୬ ବର୍ଷ ପୂର୍ବରୁ ବିବାହ କରିଥିଲେ ନୟନତାରା-ବିଗ୍ନେଶ?

ହାଇଦ୍ରାବାଦ: ସାଉଥ ଇଣ୍ଡଷ୍ଟ୍ରିର ଷ୍ଟାର ଯୋଡି ନୟନତାରା ଓ ବିଗ୍ନେଶ ଶିବନ। ଦୁହେଁ ବିବାହର ୪ ମାସ ପରେ ଦୁଇ ଯାଆଁଳା ପୁଅର ବାପା-ମା’ ହୋଇଛନ୍ତି। ଏନେଇ ନିକଟରେ ବିଗ୍ନେଶ ସୋଶାଲ ମିଡିଆରେ ଫଟୋ ପୋଷ୍ଟ କରି ସୂଚନା ଦେଇଥିଲେ। ତେବେ ଏହାକୁ ନେଇ ବିବାଦ ଉପୁଜିଛି। ଅନେକ ଲୋକେ ନୟନତାରାଙ୍କ ମା’ ହେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ନୟନତାରା ଏବଂ ବିଗ୍ନେଶଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାର ଆଲୋଚନା କରିଥିଲେ। ବର୍ତ୍ତମାନ ଏହି […]

nayanthara-and-vignesh

Madhupriya Mistry
  • Published: Monday, 17 October 2022
  • , Updated: 17 October 2022, 12:21 PM IST

ହାଇଦ୍ରାବାଦ: ସାଉଥ ଇଣ୍ଡଷ୍ଟ୍ରିର ଷ୍ଟାର ଯୋଡି ନୟନତାରା ଓ ବିଗ୍ନେଶ ଶିବନ। ଦୁହେଁ ବିବାହର ୪ ମାସ ପରେ ଦୁଇ ଯାଆଁଳା ପୁଅର ବାପା-ମା’ ହୋଇଛନ୍ତି। ଏନେଇ ନିକଟରେ ବିଗ୍ନେଶ ସୋଶାଲ ମିଡିଆରେ ଫଟୋ ପୋଷ୍ଟ କରି ସୂଚନା ଦେଇଥିଲେ। ତେବେ ଏହାକୁ ନେଇ ବିବାଦ ଉପୁଜିଛି। ଅନେକ ଲୋକେ ନୟନତାରାଙ୍କ ମା’ ହେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ନୟନତାରା ଏବଂ ବିଗ୍ନେଶଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାର ଆଲୋଚନା କରିଥିଲେ। ବର୍ତ୍ତମାନ ଏହି ପ୍ରସଙ୍ଗରେ ନୂଆ ମାମଲା ସାମ୍ନାକୁ ଆସିଛି।

ନିକଟରେ ବିଗ୍ନେଶ ଶିବନ ସୋଶାଲ ମିଡିଆରେ ଏକ ପୋଷ୍ଟ ସେୟାର କରି ବାପା-ମା’ ହେବା ବିଷୟରେ ସୂଚନା ଦେଇଥିଲେ। ଏହା ପରେ ତାମିଲନାଡୁର ସ୍ୱାସ୍ଥ୍ୟମନ୍ତ୍ରୀ ସୁବ୍ରମଣ୍ୟମ୍ ଶିଶୁ ଜନ୍ମ ବିଷୟରେ ପ୍ରଶ୍ନ ଉଠାଇଥିଲେ। ସରୋଗେସି ନିୟମକୁ ନୟନତାରା ଓ ବିଗ୍ନେଶ ଉଲ୍ଲଙ୍ଘନ କରିଛନ୍ତି ନା ନାହିଁ ତାହା ଜାଣିବା ପାଇଁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଖବର ଅନୁଯାୟୀ, ନୟନତାରା ଏବଂ ବିଗ୍ନେଶ ସରକାରଙ୍କ ନିକଟରେ ଏକ ଆଫିଡେଭିଟ୍ ଦାଖଲ କରିଛନ୍ତି। ଏହି ଆଫିଡେଭିଟ୍‌ରେ ସେମାନଙ୍କ ବିବାହର ସତ୍ୟତା ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଉଭୟ ନୟନତାରା ଏବଂ ବିଗ୍ନେଶ ଶିବନ ୬ବର୍ଷ ପୂର୍ବରୁ ବିବାହ ପଞ୍ଜିକରଣ କରିଥିଲେ। ପ୍ରମାଣପତ୍ରରେ ଏହି ଦମ୍ପତି ବିବାହ କାଗଜପତ୍ର ଦାଖଲ କରିଛନ୍ତି। ଏଥିସହ ସରୋଗେସି ଜରିଆରେ ଛୁଆଙ୍କୁ ଜନ୍ମ ଦେଇଥିବା ମହିଳା ନୟନତାରାଙ୍କ ଜଣେ ସମ୍ପର୍କୀୟ ବୋଲି ରିପୋର୍ଟରେ କୁହାଯାଇଛି।

ଚଳିତ ବର୍ଷ ଜୁନ୍ ୨୦୨୨ରେ ବିବାହ କରିଥିଲେ। ଜୁନ୍ ୯ରେ, ସେମାନଙ୍କର ବିବାହ ଅତ୍ୟନ୍ତ ଚମତ୍କାର ଢଙ୍ଗରେ ହୋଇଥିଲା ।

Related story