Advertisment

‘କାର୍ତ୍ତିକଙ୍କ ବିରୋଧରେ ହୋଇଛି ବଡ଼ ଷଡ଼ଯନ୍ତ୍ର!’

ମୁମ୍ବାଇ: ଗତ କିଛି ଦିନ ହେବ ଲଗାତର ଚର୍ଚ୍ଚାରେ ରହିଛନ୍ତି ଅଭିନେତା କାର୍ତ୍ତିକ ଆର୍ଯ୍ୟନ। କରନ୍ ଜୋହରଙ୍କ ଫିଲ୍ମ ‘ଦୋସ୍ତାନା-୨’ ଏବଂ ଶାହାରୁଖ ଖାନ୍‌ଙ୍କ ‘ଫ୍ରେଡି’ରୁ ତାଙ୍କୁ ଆଉଟ୍ କରାଯିବା ପରେ ବଲିଉଡରେ ତାଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି। ଏହାରି ଭିତରେ ଆନନ୍ଦ ଏଲ୍ ରୟଙ୍କ ଫିଲ୍ମରୁ ମଧ୍ୟ କାର୍ତ୍ତିକଙ୍କୁ ବାହାର କରାଯାଇଥିବା ନେଇ ଶୁଣିବାକୁ ମିଳିଛି। ଏସବୁ ମାମଲକୁ ନେଇ ଏବେ ମୁହଁ ଖୋଲିଛନ୍ତି ବଲିଉଡର ନାମିଦାମୀ ନିର୍ଦ୍ଦେଶକ ତଥା ପ୍ରଡ୍ୟୁସର ଅନୁଭବ ସିହ୍ନା। […]

ଅଦ୍ୟତନ ହୋଇଛି
ସିରିଅସ ହୋଇଗଲେ କାର୍ତ୍ତିକ

kartik

Advertisment

ମୁମ୍ବାଇ: ଗତ କିଛି ଦିନ ହେବ ଲଗାତର ଚର୍ଚ୍ଚାରେ ରହିଛନ୍ତି ଅଭିନେତା କାର୍ତ୍ତିକ ଆର୍ଯ୍ୟନ। କରନ୍ ଜୋହରଙ୍କ ଫିଲ୍ମ ‘ଦୋସ୍ତାନା-୨’ ଏବଂ ଶାହାରୁଖ ଖାନ୍‌ଙ୍କ ‘ଫ୍ରେଡି’ରୁ ତାଙ୍କୁ ଆଉଟ୍ କରାଯିବା ପରେ ବଲିଉଡରେ ତାଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି। ଏହାରି ଭିତରେ ଆନନ୍ଦ ଏଲ୍ ରୟଙ୍କ ଫିଲ୍ମରୁ ମଧ୍ୟ କାର୍ତ୍ତିକଙ୍କୁ ବାହାର କରାଯାଇଥିବା ନେଇ ଶୁଣିବାକୁ ମିଳିଛି। ଏସବୁ ମାମଲକୁ ନେଇ ଏବେ ମୁହଁ ଖୋଲିଛନ୍ତି ବଲିଉଡର ନାମିଦାମୀ ନିର୍ଦ୍ଦେଶକ ତଥା ପ୍ରଡ୍ୟୁସର ଅନୁଭବ ସିହ୍ନା।

Advertisment

ଟୁଇଟରେ ଅନୁଭବ ସିହ୍ନା କାର୍ତ୍ତିକଙ୍କ ସମର୍ଥନରେ ଏକ ପୋଷ୍ଟ ସେଆର କରି ଲେଖିଛନ୍ତି ଯେ, ‘କାର୍ତ୍ତିକ ଏହି ପୁରା ମାମଲାରେ ଚୁପ୍ ରହିଛନ୍ତି । ତାଙ୍କ ଚୁପ୍ ରହିବାକୁ ମୁଁ ସମ୍ମାନ କରେ। ମୋତେ ଲାଗୁଛି କାର୍ତ୍ତିକଙ୍କ ବିରୋଧରେ ବଡ଼ ଷଡ଼ଯନ୍ତ୍ର ଚାଲିଛି, ଏହା ଅନ୍ୟାୟ।’Anubhav-Kartik

https://twitter.com/anubhavsinha/status/1400462311102418947?s=20

ସେପଟେ ଆନନ୍ଦ ଏଲ୍ ରାୟ କାର୍ତ୍ତିକଙ୍କୁ ଫିଲ୍ମରୁ ବାହାର କରିବା ନେଇ ସଫେଇ ଦେଇଛନ୍ତି। ସେ କହିଛନ୍ତି, କାର୍ତ୍ତିକଙ୍କୁ ସେ କେବେବି ତାଙ୍କ ଫିଲ୍ମ ପାଇଁ ସାଇନ୍ କରାଇନଥିଲେ। ତେଣୁ ମୁଁ ତାଙ୍କୁ କୌଣସି ଫିଲ୍ମରୁ ବାହାର କରିବାର ପ୍ରଶ୍ନ ହିଁ ଉଠୁ ନାହିଁ ବୋଲି ସେ କହିଛନ୍ତି।

Advertisment

ସୂଚନା ମୁତାବକ କାର୍ତ୍ତିକଙ୍କୁ ଫିଲ୍ମରୁ ବାହାର କରିବା ପରେ କରଣ ଜୋହର ଏବଂ ଶାହାରୁଖ ଖାନ୍‌ଙ୍କ ପକ୍ଷରୁ ଏଯାଏଁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। କିନ୍ତୁ ଏହି ଦୁଇ ଫିଲ୍ମ ସହ ଜଡିତ ଲୋକେ ଭିନ୍ନ ଭିନ୍ନ ବୟାନ ଦେଇଛନ୍ତି। କାର୍ତ୍ତିକ ନିଜେ ଏହି ଫିଲ୍ମରୁ ବାହାରି ଯାଇଛନ୍ତି ବୋଲି ସେମାନେ କହିଛନ୍ତି। ସେପଟେ କାର୍ତ୍ତିକ କିନ୍ତୁ ଏହି ମାମଲାରେ ମୁହଁ ଖୋଲୁନାହାନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe