Advertisment

ବିଦେଶୀଙ୍କୁ ଜବାବ ନୁହେଁ ପରାମର୍ଶ ଦେଲେ ଅନୁପମ ଖେର୍

ମୁମ୍ବାଇ: ଚାଷୀ ଆନ୍ଦୋଳନ ସମର୍ଥନରେ ଏବେ ବିଦେଶୀ ସେଲିବ୍ରିଟୀ ଟ୍ୱିଟ୍ କରୁଛନ୍ତି। ବିଶେଷକରି ପପ୍ ସିଙ୍ଗର ରିହାନାଙ୍କ ଟ୍ୱିଟ୍ ପରେ ଅନେକ ଫିଲ୍ମ ଷ୍ଟାର ଏବଂ କ୍ରିକେଟର୍ ନିଜର ଦେଶର ସମର୍ଥନରେ ଟ୍ୱିଟ୍ କରିଛନ୍ତି। ଏଥିରେ ଅକ୍ଷୟ କୁମାର, ଅଜୟ ଦେବଗନ୍, କଙ୍ଗନା ରଣାୱତଙ୍କ ଭଳି ସେଲିବ୍ରିଟୀ ସାମିଲ୍ ଅଛନ୍ତି। ଏବେ ଏଥିରେ ସାମିଲ୍ ହୋଇଛନ୍ତି ଭେଟେରାନ୍ ଅଭିନେତା ଅନୁପମ ଖେର। ତେବେ ଅନୁପମ ଖେର୍ ଭିନ୍ନ ଢଙ୍ଗରା ବିଦେଶୀଙ୍କୁ ପରାମର୍ଶ ଦେଇଛନ୍ତି। ଅନୁପମ ଖେର୍ ଟ୍ୱିଟ୍ […]

ଅଦ୍ୟତନ ହୋଇଛି
ବିଦେଶୀଙ୍କୁ ଜବାବ ନୁହେଁ ପରାମର୍ଶ ଦେଲେ ଅନୁପମ ଖେର୍

anupam-kher

Advertisment

ମୁମ୍ବାଇ: ଚାଷୀ ଆନ୍ଦୋଳନ ସମର୍ଥନରେ ଏବେ ବିଦେଶୀ ସେଲିବ୍ରିଟୀ ଟ୍ୱିଟ୍ କରୁଛନ୍ତି। ବିଶେଷକରି ପପ୍ ସିଙ୍ଗର ରିହାନାଙ୍କ ଟ୍ୱିଟ୍ ପରେ ଅନେକ ଫିଲ୍ମ ଷ୍ଟାର ଏବଂ କ୍ରିକେଟର୍ ନିଜର ଦେଶର ସମର୍ଥନରେ ଟ୍ୱିଟ୍ କରିଛନ୍ତି। ଏଥିରେ ଅକ୍ଷୟ କୁମାର, ଅଜୟ ଦେବଗନ୍, କଙ୍ଗନା ରଣାୱତଙ୍କ ଭଳି ସେଲିବ୍ରିଟୀ ସାମିଲ୍ ଅଛନ୍ତି। ଏବେ ଏଥିରେ ସାମିଲ୍ ହୋଇଛନ୍ତି ଭେଟେରାନ୍ ଅଭିନେତା ଅନୁପମ ଖେର। ତେବେ ଅନୁପମ ଖେର୍ ଭିନ୍ନ ଢଙ୍ଗରା ବିଦେଶୀଙ୍କୁ ପରାମର୍ଶ ଦେଇଛନ୍ତି।

Advertisment

ଅନୁପମ ଖେର୍ ଟ୍ୱିଟ୍ କରିଛନ୍ତି, ଆମ ଦେଶର ଅନ୍ତରୀଣ ମାମଲାରେ ହସ୍ତକ୍ଷେପ କରୁଥିବା କିଛି ବିଦେଶୀଙ୍କ ପାଇଁ ଏକ ପଂକ୍ତି ସମର୍ପିତ କରୁଛି। ରିନ୍ଦେ ଖରାବ ହାଲ୍ କୋ ଜାହିଦ୍ ନା ଛେଡ ତୁଳ ତୁଝକୋ ପରାୟୀ କ୍ୟା ପଡ଼ି ଅପନୀ ତବେଡ ତୁ… #IndiaTogether #IndiaAgainstPropaganda"।

https://twitter.com/AnupamPKher/status/1356905720332001281?s=20

ଅନ୍ତର୍ଜାତୀୟ ପପ୍ ଷ୍ଟାର୍ ରିହାନା ମଙ୍ଗଳବାର ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଏକ ଟ୍ୱିଟ୍ କରିଥିଲେ। ଏହାସହ ସେ ପ୍ରଦର୍ଶନ ସ୍ଥଳରେ ଇଣ୍ଟରନେଟ୍ ବନ୍ଦ କରିବାକୁ ନେଇ ସମାଲୋଚନା କରିଛନ୍ତି। ରିହାନା ଅନ୍ତର୍ଜାତୀୟ ସ୍ତରର ପ୍ରଥମ ଷ୍ଟାର୍, ଯିଏ ଚାଷୀ ଆନ୍ଦୋଳନକୁ ସମର୍ଥନ କରିଛନ୍ତି।

Advertisment

ରିହାନା ଏକ ଟ୍ୱିଟ୍ କରି ଲେଖିଛନ୍ତି, ଆମେ ଏହି ବିଷୟରେ କାହିଁକି କଥା ହେଉନାହୁଁ? #FarmersProtest। ଟ୍ୱିଟରରେ ରିହାନାଙ୍କ ୧୦କୋଟିରୁ ଅଧିକ ଫଲୋଅର୍ସ ଅଛନ୍ତି ଏବଂ ତାଙ୍କର ଏହି ଟ୍ୱିଟକୁ ଘଣ୍ଟାଏ ଭିତରେ ହଜାର ହଜାର ଲୋକେ ରିଟ୍ୱିଟ୍ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe