Advertisment

ପୁଣି ମା' ହେବେ ଅନୁଷ୍କା! ଦେଖାଇଲେ ବେବି ବମ୍ପ

ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଭିଡିଓ।

author-image
Madhupriya Mistry
Virat-Anushka

Virat-Anushka

ପୁଣି ଥରେ ମା' ହେବେ ଅଭିନେତ୍ରୀ ଅନୁଷ୍କା ଶର୍ମା। ବହୁ ଦିନ ଧରି ଏଭଳି କିଛି ଚର୍ଚ୍ଚା ଲାଗି ରହିଛି। ଏହାରି ଭିତରେ ଏବେ ଅନୁଷ୍କାଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସେ ନିଜର ବେବି ବମ୍ପ ଦେଖାଇଛନ୍ତି। ଫଳରେ ସବୁ ସସ୍‌ପେନ୍ସ ଉପରୁ ପରଦା ହଟିଛି ବୋଲି କୁହାଯାଉଛି।

Advertisment

ପୁଣି ଥରେ ଅନୁଷ୍କା ଓ କ୍ରିକେଟର ବିରାଟ କୋହଲିଙ୍କ ଘରକୁ ଆସିବେ କୁନି ଅତିଥି। ଦ୍ୱିତୀୟ ଥର ପାଇଁ ମା' ହେବାକୁ ଯାଉଛନ୍ତି ଅନୁଷ୍କା ଶର୍ମା। ନିକଟରେ ବିରାଟ ଓ ଅନୁଷ୍କାଙ୍କୁ ବେଙ୍ଗାଲରୁରେ ଏକାଠି ଦେଖିବାକୁ ମିଳିଥିଲା। ଏହି ସମୟରେ ଅନୁଷ୍କା ନିଜ ବେବି ବମ୍ପ ସହ ନଜର ଆସିଥିଲେ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଅନୁଷ୍କା ଢ଼ିଲା ପୋଷାକ ପିନ୍ଧିବା ସହ ବିରାଟଙ୍କ ହାତ ଧରି ଆଉଟିଂରେ ଯାଉଛନ୍ତି। ଉଭୟ ବେଙ୍ଗାଲୁରୁର ଏକ ହୋଟେଲ ବାହାରେ ନଜର ଆସିଛନ୍ତି। ଅନୁଷ୍କା କଳା ରଙ୍ଗର ଶର୍ଟ ଲୁଜ୍‌ ଡ୍ରେସ୍‌ ପିନ୍ଧିଛନ୍ତି। ଏହି ଡ୍ରେସ ଜରିଆରେ ସେ ନିଜର ବେବି ବମ୍ପକୁ ଲୁଚାଇବାକୁ ଚେଷ୍ଟା କରୁଥିବା ନଜର ଆସିଛନ୍ତି। କେବଳ ସେତିକି ନୁହେଁ ସେ ନିଜ ପେଟ ଉପରେ ହାତ ଦେଇ ଲୁଚାଇବାକୁ ଚେଷ୍ଟା କରିଛନ୍ତି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଅନୁଷ୍କା ପୁଣି ଥରେ ମା' ହେବାକୁ ଯାଉଥିବା ନେଇ ଫ୍ୟାନ୍‌ମାନଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Advertisment

ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଗର୍ଭବତୀ ହେବା ଖବର ଅନେକ ଦିନ ଧରି ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ପ୍ରକୃତରେ ସେ ଦ୍ୱିତୀୟ ଥର ପାଇଁ ଗର୍ଭବତୀ ଅଛନ୍ତି ନା ନାହିଁ ସେ ନେଇ ସସ୍‌ପେନ୍ସ ଜାରି ରହିଛି। ଆଜି ପର୍ଯ୍ୟନ୍ତ ବିରାଟ-ଅନୁଷ୍କା ଏନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ନିକଟରେ ଭାରତ ବନାମ ଅଷ୍ଟ୍ରେଲିଆ କ୍ରିକେଟ୍ ମ୍ୟାଚରେ ଅନୁଷ୍କା ବିରାଟଙ୍କ ପାଇଁ ଖୁସି ଥିବା ଦେଖିବାକୁ ମିଳିଥିଲା। ଏହି ମ୍ୟାଚରେ ମଧ୍ୟ ସେ ଏକ ଧଳା ରଙ୍ଗର ଢ଼ିଲା ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଥିଲା।

Virat Kohli Anushka Sharma