Advertisment

ବକ୍ସ ଅଫିସରେ 500 କୋଟି ନିକଟତର 'ଆନିମଲ'

'ଆନିମଲ'ର କାହାଣୀକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଆସୁଥିଲେ ବି ବକ୍ସ ଅଫିସ୍ ଇନକମ୍ ଶୀର୍ଷରେ ରହିଛି। ଚଳିତ ବର୍ଷର ବହୁ ବଡ ବଜେଟ୍ ସିନେମାକୁ ବି ପଛରେ ପକାଇ ଦେଇଛି।

author-image
Debibandita Barick
  Ranbir Kapoor & Boby Deol

Ranbir Kapoor & Boby Deol

ବକ୍ସ ଅଫିସରେ ଧୁମ୍ ମଚାଉଛି ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ 'ଆନିମଲ'। ଫିଲ୍ମ ତିନି ଦିନରେ 200 କୋଟିରେ ପହଞ୍ଚିଥିବା ବେଳେ ଏବେ 500 କୋଟି ନିକଟତର ହେବାକୁ ଯାଉଛି।

Advertisment

'ଆନିମଲ'ର କାହାଣୀକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଆସୁଥିଲେ ବି ବକ୍ସ ଅଫିସ୍ ଇନକମ୍ ଶୀର୍ଷରେ ରହିଛି। ଚଳିତ ବର୍ଷର ବହୁ ବଡ ବଜେଟ୍ ସିନେମାକୁ ବି ପଛରେ ପକାଇ ଦେଇଛି। ଫିଲ୍ମ ରିଲିଜର ମାତ୍ର 10 ଦିନରେ 400 କୋଟି କ୍ଲବରେ ପ୍ରବେଶ କରି ଥିବାବେଳେ ଏବେ 500 କୋଟି ନିକଟତର ହେଉଛି ଆନିମଲ।

ରିପୋର୍ଟ ଅନୁସାରେ, ଫିଲ୍ମ ରିଲିଜ ହେବାର 14 ଦିନରେ କେବଳ ଘରୋଇ ବକ୍ସ ଅଫିସରେ 8.75 କୋଟି ଟଙ୍କା ରୋଜଗାର କରିଥିଲା 'ଆନିମଲ'। ସେହିପରି ସମସ୍ତ ଭାଷାରେ 13 ଦିନରେ 10 କୋଟି ଟଙ୍କା ଇନକମ୍ କରିସାରିଥିଲା। ସିନେମାକୁ ଯେଉଁପରି ଭାବେ ରେସପନ୍ସ ମିଳୁଛି ଆଗାମୀ କିଛି ଦିନ ମଧ୍ୟରେ 500 କୋଟି କ୍ଲବରେ ପହଞ୍ଚିଯିବ ବୋଲି ଆଶା କରାଯାଉଛି। ବର୍ତ୍ତମାନ 'ଆନିମଲ'ର କଲେକ୍ସନ 476.84 କୋଟି ଟଙ୍କା ହୋଇଛି।

Advertisment

ବାପାଙ୍କ ଉପରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ଉପରେ ଆନିମଲର କାହାଣୀ ପର୍ଯ୍ୟବେଶିତ। ଏହା ଏକ ପାରିବାରିକ କାହାଣୀ ବୋଲି ଷ୍ଟାର୍ କାଷ୍ଟମାନେ କହିଛନ୍ତି। 'ଆନିମଲ'ର ମୁଖ୍ୟ ଭୂମିକାରେ ରଣବୀର କପୁର ଏବଂ ରଶ୍ମିକା ମନ୍ଦନା ରହିଛନ୍ତି। ରଣବୀରଙ୍କ ବାପା ଭୂମିକା ନିଭାଇଛନ୍ତି ଅନିଲ କପୁର। ଏମାନଙ୍କ ବ୍ୟତୀତ ବବି ଦେଓଲ, ତ୍ରୁପ୍ତି ଡିମ୍ରି ଏବଂ ଶକ୍ତି କପୁର ମଧ୍ୟ ଅଭିନୟ କରିଛନ୍ତି।

Rashmika Mandana Animal Box Office Collection Animal Ranbir Kapoor