Advertisment

ବିରାଟଙ୍କୁ ଟେକି କଚାଡ଼ି ଦେଲେ ଅନୁଷ୍କା!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ଭାରତୀୟ କ୍ରିକେଟ ଟିମ୍‌ ଅଧିନାୟକ ବିରାଟ କୋହଲି। ଚଳିତବର୍ଷ କନ୍ୟା ସନ୍ତାନର ବାପା ମା’ ହୋଇଥିବା ବିରୁଷ୍କା ସୋଶାଲ ମିଡିଆରେ ବେଶ୍‌ ଆକ୍ଟିଭ। ନିକଟରେ ଅନୁଷ୍କା ନିଜ ଏକ ମଜାଳିଆ ଭିଡିଓ ଶେଆର କରିଛନ୍ତି। ଏଥିରେ ସେ ସ୍ୱାମୀ ବିରାଟଙ୍କୁ ଉଠାଇ କଚି ଦେଇଥିବା ଦେଖିବାକୁ ମିଳିଛି। ପ୍ରକୃତରେ ଇନ୍‌ଷ୍ଟାଗ୍ରାମରେ ଅନୁଷ୍କା ବିହାଇଣ୍ଡ-ଦ-ସିନ୍‌ର ଏକ ଭିଡିଓ ଶେଆର କରିଛନ୍ତି। ଏହି ଭିଡିଓକୁ ସେ ଶେଆର୍‌ କରି ଇଂରାଜୀରେ ଲେଖିଛନ୍ତି, […]

ବିରାଟଙ୍କୁ ଟେକି କଚାଡ଼ି ଦେଲେ ଅନୁଷ୍କା!

Anushka and Virat

Advertisment

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ଭାରତୀୟ କ୍ରିକେଟ ଟିମ୍‌ ଅଧିନାୟକ ବିରାଟ କୋହଲି। ଚଳିତବର୍ଷ କନ୍ୟା ସନ୍ତାନର ବାପା ମା' ହୋଇଥିବା ବିରୁଷ୍କା ସୋଶାଲ ମିଡିଆରେ ବେଶ୍‌ ଆକ୍ଟିଭ। ନିକଟରେ ଅନୁଷ୍କା ନିଜ ଏକ ମଜାଳିଆ ଭିଡିଓ ଶେଆର କରିଛନ୍ତି। ଏଥିରେ ସେ ସ୍ୱାମୀ ବିରାଟଙ୍କୁ ଉଠାଇ କଚି ଦେଇଥିବା ଦେଖିବାକୁ ମିଳିଛି।

Advertisment

ପ୍ରକୃତରେ ଇନ୍‌ଷ୍ଟାଗ୍ରାମରେ ଅନୁଷ୍କା ବିହାଇଣ୍ଡ-ଦ-ସିନ୍‌ର ଏକ ଭିଡିଓ ଶେଆର କରିଛନ୍ତି। ଏହି ଭିଡିଓକୁ ସେ ଶେଆର୍‌ କରି ଇଂରାଜୀରେ ଲେଖିଛନ୍ତି, ଡିଡ୍‌ ଆଇ ଡୁ ଇଟ୍‌?

ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଅନୁଷ୍କା ନିଜ କ୍ରିକେଟର ସ୍ୱାମୀ ବିରାଟ କୋହଲିଙ୍କୁ ଉଠାଇବାକୁ ଚେଷ୍ଟା କରୁଛନ୍ତି ଏବଂ ଏଥିରେ ସେ ସଫଳ ମଧ୍ୟ ହେଉଛନ୍ତି। ଅନୁଷ୍କା ତାଙ୍କୁ ଉଠାଉଥିବା ଦେଖି ବିରାଟ ଚକିତ ହୋଇପଡୁଛନ୍ତି। ବିଶ୍ୱାସ କରିପାରୁନାହାନ୍ତି ଯେ, ଅନୁଷ୍କା ତାଙ୍କୁ ନିଜ ବାହୁରେ ଉଠାଇଛନ୍ତି ବୋଲି। ପ୍ରଥମ ଥରରେ ହିଁ ଅନୁଷ୍କା ସଫଳ ହେବା ପରେ ପୁଣି ଥରେ ତାଙ୍କୁ ଉଠାଇବା ପାଇଁ ବିରାଟ କହୁଛନ୍ତି। ଏହାପରେ ଅନୁଷ୍କା ତାଙ୍କୁ ଉଠାଇ ଛାଡି ଦେଇଛନ୍ତି। ବିରୁଷ୍କାଙ୍କ ଏହି ମଜାଦାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ସୂଚନା ଯୋଗ୍ୟ ଯେ, ଗତ ଜାନୁଆରୀ ୧୧ ତାରିଖରେ ଅନୁଷ୍କା ତାଙ୍କ ପ୍ରଥମ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ବିରାଟ ଓ ଅନୁଷ୍କା ତାଙ୍କ ଝିଅର ନାଁ ଭମିକା ରଖିଛନ୍ତି। ଦୀର୍ଘ ଦିନ ହେବ ଫିଲ୍ମ ଦୁନିଆରୁ ଦୂରରେ ଥିବା ଅନୁଷ୍କା ଏବେ ପୁଣି ଥରେ କାମକୁ ଫେରିଛନ୍ତି। ସେ ମାର୍ଚ୍ଚ ମାସରୁ ହିଁ ଶୁଟିଂକୁ ବ୍ୟାକ୍‌ କରିଥିବା ଜଣାପଡିଛି।

Bollywood Virat Kohli Anushka Sharma
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe