Advertisment

ବିନା ହେଲମେଟରେ ବଡିଗାର୍ଡଙ୍କ ସହ ବାଇକ୍‌ରେ ଗଲେ ଅନୁଷ୍କା ଶର୍ମା, କଟିଲା ୧୦,୫୦୦ ଟଙ୍କାର ଫାଇନ

ମୁମ୍ବାଇ ରାସ୍ତରେ ଭିଡ଼ ହୋଇଥିବାରୁ ଅନୁଷ୍କା ଶର୍ମା କାର୍‌ ବଦଳରେ ନିଜ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ବାଇକର ସହାରା ନେଇଥିଲେ। ଅନୁଷ୍କାଙ୍କୁ ତାଙ୍କ ବଡିଗାର୍ଡ ନିଜ ବାଇକରେ ବସାଇ ମଧ୍ୟ ଯାତ୍ରା କରାଇଥିଲେ।

author-image
Hemant Lenka
anushka sharma

anushka sharma

ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିଛନ୍ତି ଲୋକପ୍ରିୟ ହିରୋଇନ୍‌ ଅନୁଷ୍କା ଶର୍ମା। ସେ ତାଙ୍କ ବଡିଗାର୍ଡଙ୍କ ସହ ବିନା ହେଲମେଟରେ ବାଇକ୍‌ରେ ଯାତ୍ରା କରି ତଣ୍ଡ ଗଣିଛନ୍ତି। ମୁମ୍ବାଇ ରାସ୍ତାରେ ସେ ବିନା ହେଲମେଟରେ ବାଇକରେ ଯାଉଥିବା ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କ ବଡିଗାର୍ଡଙ୍କ ନାଁରେ ଚାଲାଣ କଟିଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ମୁମ୍ବାଇ ରାସ୍ତରେ ଭିଡ଼ ହୋଇଥିବାରୁ ଅନୁଷ୍କା ଶର୍ମା କାର୍‌ ବଦଳରେ ନିଜ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ବାଇକର ସହାରା ନେଇଥିଲେ। ଅନୁଷ୍କାଙ୍କୁ ତାଙ୍କ ବଡିଗାର୍ଡ ନିଜ ବାଇକରେ ବସାଇ ମଧ୍ୟ ଯାତ୍ରା କରାଇଥିଲେ।

ହେଲେ ଉଭୟ ବାଇକରେ ଯାଉଥିଲେ ମଧ୍ୟ ନିୟମ ଅନୁସାରେ ହେଲମେଟ ପିନ୍ଧି ନଥିଲେ। ଏହା ସୋଶାଲ ମିଡିଆରେ ଭାଇରାଲ ହେବାରୁ ଅନେକ ଅନୁଷ୍କା ଓ ତାଙ୍କ ବଡିଗାର୍ଡ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିଥିବା କଥା କହିଥିଲେ।

Advertisment

ଏହାପରେ ଅନୁଷ୍କାଙ୍କ ବଡିଗାର୍ଡ ସୋନୁ ଶେଖଙ୍କ ନାଁରେ ୧୦,୫୦୦ ଟଙ୍କାର ଫାଇନ କଟିଛି। ସେହିପରି ବଡିଗାର୍ଡଙ୍କ ନାଁରେ ଚାଲାଣ ମଧ୍ୟ କଟିଛି। ଟାଇମ୍ସ ନାଓଁରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ମୁମ୍ବାଇ ଟ୍ରାଫିକ ପୁଲିସ୍‌ ବାଇକ ଚାଳକ ସୋନୁ ଶେଖଙ୍କ ନାଁରେ ୧୦,୫୦୦ ଟଙ୍କାର ଫାଇନ କାଟିଛି।

ଏଥିସହ ଧାରା ୧୨୯/୧୯୪,ଧାରା ୫/୧୮୦ ଓ ଧାରା ୩(୧)୧୮ ଅନୁସାରେ ଗୋଟିଏ ଚାଲାଣ ମଧ୍ୟ କାଟିଛି। ବାଇକ ଚାଳକ ଏହି ଫାଇନ ଭରଣା କରି ସାରିଥିବା ମୁମ୍ବାଇ ଟ୍ରାଫିକ ପୁଲିସ୍‌ ପକ୍ଷରୁ କୁହାଯାଇଛି।

ଏହାପୂର୍ବରୁ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ମଧ୍ୟ ବିନା ହେଲମେଟରେ ବାଇକରେ ଯାତ୍ରା କରୁଥିବା ଫଟୋ ଓ ଭିଡିଓ ସାମ୍ନାକୁ ଆସିଥିଲା। ଏଥିପାଇଁ କିଛି ଲୋକ ଅମିତାଭ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିଛନ୍ତି ବୋଲି କହିଥିଲେ।

ତେବେ ଅମିତାଭ କୌଣସି ପ୍ରକାରର ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରି ନଥିଲେ ଓ ଏହା ଶୁଟିଂର ଏକ ଅଂଶବିଶେଷ ଥିଲା ବୋଲି ପରବର୍ତ୍ତୀ ଅବସ୍ଥାରେ ସ୍ପଷ୍ଟ କରିଥିଲେ।

Mumbai Anushka Sharma