Advertisment

ଟିଭି ଇଣ୍ଡଷ୍ଟ୍ରିକୁ ଶକ୍ତ ଝଟକା: ଆଉ ଦେଖିବାକୁ ମିଳିବନି ନିତେଶ ପାଣ୍ଡେଙ୍କ ହସ ହସ ମୁହଁ

ସବୁଦିନ ପାଇଁ ଦୁନିଆକୁ ଅଲବିଦା କହି ଆର ପାରିକୁ ଚାଲି ଯାଇଛନ୍ତି ଏହି ଲୋକପ୍ରିୟ ଅଭିନେତା। ହୃଦଘାତ ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୧ ବର୍ଷ ହୋଇଥିଲା।

ଅଦ୍ୟତନ ହୋଇଛି
Nitesh Pandey

Nitesh Pandey

Advertisment

ଟେଲିଭିଜନ ପରଦାରେ ଦେଖିବାକୁ ମିଳିବାନି ଆଉ ନିତେଶ ପାଣ୍ଡେଙ୍କ ହସ ହସ ମୁହଁ। ସବୁଦିନ ପାଇଁ ଦୁନିଆକୁ ଅଲବିଦା କହି ଆର ପାରିକୁ ଚାଲି ଯାଇଛନ୍ତି ଏହି ଲୋକପ୍ରିୟ ଅଭିନେତା। ହୃଦଘାତ ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୧ ବର୍ଷ ହୋଇଥିଲା।

Advertisment

ପପୁଲାର ଟିଭି ଅଭିନେତ୍ରୀ ବୈଭବୀ ଉପାଧ୍ୟୟଙ୍କ ମୃତ୍ୟୁ ଖବର ଆଜି ସକାଳେ ପ୍ରଚାରିତ ହେବା ପରେ ଲୋକପ୍ରିୟ ଅଭିନେତା ନିତେଶ ପାଣ୍ଡେଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଗଭୀର ଧକ୍କା ଦେଇଛି। ଏହା ପୂର୍ବରୁ ଗତ ସୋମବାର ଫିଲ୍ମ ଓ ଟେଲି ଦୁନିଆର ଜଣାଶୁଣା ଅଭିନେତା ଆଦିତ୍ୟ ସିଂହ ରାଜପୁରଙ୍କର ମୃତ୍ୟୁ ଖବର ସାମନାକୁ ଆସିଥିଲା । ଫଳରେ ପୁଣିଥରେ ଟିଭି ଇଣ୍ଡଷ୍ଟ୍ରିକୁ ଲାଗିଛି ଶକ୍ତ ଝଟକା। 

 ପୁପୁଲାର ଟିଭି ଶୋ’ ‘ଅନୁପମା’ ଫେମ୍‌ ନିତେଶ ପାଣ୍ଡେ ମୁମ୍ବାଇ ପାର୍ଶ୍ୱବର୍ତ୍ତୀ ଇଗତପୁରୀରେ ଗତକାଲି ବିଳମ୍ବିତ ରାତିରେ ଅନ୍ତିମ ନିଶ୍ୱାସ ନେଇଛନ୍ତି । ସୋଶାଲ ମିଡିଆରେ ଫ୍ୟାନ୍ସ ନିଜ ପ୍ରିୟ ଅଭିନେତାଙ୍କୁ ଶେଷ ସମ୍ମାନ ଜଣାଉଛନ୍ତି।

Advertisment

ନିତେଶ ପାଣ୍ଡେ ପ୍ରାୟ ୨୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ଟେଲିଭିଜନ ଇଣ୍ଡଷ୍ଟ୍ରି ସହ ଜଡ଼ିତ ଅଛନ୍ତି। ଛୋଟ ପରଦାରେ ତାଙ୍କ ହସ ହସ ମୁହଁ ଖୁବ୍‌ ପପୁଲାର ଥିଲା। ଅନୁପମା ଶୋ’ର ମୁଖ୍ୟ ଅଭିନେତା ସୁଧାଂଶୁ ପାଣ୍ଡେ ନିତେଶଙ୍କ ମୃତ୍ୟୁକୁ କମଫର୍ମ କରିବା ସହ ଗଭୀର ଶୋକ ପ୍ରକଟ କରିଛନ୍ତି।

୯୦ ଦଶମରେ ନିତେଶ ଥିଏଟର ଦୁନିଆରେ ପାଦ ଥାପିଥିଲେ। ସେ ସିରିଏଲ ସହ ବହୁ ଫିଲ୍ମରେ ବି ସହ କଳାକାର ଭୂମିକା କରି ସାରିଛନ୍ତି। ଫିଲ୍ମ ‘ଓମ୍‌ ଶାନ୍ତି ଓମ୍‌’ ରେ ସେ ଶାହରୁଖ ଖାନଙ୍କ ଆସିଷ୍ଟାଣ୍ଟ ଭୂମିକାରେ ନଜର ଆସିଥିଲେ। ଏହାବାଦ ଫିଲ୍ମ ବଧାଇ ହୋ, ରଙ୍ଗୁନ, ହଣ୍ଟର ଦବଙ୍ଗ-୨, ବାଜି, ମେରେ ୟାର କି ସାଦି ହେ, ମଦାରୀ ପରି ଫିଲ୍ମରେ ନଜର ଆସିଥିଲେ।

ନିଜ ଦମଦାର ଭଏସ୍‌ ପାଇଁ ନିତେଶ ବେଶ୍‌ ଜଣାଶୁଣା ଥିଲେ। ତାଙ୍କର ନିଜର ଏକ ପ୍ରଡକ୍ସନ ହାଉସ ଥିବା ବେଳେ ସେ ରେଡିଓ ଶୋ’ ପ୍ରଡ୍ୟୁସ୍‌ କରୁଥିଲେ। ପପୁଲାର ଶୋ’ ‘ଅନୁପମା’ରେ ସେ ଧିରଜ କପୁର ଭୂମିକାରେ ନଜର ଆସୁଥିଲେ। ହେଲେ ତାଙ୍କର ଏପରି ଅଚାନକ ମୃତ୍ୟୁକୁ ଶୋ’ର କଳାକାରଙ୍କ ସମେତ ଟିଭି ଇଣ୍ଡଷ୍ଟ୍ରିର କେହି ବି ଗ୍ରହଣ କରି ପାରୁ ନାହାନ୍ତି ।

ନିତେଶ ୧୯୯୮ ମସିହାରେ ଅଶ୍ୱିନୀ କାଳେସକରଙ୍କୁ ବିବାହ କରିଥିଲେ। କିନ୍ତୁ ବେଶି ଦିନ ତିଷ୍ଠି  ନ ଥିଲା ଏବଂ ୨୦୦୨ ମସିହାରେ ଉଭୟଙ୍କର ବିଚ୍ଛେଦ ହୋଇଥିଲା। ଏହାପରେ ସେ ଟିଭି ଅଭିନେତ୍ରୀ ଅର୍ପିତା ପାଣ୍ଡେଙ୍କୁ ବିବାହ କରିଥିଲେ।

Entertainment Deadbody Sudden Heart Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe