Advertisment

ହାତରେ ବଲ୍ ଧରି ନେଟ୍ସକୁ ଓହ୍ଲାଇଲେ ଅନୁଷ୍କା ଶର୍ମା

ମୁମ୍ବାଇ: କ୍ରିକେଟ୍‌ ମଇଦାନରେ ପାଦ ଦେଲେ ବଲିଉଡ୍ ଅଭିନେତ୍ରୀ ତଥା କ୍ରିକେଟର୍ ବିରାଟ୍ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା! ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଅନୁଷ୍କା କିମ୍ବଦନ୍ତୀ ଭାରତୀୟ ମହିଳା କ୍ରିକେଟର୍ ଝୁଲଣ ଗୋସ୍ୱାମୀଙ୍କ ଆତ୍ମଜୀବନୀକୁ ନେଇ ଆଧାରିତ ଫିଲ୍ମ ‘ଚକଦା ଏକ୍ସପ୍ରେସ’ ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏହି ଫିଲ୍ମରେ ସେ ଭାରତୀୟ ମହିଳା କ୍ରିକେଟର୍ ଝୁଲଣ ଗୋସ୍ୱାମୀଙ୍କ ଭୂମିକାରେ ନଜର ଆସିବେ। ନିଜକୁ ଝୁଲଣଙ୍କ ଭୂମିକାରେ ଖାଇ ଖୁଆଇବା ପାଇଁ ଖୁବ୍ ପରିଶ୍ରମ କରୁଛନ୍ତି। […]

ହାତରେ ବଲ୍ ଧରି ନେଟ୍ସକୁ ଓହ୍ଲାଇଲେ ଅନୁଷ୍କା ଶର୍ମା

anushka

Advertisment

ମୁମ୍ବାଇ: କ୍ରିକେଟ୍‌ ମଇଦାନରେ ପାଦ ଦେଲେ ବଲିଉଡ୍ ଅଭିନେତ୍ରୀ ତଥା କ୍ରିକେଟର୍ ବିରାଟ୍ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା! ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଅନୁଷ୍କା କିମ୍ବଦନ୍ତୀ ଭାରତୀୟ ମହିଳା କ୍ରିକେଟର୍ ଝୁଲଣ ଗୋସ୍ୱାମୀଙ୍କ ଆତ୍ମଜୀବନୀକୁ ନେଇ ଆଧାରିତ ଫିଲ୍ମ ‘ଚକଦା ଏକ୍ସପ୍ରେସ’ ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏହି ଫିଲ୍ମରେ ସେ ଭାରତୀୟ ମହିଳା କ୍ରିକେଟର୍ ଝୁଲଣ ଗୋସ୍ୱାମୀଙ୍କ ଭୂମିକାରେ ନଜର ଆସିବେ। ନିଜକୁ ଝୁଲଣଙ୍କ ଭୂମିକାରେ ଖାଇ ଖୁଆଇବା ପାଇଁ ଖୁବ୍ ପରିଶ୍ରମ କରୁଛନ୍ତି। ଏପରିକି ସେ ନେଟ୍ସରେ ପ୍ରାକ୍ଟିସ୍ ମଧ୍ୟ କରୁଛନ୍ତି। ଏହାର ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ଭାରତୀୟ ମହିଳା କ୍ରିକେଟ୍ ଟିମର ପେସ୍ ବୋଲର ଝୁଲଣଙ୍କ ପରି ପରଫେକ୍ଟ ବୋଲିଂ ସ୍କିଲ୍ସ ପାଇଁ କଠିନ ପରିଶ୍ରମ କରୁଥିବା ଦେଖିବାକୁ ମିଳିଛ।

Advertisment

ଅନୁଷ୍କା ଶର୍ମା ବଲ୍‌ ଧରି ହାତରେ ବଲ୍ ଧରିଥିବାର ଫଟୋ ଶେଆର୍ କରିନ୍ତି। ଗୋଟିଏ ଫଟୋରେ ଅନୁଷ୍କା ବଲ୍ ଧରିଛନ୍ତି ଏବଂ ଅନ୍ୟଏକ ଫଟୋରେ ଏହାକୁ ଥ୍ରୋ’ କରୁଥିବା ଦେଖିବାକୁ ମିଳିଛି। ଫଟୋ ପୋଷ୍ଟ କରି ଅନୁଷ୍କା ଲେଖିଛନ୍ତି, ଗ୍ରିପ୍ ବାୟ ଗ୍ରିପ୍। ଏହି ପୋଷ୍ଟ ସହ ସେ #prep #ChakdaXpress ଭଳି ଶବ୍ଦକୁ ହାଶଟ୍ୟାଗ୍ କରିଛନ୍ତି।

Advertisment

ଅନୁଷ୍କାଙ୍କର ଏହି ପୋଷ୍ଟରେ ଝୁଲଣ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ଝୁଲଣ ଲେଖିଛନ୍ତି, ବହୁତ ବଢ଼ିଆ। ଏହାବ୍ୟତୀତ ନୀନା ଗୁପ୍ତା ମଧ୍ୟ ଅନୁଷ୍କାଙ୍କ ପୋଷ୍ଟରେ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ଫ୍ୟାନ୍ ବିରାଟ୍ କୋହଲି (ଅନୁଷ୍କାଙ୍କ ପତି)କୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଏବଂ କହିଛନ୍ତି, ଭଉଣୀ ୨-୩ ଓଭର ଭାଇଙ୍କ ସହ ଖେଳିନିଅ, ଭଲ ପ୍ରାକ୍ଟିସ୍ ହୋଇଯିବ। ଫ୍ୟାନ୍ ମଧ୍ୟ ଅନୁଷ୍କାଙ୍କୁ ଏହି ଫିଲ୍ମ ପାଇଁ ଶୁଭକାମନା ମଧ୍ୟ ଜଣାଇଛନ୍ତି। ଅନୁଷ୍କା ଏହି ଫିଲ୍ମ ପାଇଁ ଖୁବଶୀଘ୍ର ୟୁକେ ଅଭିମୁଖେ ଯାତ୍ରା କରିପାରନ୍ତି।

ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ସର୍ବାଧିକ ୱିକେଟ୍‌ ନେଇଥିବା ଭାରତୀୟ ମହିଳା ଟିମର ପେସର୍ ଝୁଲଣଙ୍କ ନାଁରେ ଏକାଧିକ ରେକର୍ଡ ରହିଛି। ଝୁଲଣ ମହିଳା ଦିନିକିଆ କ୍ରିକେଟରେ ସର୍ବାଧିକ ୱିକେଟ୍ (୧୯୬) ହାସଲକାରୀ ବୋଲର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe