

୨୦୧୦ରେ ସେ ବଲିଉଡରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ନିର୍ଦ୍ଦେଶକ ରାଜଶ୍ରୀ ଓଝାଙ୍କ ଫିଲ୍ମ 'ଆୟଶା'କୁ ରିଆ ପ୍ରଡ୍ୟୁସ କରିଥିଲେ। ପ୍ରଡ୍ୟୁସର ଭାବେ ଏହା ତାଙ୍କର ଥିଲା ପ୍ରଥମ ଫିଲ୍ମ। ଏହି ଫିଲ୍ମରେ ରିଆଙ୍କ ଭାବି ସ୍ୱାମୀ କରଣ ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ କାମ କରିଥିଲେ। ଏହାପରେ ୨୦୧୪ରେ ଫିଲ୍ମ 'ଖୁବସୁରତ' ଓ ୨୦୧୮ରେ ଫିଲ୍ମ 'ବୀରେ ଦି ୱେଡିଂ'କୁ ପ୍ରଡ୍ୟୁସ କରିଥିଲେ ରିଆ।

ସର୍ବଦା ସୋଶାଲ ମିଡଆରେ ଆକ୍ଟିଭ ରହୁଥିବା ରିଆ କପୁର ଲାଇମଲାଇଟ୍‌ ଠାରୁ ଦୂରରେ ରୁହନ୍ତି। ଭଉଣୀ ସୋନମ କପୁରଙ୍କ ଭଳି ରିଆ ବେଶ୍‌ ଷ୍ଟାଇଲିସ ଏବଂ ଫ୍ୟାଶନେବୁଲ। ରିଆ ନ୍ୟୁୟର୍କ ୟୁନିର୍ଭସିଟିରୁ ଡ୍ରାମାଟିକ୍‌ ଲିଟରେଚରେ ପାଠ ପଢ଼ିଛନ୍ତି।

Bollywood Anil Kapoor