Advertisment

ରାଜନୀତିରେ ଏଣ୍ଟ୍ରି କଲେ ଗାୟିକା ଅନୁରାଧା ପଡଓ୍ୱାଲ, ଧରିଲେ ପଦ୍ମ

ବିଜେପି କାର୍ଯ୍ୟାଳୟରେ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି।

ଅଦ୍ୟତନ ହୋଇଛି
Anurdha Padwal Join BJP

Anurdha Padwal Join BJP

Advertisment

କଣ୍ଠଶିଳ୍ପୀରୁ ସାଜିଲେ ରାଜନେତ୍ରୀ। ରାଜନୀତିରେ ଏଣ୍ଟ୍ରି କଲେ ବଲିଉଡର ଜଣାଶୁଣା ସିଙ୍ଗର ଅନୁରାଧା ପଡଓ୍ୱାଲ। ସେ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ବିଜେପି କାର୍ଯ୍ୟାଳୟରେ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି।

Advertisment

ଆଜି ନିର୍ବାଚନ କମିଶନର ଆଗାମୀ ଲୋକସଭା ଓ ୪ ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବାକୁ ଯାଉଛନ୍ତି। ଠିକ୍ ଏହି ପୂର୍ବରୁ ଅନୁରାଧା ବିଜେପିରେ ଯୋଗ ଦେଉଥିବାରୁ ତାଙ୍କୁ ବିଜେପି ଲୋକସଭା ପାଇଁ ପ୍ରାର୍ଥୀ କରିପାରେ ବୋଲି ଅନୁମାନ କରାଯାଉଛି।

ବିଜେପିରେ ଯୋଗଦେବା ପରେ ଅନୁରାଧା ପଡୱାଲ କହିଛନ୍ତି ଯେ 'ମୁଁ ବେଶ୍‌ ଖୁସି, ଆଜି ମୁଁ ସେହି ଲୋକମାନଙ୍କ ସହ ଯୋଗ ଦେଉଛି ଯେଉଁମାନଙ୍କର ସନାତନ ସହିତ ଗଭୀର ସମ୍ପର୍କ ରହିଛି। ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଗୀତ ଗାଇବା ପରେ ମୁଁ ଭକ୍ତି ଗୀତ ମଧ୍ୟ ଗାଇଛି। ଯେତେବେଳେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେଲା, ମୁଁ ସେଠାରେ ଗୀତ ଗାଇବାର ସୁଯୋଗ ପାଇଲି,ଏହା ମୋର ସୌଭାଗ୍ୟ।'

Advertisment

ଅନୁରାଧା ପଡୱାଲ ଜଣେ ବଲିଉଡର ଜଣେ ପସିଦ୍ଧ କଣ୍ଠଶିଳ୍ପୀ । ସେ ୯୦ ଦଶକରେ ବଲିଉଡ ଗୀତ ସାଙ୍ଗକୁ ଭଜନ ଗାଇ ବେଶ ଲୋକପ୍ରିୟତା ହାସଲ କରିଥିଲେ। ପ୍ରଥମ ଥର ପାଇଁ ସେ ବଲିଉଡ ଫିଲ୍ମ 'ଅଭିମାନ'ରେ ସଂସ୍କୃତରେ ଏକ ଶ୍ଲୋକ ଗାଇଥିଲେ। ଏହାପରେ ୧୯୭୩ରେ 'ଯଶୋଦା' ପିଲ୍ମରୁ ମରାଠୀ ପିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ। 

୬୯ ବର୍ଷୀୟ ଅନୁରାଧା ପଡଓ୍ୱାଲ ୧୯୬୯ ମସିହାରେ ଅରୁଣ ପଡୱାଲଙ୍କୁ ବିବାହ କରିଥିଲେ। ଅରୁଣ ପଡୱାଲ ଏସଡି ବର୍ମନଙ୍କ ନିକଟରେ ସହଯୋଗୀ ସଂଗୀତ ସଂଯୋଜକ ଭାବେ କାମ କରୁଥିଲେ। ଅନୁରାଧାଙ୍କୁ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ହେଲେ କିଛି ବର୍ଷ ପୂର୍ବରୁ ତାଙ୍କ ପୁଅଙ୍କର ମୃତ୍ୟୁ ହୋଇଥିଲା। ଏହାସହ ୧୯୯୧ ମସିହାରେ ଅରୁଣ ପଡୱାଲଙ୍କର ମଧ୍ୟ ମୃତ୍ୟୁ ହୋଇସାରିଛି।

Bjp Anuradha Paudwal Join BJP Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe