Advertisment

ବକ୍ସ ଅଫିସରେ ଧୁମ୍ ମଚାଉଛି 'ଆନିମଲ', ୩ ଦିନରେ ଆୟ କଲାଣି ୨୦୦ କୋଟି ଟଙ୍କା

ଫିଲ୍ମ ରିଲିଜ୍ ହେବାର ପ୍ରଥମ ଦୁଇ ଦିନରେ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ନିର୍ଦ୍ଦେଶିତ ଏହି ସିନେମା ଘରୋଇ ବକ୍ସ ଅଫିସରେ 131.07 କୋଟି ସଂଗ୍ରହ କରିଥିଲା।

ଅଦ୍ୟତନ ହୋଇଛି
Ranbir Kapoor & Anil kapoor

Ranbir Kapoor & Anil kapoor

Advertisment

ବକ୍ସ ଅଫିସରେ ଧୁମ୍ ମଚାଉଛି ରଣବୀର-ରଶ୍ମିକାଙ୍କ 'ଆନିମଲ'। ଫିଲ୍ମ ରିଲିଜ୍ ହେବାର ମାତ୍ର ୩ ଦିନ ମଧ୍ୟରେ ୨୦୦କୋଟି କ୍ଲବରେ ପହଞ୍ଚିଛି ସିନେମା। ରିପୋର୍ଟ ଅନୁସାରେ, ତୃତୀୟ ଦିନର ଇନକମ୍ ସହ 'ଆନିମଲ' ୨୦୩.୫୭ କୋଟି ଟଙ୍କା ଆୟ କରିସାରିଛି।

Advertisment

ଫିଲ୍ମ ରିଲିଜ୍ ହେବାର ପ୍ରଥମ ଦୁଇ ଦିନରେ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ନିର୍ଦ୍ଦେଶିତ ଏହି ସିନେମା ଘରୋଇ ବକ୍ସ ଅଫିସରେ ୧୩୧.୦୭ କୋଟି ସଂଗ୍ରହ କରିଥିଲା।  Sacnilk ରିପୋର୍ଟ ଅନୁଯାୟୀ, ଆନିମଲ ତୃତୀୟ ଦିନରେ ୭୨.୫୦ କୋଟି ଟଙ୍କା ଇନକମ୍ ସହ ୨୦୩.୫୭ କୋଟି ଟଙ୍କା ଆୟ କରିଛି, ଯେଉଁଥିରୁ ହିନ୍ଦୀ ସଂସ୍କରଣ 64.80 କୋଟି ଆୟ କରିଥିବା ବେଳେ ଦକ୍ଷିଣ ଭାରତୀୟ ଭାଷାରେ ୭.୭୦ କୋଟି ଟଙ୍କା ଆୟ କରିଛି।

" title="YouTube video player" width="560">

ରଣବୀର କପୁର ଏବଂ ରଶ୍ମିକା ମନ୍ଦାନାଙ୍କ ଚମତ୍କାର ଅଭିନୟ ବ୍ୟତୀତ ବବି ଦେଓଲ, ଅନିଲ କପୁର, ତ୍ରୁପ୍ତି ଡିମ୍ରି ଏବଂ ଶକ୍ତି କପୁରଙ୍କ ଅଭିନୟକୁ ଖୁବ୍ ପ୍ରଶଂସା କରିଛନ୍ତି ଦର୍ଶକ। ସିନେମାନେ ପ୍ରତିଟି ଚରିତ୍ର ଓ ଡାଏଲଗର ସ୍ୱତନ୍ତ୍ରତା ରହିଛି, ଯାହାକୁ ଫ୍ୟାନ୍ସଙ୍କ ଖୁବ୍ ଭଲ ରେସ୍ପନ୍ସ ମିଳିଛି।

Advertisment

'ଆନିମଲ'ର ଦ୍ୱିତୀୟ ଦିନର ଇନକମ୍ ବାବଦରେ ଶେଆର୍ କରି ବଲିଉଡର ବାଣିଜ୍ୟ ବିଶ୍ଳେଷକ ତାରନ୍ ଆଦର୍ଶ ଏକ୍ସରେ ଏକ ପୋଷ୍ଟ ଶେଆର୍ କରି କହିଛନ୍ତି, ଏହି ଚଳଚ୍ଚିତ୍ର ଶନିବାର ୬୭.୨୭ କୋଟି ଟଙ୍କା, ହିନ୍ଦୀ ସଂସ୍କରଣ ୫୮.୩୭ କୋଟି ଟଙ୍କା ଏବଂ ଦକ୍ଷିଣ ଭାରତୀୟ ଭାଷାରେ ପ୍ରସ୍ତୁତ ହୋଇଥିବା ସଂସ୍କରଣ ଦ୍ୱିତୀୟ ଦିନରେ ଟିକେଟ୍ କାଉଣ୍ଟରରେ ୮.୯୦ କୋଟି ଟଙ୍କା ଆୟ କରିଛି।

Rashmika Mandana Animal Box Office Collection Animal Ranbir Kapoor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe